Search for:
  • Home/
  • ରାଜ୍ୟ/
  • ବଢୁଛି ଆଖିଧରା ରୋଗ ସ୍କୁଲକୁ ଜାରି ହେବ କି?

ବଢୁଛି ଆଖିଧରା ରୋଗ ସ୍କୁଲକୁ ଜାରି ହେବ କି?

Spread the love

Loading

ରାଜ୍ୟରେ ବଢୁଛି ଆଖିଧରା ରୋଗ, ସ୍କୁଲକୁ ଜାରି ହୋଇପାରେ।

ଭୁବନେଶ୍ବର : ଆଖିଧରା ରୋଗ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ଏବେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ରାଜ୍ୟ ସରକାର ମାର୍ଗଦର୍ଶିକା ଜାରି କରିପାରନ୍ତି। ଏହା ଏକ ଭୂତାଣୁ ଜନିତ ରୋଗ। ସପ୍ତାହେରୁ ୨ ସପ୍ତାହ ମଧ୍ୟରେ ରହିବ। ଆଖିଧରା ଲାଗି ସ୍କୁଲକୁ ଜାରି ହୋଇପାରେ ନିର୍ଦ୍ଦେଶାବଳୀ। ଏ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ଏବେ ରାଜ୍ୟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ରୋଗ ଦେଖାଯାଉଥିବା ଖବର ଆସୁଛି। ତେବେ କେତେ ଛାତ୍ରଛାତ୍ରୀ ଆଖିଧରାରେ ସଂକ୍ରମିତ ହେଉଛନ୍ତି, ଶିକ୍ଷାଦାନ କେତେ ବ୍ୟାହତ ହେଉଛି ସେ ତଥ୍ୟ ଆସିନି। ସେ ତଥ୍ୟ ଆସିବା ପରେ ଆବଶ୍ୟକ ପଡିଲେ ସ୍କୁଲ ଲାଗି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରିବ। ଏହାଛଡ଼ା ସେ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି, ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ। ଘରେ ସପ୍ତାହେ ପିଲାଙ୍କ ଯତ୍ନ ନିଅନ୍ତୁ। ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ।

Leave A Comment

All fields marked with an asterisk (*) are required