Search for:
  • Home/
  • କଂଗ୍ରେସ/
  • ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ

Spread the love

Loading

ହାଇକୋର୍ଟର ରାୟକୁ ସ୍ୱାଗତ କଲା ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ
ଭୁବନେଶ୍ୱର ତା. ୦୧.୦୯- ରାଜ୍ୟର ବିଜେଡ଼ି ସରକାରଙ୍କ “ଆମ ଓଡ଼ିଶା ନବୀନ ଓଡ଼ିଶା” ଯୋଜନା ଯେ ସମ୍ବିଧାନ ବିରୋଧି ଓ ପଂଚାୟତ ରାଜ ବ୍ୟବସ୍ଥା ପ୍ରତି ଉପହାସ ତାହା ଗତ ଅଗଷ୍ଟ ୨୯ ତାରିଖରେ ମାନ୍ୟବର ହାଇକୋର୍ଟଙ୍କ ରାୟ ପ୍ରମାଣିତ କରିଛି ବୋଲି ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନର ରାଜ୍ୟ ଅଧ୍ୟକ୍ଷ ତଥା କଂଗେଅସ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ପ୍ରକାଶ କରିଛନ୍ତି ।
ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବସ୍ତା ବ୍ଲକରେ ନାକରା ସରପଂଚ ଶ୍ରୀ ନଗେନ୍ଦ୍ର କୁମାର ସିଂ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପଂଚାୟତ, ପଂଚାୟତ ପ୍ରତିନିଧି ଓ ଗ୍ରାମ ସଭାକୁ ଅଣଦେଖା କରାଯିବାକୁ ବିରୋଧ କରି ମାନ୍ୟବର ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ । ତାଙ୍କର ଯାଚିକାରେ ବସ୍ତା ବ୍ଲକରେ ୯ ଜଣ ସରପଂଚ ମଧ୍ୟ ଦସ୍ତଖତ କରିବା ସହିତ ସରପଂଚ ଓ ପଂଚାୟତ ପ୍ରତିନିଧି ତଥା ଗ୍ରାମ ସଭା ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଆବେଦନ କରିଥିଲେ ।
ହାଇକୋର୍ଟର ମାନ୍ୟବର ନ୍ୟାୟଧିଶ ଶ୍ରୀଯୁକ୍ତ ବିଶ୍ୱନାଥ ରଥ ଏହାର ବିଚାର କରି ଗତ ୨୯ ତାରିଖରେ ଏହି ଯୋଜନା କାର୍ଯ୍ୟକାରୀ କରିବା ସମୟରେ ଗ୍ରାମ ସଭା ଓ ପଂଚାୟତ ବ୍ୟବସ୍ଥାକୁ ସଂଶ୍ଳିଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାନ୍ୟବର କୋର୍ଟ କହିଛନ୍ତି ପଂଚାୟତ ଓ ପଚାଂୟତର ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଏହି ଯୋଜନାର ରୂପାୟନରେ ପଂଚାୟତ ଓ ଗ୍ରାମ ସଭା ସକ୍ରିୟ ଭୂମିକା ନେବା ଉଚିତ ।
ପ୍ରକାଶଥାଉକି ରାଜୀବ ଗାନ୍ଧୀ ପଂଚାୟତିରାତ ସଂଗଠନ ପକ୍ଷରୁ ଏହି ଯୋଜନା ସମ୍ବିଧାନ ବିରୋଧି ଓ ପଂଚାୟତିରାଜ ବ୍ୟବସ୍ଥା ପ୍ରତି ଉପହାସ ବୋଲି କୁହାଯାଇ ଏହା ବିରୋଧରେ ରାଜ୍ୟ ତମାମା ବିରୋଧ କରିବା ଓ ନ୍ୟାୟିକ ଲଢ଼େଇ ପାଇଁ ଆହ୍ୱାନ ଦିଆଯାଇଥିଲା । ତଦନୁସାରେ ମାନ୍ୟବର ରାଜ୍ୟପାଳଙ୍କୁ ଏହା ଉପରେ ଦାବିପତ୍ର ୨୩ ତାରିଖରେ ଦିଆଯାଇଥିଲା । ଗତ ଅଗଷ୍ଟ ୨୯ ତାରିଖରେ ସବୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଦାବିପତ୍ର ଦିଆଯାଇଥିଲା । ଆଇନଗତ ଲଢ଼େଇ ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ମଧ୍ୟ ଦିଆଯାଇଥିଲା । ସଂଗଠନର ଆହ୍ୱାନ ପରେ ହାଇକୋର୍ଟରେ ଉପରୋକ୍ତ ଆବେଦନ କରାଯାଇଥିଲା ଏବଂ ରାଜ୍ୟର ଆହୁରି ଅନେକ ସରପଂଚ/ ପଂଚାୟତ ପ୍ରତିନିଧି ମଧ୍ୟ ଏଥିରେ ସାମିଲ ହେବେ ।
ସମ୍ବିଧାନ ବିରୋଧି ଏହି ଯୋଜନା ବିରୁଦ୍ଧରେ ମାନ୍ୟବର ହାଇକୋର୍ଟରେ ରାଜୀବ ଗାନ୍ଧୀ ପଂଚାୟତିରାଜ ସଂଗଠନ ପକ୍ଷରୁ ମଧ୍‌ୟ ଏକ ଜାଚିକା ଦାୟ କରାଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ବିଜେଡ଼ି ସରକାର ଏହିଭଳି ଏକ ଯୋଜନା କରିଛନ୍ତି ଯାହା ବାସ୍ତବରେ ଲୋକଙ୍କ ସ୍ୱାର୍ଥରେ ଆସିବ ନାହିଁ । ଏଣୁ ଏହି ଯୋଜନା ବିରୁଦ୍ଧରେ ରାଜ୍ୟର ସମସ୍ତ ସରପଂଚ ସମିତି ସଭ୍ୟ ଓ ୱାର୍ଡ ସଭ୍ୟମାନେ ସ୍ୱର ଉତୋଳନ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସେବାଦଳ ଅଧ୍ୟକ୍ଷ ତଥା ମୁଖପାତ୍ର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଓ ମୁଖପାତ୍ର ଅପର୍ଣ୍ଣା ଧୂର ସିଂ ଉପସ୍ଥିତ ଥୁଲେ।

Leave A Comment

All fields marked with an asterisk (*) are required