Search for:
  • Home/
  • ରାଜ୍ୟ/
  • ନିଆଳିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ନିଆଳିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

Spread the love

Loading

ନିଆଳିରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

• ନିଆଳିରେ ବିଶାଳ ଜନସମୁଦ୍ର ସ୍ୱାଗତ କଲେ କାର୍ତ୍ତିକ ପାଣ୍ଡିଆନଙ୍କୁ
• ସବୁ ପ୍ରଶ୍ନର ଉତ୍ତର ଗୋଟିଏ – ନବୀନ ପଟ୍ଟନାୟକ
• ପାଣ୍ଡିଆନ ପଚାରିଲେ – ମିଶନଶକ୍ତି କିଏ କରିଛି ? ମମତା ଯୋଜନାରେ ୧୦ ହଜାର ଟଙ୍କା କିଏ ଦଉଛି ? ବି.ଏସ୍‍.କେ.ୱାଇରେ ସ୍ୱାସ୍ଥ୍ୟ ସୁରକ୍ଷା କିଏ ଦଉଛି ? ମଧୁବାବୁ ପେନ୍‍ସନରେ ଭତ୍ତା କିଏ ଦଉଛି ? ଲକ୍ଷ୍ମୀ ବସରେ ମା’ମାନଙ୍କୁ ୫ ଟଙ୍କାରେ ଯାତାୟତ ସୁବିଧା କିଏ ଦଉଛି ? ଜନତା ଏକ ସ୍ୱରରେ ଉତ୍ତର ଦେଇଥିଲେ – ନବୀନ ପଟ୍ଟନାୟକ
• ନିଆଳିକୁ ଏନ୍‍.ଏ.ସି. କିଏ କରିଛନ୍ତି ? ଉତ୍ତର – ନବୀନ ପଟ୍ଟନାୟକ
• ମାଧବାନନ୍ଦଜୀଉ ମନ୍ଦିରର ରୂପାନ୍ତର ପାଇଁ ୫ କୋଟି ଟଙ୍କା କିଏ ଦେଇଛି ? – ନବୀନ ପଟ୍ଟନାୟକ
• ନିଆଳି ଅଞ୍ଚଳର ମଠ, ମନ୍ଦିର, ଚର୍ଚ୍ଚ, ମସ୍‍ଜିଦ୍‍ ଆଦି ପୂଜାସ୍ଥଳର ରୂପାନ୍ତର କିଏ କରିଛି – ନବୀନ ପଟ୍ଟନାୟକ
• ସମସ୍ତେ ଜାଣିଛନ୍ତି ସାରା ଓଡ଼ିଶା ଏକ ସ୍ୱରରେ କହୁଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ
• ପ୍ରଥମ ଦସ୍ତଖତରେ ଆପଣମାନଙ୍କର, ୯୦ ପ୍ରତିଶତ ଲୋକଙ୍କର ବିଜୁଳି ବିଲ୍‍ ଛାଡ଼ କରିବେ
• ଦ୍ୱିତୀୟ ଦସ୍ତଖତରେ ସମସ୍ତଙ୍କୁ ବି.ଏସ୍‍.କେ.ୱାଇ କାର୍ଡ ଦେବେ
• ତୃତୀୟ ଦସ୍ତଖତରେ ମିଶନ ଶକ୍ତି ମା’ମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ ଦେବେ, ମା’ମାନଙ୍କ ଅନୁରୋଧକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରକ୍ଷା କରିଛନ୍ତି
• ମାନ୍ୟବର ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ଉଜ୍ୱଳ ଭବିଷ୍ୟତ ଲାଗି ଦିନରାତି ୨୪ ଘଣ୍ଟା କାମ କରୁଛନ୍ତି
• ବିରୋଧୀ ଦଳ ମିଛ କଥା କହି, ଅପପ୍ରଚାର କରି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି
• ଆପଣମାନେ ତା’ର ଜବାବ ଦିଅନ୍ତୁ
• ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ, ୭୦ ହଜାର ମାର୍ଜିନରେ ଜିତାନ୍ତୁ

Leave A Comment

All fields marked with an asterisk (*) are required