Search for:
  • Home/
  • ରାଜ୍ୟ/
  • ନୃତ୍ୟ ସମର୍ପିତl ମହୋତ୍ସବ ଓଡିଶୀ ନୃତ୍ୟରେ ବିଭୋର ଦର୍ଶକ

ନୃତ୍ୟ ସମର୍ପିତl ମହୋତ୍ସବ ଓଡିଶୀ ନୃତ୍ୟରେ ବିଭୋର ଦର୍ଶକ

Spread the love

Loading

ନୃତ୍ୟ ସମର୍ପିତl ମହୋତ୍ସବ

ଓଡିଶୀ ନୃତ୍ୟରେ ବିଭୋର ଦର୍ଶକ

ଭୁବନେଶ୍ୱର ତା 23 ରିଖ l ନୃତ୍ୟ ସମର୍ପିତା ନୃତ୍ୟ ସଂଗୀତ ବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରଥମ ନୃତ୍ୟ ସମର୍ପିତl ମହୋତ୍ସବ ଆଜି ରବୀନ୍ଦ୍ରମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଅନେକ ନୃତ୍ୟ ଓ ସଂଗୀତ ଶିଳ୍ପୀ ଆଜି ଦିନ 10 ଟାରୁ ରାତି 10 ଟା ପର୍ଯ୍ୟନ୍ତ ପରିବେଷଣ କରିଥିଲେ l ସକାଳ ପ୍ରଥମ ଅଧିବେଶନକୁ ଓଡିଶୀ ନୃତ୍ୟଗୁରୁ ଭରତ ଚରଣ ଗିରି, ବିଡିଏ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ନାରାୟଣ ଚନ୍ଦ୍ର ଦାସ, ନାଟ୍ୟ ଅଭିନେତା ପ୍ରମେଶ ସାହୁ,ସଂଗୀତ ଗୁରୁ ସୁକାନ୍ତ କୁଣ୍ଡୁ, ନିମାକାନ୍ତ ରାଉତରାୟ ଉଦଘାଟନ କରିଥିଲେ l ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ 50 ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ l ସନ୍ଧ୍ୟାର ସ୍ୱତନ୍ତ୍ର ଉତ୍ସବରେ ପ୍ରତିଷ୍ଠିତ ଉଦଘୋଷାକ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଡି ଏ ଭି ଚନ୍ଦଶେଖରପୁର ପ୍ରିନ୍ସିପାଲ ସୁଜାତା ସାହୁମୁଖ୍ୟ ଅତିଥି, ପ୍ରଖ୍ୟାତ ଓଡିଶୀ ନୃତ୍ୟଗୁରୁ ଗୋବିନ୍ଦ ଚନ୍ଦ୍ର ପାଳ, ଦୁର୍ଗା ଚରଣ ରଣବୀର ସ୍ନେହପ୍ରଭା ସାମନ୍ତରାୟ,ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ଓଡିଶୀ ନ୍ତୁତ୍ୟାଶିଳ୍ପୀ ସ୍ନେହପ୍ରଭା ସାମନ୍ତରାୟ ଓ ପ୍ରଖ୍ୟାତ ମର୍ଦଳ ଗୁରୁ ଧନେଶ୍ୱର ସ୍ୱାଇଁ ଙ୍କୁ ଜୀବନ ବ୍ୟାପି ସାଧନା ପାଇଁ ନୃତ୍ୟ ସମର୍ପିତା ସମ୍ମାନରେ ସମ୍ମାନିତ କରିଥିଲେ l ସଂଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଗୁରୁ ପୂର୍ଣଚନ୍ଦ୍ର ସ୍ୱାଇଁ ଓ ଗୁରୁ ସୁକାନ୍ତ କୁଣ୍ଡୁଙ୍କୁ ସଂଗୀତ ସମର୍ପିତ ସମ୍ମାନରେ ସମ୍ମାନିତ କରିଥିଲେ l ଯୁବ ପ୍ରତିଷ୍ଠିତ ଓଡିଶୀ ନୃତ୍ୟଶିଳ୍ପୀ ବିଦିଶା ବସୁ ମଲ୍କିକଙ୍କୁ ଜମାଲ ସାର ନୃତ୍ୟ ନିର୍ବାଣ ସମ୍ମାନରେ ସମ୍ମାନିତ କରାଯାଇଥିଲା l ଅନୁଷ୍ଠାନର ସଂଗଠକ ନୃତ୍ୟଶିଳ୍ପୀ ଅଙ୍କିତା ସାହୁ ବିବରଣୀ ପାଠ କରିଥିଲେ l ପ୍ରତିଷ୍ଠାତା ପ୍ରସିଦ୍ଧ ନୃତ୍ୟଗୁରୁ ପୁଷ୍ପାରଞ୍ଜନ ମଙ୍ଗରାଜ ଉତ୍ସବର ଆଭିମୁଖ୍ୟ ପ୍ରକାଶ କରିଥିଲେ l ସୁକାନ୍ତ କୁଣ୍ଡୁ ଧନ୍ୟବାଦ ଦେଇଥିଲେ l ସନ୍ଧ୍ୟାର ମୁଖ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁରୁ ପୂର୍ଣଚନ୍ଦ୍ର ସ୍ୱାଇଁ ସଂଗୀତ,ଧନେଶ୍ୱର ସ୍ୱାଇଁ ଙ୍କ ମର୍ଦଳ ବାଦନ, ବଂଶୀରେ ଗୁରୁ ସୌମ୍ୟରଞ୍ଜନ ଯୋଶୀଙ୍କ ତାଳରେ ଅନୁଷ୍ଠାନ ସମ୍ପାଦିକା ଅଙ୍କିତା ସାହୁଙ୍କ ଓଡିଶୀ ନୃତ୍ୟ ଅଷ୍ଟଶମ୍ଭୁ ବେଶ ମନମୁଗ୍ଧକର ଥିଲା l ଗୁରୁ ପୁଷ୍ପାରଞ୍ଜନ ମଙ୍ଗରାଜ ନୃତ୍ୟ ନିର୍ଦେଶନା, ସୁକାନ୍ତ କୁଣ୍ଡୁଙ୍କ ଗାୟନ, ବେହେଲାରେ ରମେଶ ଦାସ ସହାୟତା କରିଥିଲେ l ଗୁରୁ ମନୋରଞ୍ଜନ ପ୍ରଧାନ ଓ ପତ୍ନୀ ମିନତୀ ପ୍ରଧାନ ଯୁଗଳବନ୍ଦୀ ନୃତ୍ୟ ବେଶ ମନମୋହକାର ଥିଲା l ଛତିଶଗଡର ନୃତ୍ୟଶିଳ୍ପୀ ପୁନମ ଗୁପ୍ତା, ଭୁବନେଶ୍ୱରର ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର, ବିଦିଶା ବସୁ ମଲ୍ଲିକଙ୍କ ସମେତ ସମର୍ପିତା ଅନୁଷ୍ଠାନର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ l ଅଗ୍ରଣୀ ନୃତ୍ୟlନୁଷ୍ଠାନ ନୃତ୍ୟlଞ୍ଜଳୀ କାର୍ଯ୍ୟକ୍ରମ କୁ ସହାୟତା କରିଥିଲେ l

Leave A Comment

All fields marked with an asterisk (*) are required