Search for:
  • Home/
  • ରାଜ୍ୟ/
  • ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ ଓ ଶପଥ

ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ ଓ ଶପଥ

Spread the love

Loading

ଭୁବନେଶ୍ୱର:ରଘୁବର ଦାସ ଓଡି଼ଷାର ୨୬ ତମ ରାଜ୍ୟପାଳ ଭାବେ ସପଥ ଗ୍ରହଣ କରିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିଦ୍ୟୁତରଞ୍ଜନ ଷଡ଼ଙ୍ଗୀ ରାଜଭବନରରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ତାଙ୍କୁ ସପଥ ପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, କେନ୍ଦ୍ର ମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ ବିଚାରପତି ଉପସ୍ଥିତ ଥିଲେ। ଏହାପରେ ରାଜ୍ୟପାଳ ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।ତେବେ ଶପଥ  ପୂର୍ବରୁ ରାଜ୍ୟପାଳ ରଘୁବର ଦାସ ଲିଙ୍ଗରାଜ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ପରେ ରାଜଭବନ ଅଭିମୁଖେ ଫେରିଥିଲେ । ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସିଥିଲେ। ଏହି ସମୟରେ ନୂଆ ରାଜ୍ୟପାଳଙ୍କୁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂ, ବରିଷ୍ଠ ନେତା ଦିଲୀପ ମଲ୍ଲିକଙ୍କ ସମେତ କେତେକ ନେତା ମନ୍ଦିର ନିକଟରେ ସ୍ବାଗତ ଜଣାଇଥିଲେ। ଏହି ଅବସରରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ରାଜ୍ୟପାଳ ରଘୁବର ଦାସ କହିଛନ୍ତି ଯେ ସେ ଦେଶ ଏବଂ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି ଲାଗି ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Leave A Comment

All fields marked with an asterisk (*) are required