Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବିଜେଡିର ଦଳୀୟ କାର୍ଯ୍ୟାଳୟ ସାଜିଛି ଏବଂ ସରକାରୀ ଅଫିସର ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି : ପ୍ରଭାସ ସିଂହ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବିଜେଡିର ଦଳୀୟ କାର୍ଯ୍ୟାଳୟ ସାଜିଛି ଏବଂ ସରକାରୀ ଅଫିସର ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି : ପ୍ରଭାସ ସିଂହ

Spread the love

Loading

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବିଜେଡିର ଦଳୀୟ କାର୍ଯ୍ୟାଳୟ ସାଜିଛି ଏବଂ ସରକାରୀ ଅଫିସର ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି
: ପ୍ରଭାସ ସିଂହ

ଭୁବନେଶ୍ୱର, ତା.୨୩/୦୪: ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବାସଭବନ ବିଜେଡିର ଦଳୀୟ କାର୍ଯ୍ୟାଳୟ ସାଜିଛି ଏବଂ ସେଠାରେ କିଛି ମୁଷ୍ଟିମେୟ ସ୍ୱାର୍ଥବାଦୀ ସରକାରୀ ଅଫିସର ବିଜେଡିର ଦଳୀୟ କର୍ମୀ ସାଜିଛନ୍ତି । ଏହି ଅଫିସରମାନେ ଦଳୀୟ ଓ ରାଜନୈତିକ କାର୍ଯ୍ୟରେ ହସ୍ତକ୍ଷେପ କରି ଦଳର ଗଣତାନ୍ତ୍ରୀକ ବ୍ୟବସ୍ଥାକୁ ମଧ୍ୟ ଧ୍ୱଂସ କରିଛନ୍ତି ବୋଲି ପୂର୍ବତନ ସାଂସଦ ତଥା ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ପ୍ରଭାସ ସିଂହ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ସୁଚନା ଦେଇ କହିଛନ୍ତି ଯେ, ସାଧାରଣ ଲୋକ ତ ଦୂରର କଥା ବିଜେଡିର ବରିଷ୍ଠ ନେତୃବୃନ୍ଦମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ଦିଆଯାଉନାହିିଁ । ଗଣମାଧ୍ୟମରେ ନଦେଇ ଜଣେ ରାଜନୈତିକ ବ୍ୟକ୍ତି ଭାବେ ରାଜ୍ୟ ସଭାପତି ଭାବେ ନବୀନ ବାବୁଙ୍କୁ ଦେଖା କରି ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦବୀରୁ ଇସ୍ତଫା ଦେବା ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହୁଁଥିଲି । ଏହି କାରଣରୁ ଗତ ୮ ତାରିଖ ଦିନ ନବୀନ ନିବାସକୁ ଯାଇଥିଲି । କିନ୍ତୁ ସେଠାରେ କାର୍ଯ୍ୟରତ ଶ୍ରୀ ରବିନ୍ଦ୍ର ସେଠୀ ନାମକ ଜଣେ ସରକାରୀ କର୍ମଚାରୀ ମୋତେ ଅଟକାଇ ମୋଠାରୁ ଇସ୍ତଫା ପତ୍ର ଗ୍ରହଣ କରିଥିଲେ । ସାଧାରଣ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇସାରିଥିବାବେଳେ ଜଣେ ସାଧାରଣ ସରକାରୀ କର୍ମଚାରୀ ଦଳୀୟ କର୍ମୀଙ୍କ ଭଳି ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆଇନବିରୋଧୀ । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ସରକାରୀ କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟରୁ ନିବୃତ କରାଯାଇ ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଅନୁଷ୍ଠିତ କରାଯାଉ ବୋଲି ଶ୍ରୀ ସିଂହ କହିଛନ୍ତି ।

 

Leave A Comment

All fields marked with an asterisk (*) are required