Search for:
  • Home/
  • ଜିଲ୍ଲା/
  • ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ

Spread the love

Loading

ଶ୍ରୀକ୍ରିଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ

ଜନ୍ମାଷ୍ଟମୀ ପାଳିତ

ଭୁବନେଶ୍ୱର,  : ଭୁବନେଶ୍ୱର ଉପକଣ୍ଠ ମଳିପଡା ସ୍ଥିତ
ଶ୍ରୀକୃଷ୍ଣା ଇଌକ୍ଷଗ୍ଧ;ରନ୍ୟାସନାଲ ସ୍କୁଲରେ ଗୁରୁଦିବସ ଓ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି ।
ସ୍କୁଲର ଛାତ୍ର ଛାତ୍ରୀମାନେ ଶିକ୍ଷକ, ଶକ୍ଷୟିତ୍ରୀଙ୍କୁ ଓଡିଆ
ସଂସ୍କୃତିର ପାରମ୍ପରିକ ପୂଜା ଅନୁସାରେ ପୂଜାର୍ଚ୍ଚନା କରି
ଆଶୀର୍ବାଦ ଗ୍ରହଣ କରିଥିଲେ । ଏହା ପରେ ଜନ୍ମାଷ୍ଟମୀ ଉତ୍ସବ
ମହାସମାରୋହରେ ପାଳନ କରାଯାଇଥିଲା । ବାଳକୃଷ୍ଣଙ୍କୁ ଯଥାବିଧି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଝୁଲଣ ଦୋଳିରେ ଖେଳା ଯାଇଥିଲା । ପାରମ୍ପରିକ ବାଦ୍ୟ, ଘଌକ୍ଷଗ୍ଧ;, ସଂକୀର୍ତ୍ତନ, ଶଙ୍ଖ ଧ୍ୱନୀ ଓ ବେଦମନ୍ତ୍ରରେ ପୁରା ପରିବେଶ କୃଷ୍ଣମୟ ହୋଇ ଯାଇଥିଲା । ପିଲାମାନେ
ନୃତ୍ୟଗୀତ ପରିବେଷଣ କରିବା ସହିତ ଦଧିହାଣ୍ଡି ଭାଙ୍ଗି ପ୍ରଭୁ
ଶ୍ରୀକୃଷ୍ଣଙ୍କ ଅମାପ ଲୀଳାକୁ ଉପଭୋଗ କରିଥିଲେ । ଏହି
ଅବସରରେ କୁନିକୁନି ପିଲାମାନଙ୍କ ମଧ୍ୟରେ ରାଧା କୃଷ୍ଣ ବେଶ
ପ୍ରତିଯୋଗିତା ଓ ଅଭିଭାବକ ମାନଙ୍କ ମଧ୍ୟରେ ଶ୍ଳୋକ ଉଚ୍ଚାରଣ
ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ
ଅତିଥି ଭାବେ ସ୍କୁଲର ଚେୟାରମ୍ୟାନ୍‌ ପବିତ୍ର କୁମାର
ରାଉତରାୟ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷା ନମ୍ରତା ସିଂ ଓ ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ଯୋଗଦେଇ ଗୁରୁଦିବସ ଓ ଜନ୍ମାଷ୍ଟମୀର ମହତ୍ୱ ବୁଝାଇବା ସହିତ ଛାତ୍ର ଛାତ୍ରୀ ମାନଙ୍କୁ ଆଶୀର୍ବାଦ ପ୍ରଦାନ
କରିଥିଲେ ।

Leave A Comment

All fields marked with an asterisk (*) are required