Search for:
  • Home/
  • ଓଡିଶା ମୋ ପରିବାର/
  • ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର)

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ (ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର)

Spread the love

Loading

ମୁମ୍ବାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ
(ମୃତଦେହ ଜନ୍ମମାଟିକୁ ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର)

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲାର ବାସିନ୍ଦା ସିଦ୍ଧାନ୍ତ ସାହୁ (୨୬ବର୍ଷ) ଗତ ୮ବର୍ଷ ଧରି ମୁମ୍ବାଇରେ ରହି ପାଣି ପାଇପ୍ କାମ କରିଆସୁଥିଲେ । ଗତ ଅଗଷ୍ଟ ୩୦ତାରିଖରେ ସେ କାମ କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ସିଦ୍ଧାନ୍ତ, କାମ କରୁଥିବା କମ୍ପାନୀ ତାଙ୍କ ମୃତଦେହକୁ ବିମାନ ଯୋଗେ ମୁମ୍ବାଇରୁ ଓଡ଼ିଶା ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ପରିବାରବର୍ଗ ଭୁବନେଶ୍ୱର ବିମାନବନ୍ଦରରୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କିପରି କରିବେ, ସେ ନେଇ ଚିନ୍ତାମଗ୍ନ ଥିଲେ । ଅସହାୟ ହୋଇ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ସ୍ଵତନ୍ତ୍ର ଦାୟିତ୍ଵରେ ଥିବା ଅଧିକାରୀ ଡ଼ଃ ଗୋପବନ୍ଧୁ ଦାଶଙ୍କର ସହଯୋଗ ଲୋଡ଼ିଥିଲେ । ଡ଼ଃ ଦାଶ, ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ଗଞ୍ଜାମସ୍ଥିତ ତାଙ୍କ ଜନ୍ମମାଟିକୁ ପଠାଯାଇଥିଲା । ଏହି ସମୟରେ ବିଜୁ ଜନତା ଦଳର ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required