Search for:
  • Home/
  • ରାଜ୍ୟ/
  • ବାଲ୍ୟ ବିବାହ ବିରୁଦ୍ଧରେ ଜରୁରୀ ଆଦେଶ ଜାରି

ବାଲ୍ୟ ବିବାହ ବିରୁଦ୍ଧରେ ଜରୁରୀ ଆଦେଶ ଜାରି

Spread the love

Loading

ଭୁବନେଶ୍ୱର:ରାଜସ୍ଥାନ ହାଇକୋର୍ଟ ଅକ୍ଷୟ ତୃତୀୟା ପୂର୍ବରୁ ବାଲ୍ୟ ବିବାହ ବିରୁଦ୍ଧରେ ଜରୁରୀ ଆଦେଶ ଜାରି କରିଛନ୍ତି। ସମାନ କାର୍ଯ୍ୟାନୁଷ୍ଠାନ ପାଇଁ ଏନଜିଓ ମାନଙ୍କ ର ଦେଶ ବ୍ୟାପି ରାଲି।

ରାଜସ୍ଥାନ ହାଇକୋର୍ଟ ନିଦେରଶାନୁସାରେ ଗ୍ରାମର ମୁଖିଆ ଏବଂ ସରପଞ୍ଚ ମାନେ ଯଦି ବାଲ୍ୟ ବିବାହ ରୋକିବାରେ ବିଫଳ ହୁଅନ୍ତି, ତେବେ ସେମାନେ ଉତ୍ତରଦାୟୀ ରହିବେ।

ସମଗ୍ର ଦେଶରେ ଏନଜିଓ ଗୁଡିକ ମଧ୍ୟ ଦାବି କରୁଛନ୍ତି ଯେ ସେମାନଙ୍କ ରାଜ୍ୟ ରେ ମଧ୍ୟ ସମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ରାଜସ୍ଥାନ ହାଇକୋର୍ଟ ଏକ ଜରୁରୀକାଳୀନ ଆଦେଶ ଦେଇଛନ୍ତି ଯେ, ରାଜ୍ୟ ରେ ଯେପରି କୌଣସି ବାଲ୍ୟ ବିବାହ ନ ହୁଏ। ସେଥିପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ରହିଛି।

ଅକ୍ଷୟ ତୃତୀୟା ପୂର୍ବରୁ ଯେପରି କୌଣସି ବାଲ୍ୟ ବିବାହ ହୋଇପାରିବ ନାହିଁ ସେଥିପାଇଁ ଓଡିଶା ରାଜ୍ୟ ରେ ଥିବା ପୁରୀ, ଖୋର୍ଦ୍ଧା, ନୟାଗଡ ଜିଲ୍ଲାରେ just Rights for children ସହିତ କାମ କରୁଥିବା ରୁଚିକା ସମାଜ ମଙ୍ଗଳ ସଂଗଠନ ନିଜ ରାଜ୍ୟ ସରକାରଙ୍କୁ ରାଜସ୍ଥାନ ହାଇକୋର୍ଟ ର ନିର୍ଦେଶନାମା କୁ ଅନୁସରଣ କରିବା ପାଇଁ ଅନୁରୋଧ କରିଛନ୍ତି।

ରାଜସ୍ଥାନ ହାଇକୋର୍ଟ ମଧ୍ୟ ଗ୍ରାମର ମୁଖିଆ ଏବଂ ସମସ୍ତ ସରପଞ୍ଚ ମାନଙ୍କୁ ନିର୍ଦେଶ ଜାରି କରିଛନ୍ତି ଯେ ଯଦି ସେମାନେ ବାଲ୍ୟ ବିବାହ ରୋକିବା ପାଇଁ ଅସଫଳ ହୁଅନ୍ତି ତେବେ ସେମାନଙ୍କୁ ସେଥିପାଇଁ ଉତ୍ତରଦାୟୀ କରାଯିବ। Just rights for children’s alliances ଏବଂ ଅନ୍ୟ ମାନେ ଏକ PIL କୋର୍ଟ ରେ କରିବା ପରେ ଏକ ନିର୍ଦେଶ ଆସିଛି ଯାହା ଦ୍ୱାରା ଅକ୍ଷୟ ତୃତୀୟା ଅବସର ରେ ହୋଇଥିବା ହଜାର ହଜାର ବାଲ୍ୟ ବିବାହ କୁ ରୋକଯାଇ ପାରିବ।

Just rights for children ର ପ୍ରତିଷ୍ଠାତା, ” ଭୁବନ ରିଭୂ, ” କହିଛନ୍ତି ବାଲ୍ୟ ବିବାହ ହେଉଛି ସବୁଠାରୁ ବ୍ୟାପକ ଏବଂ ଘୃଣ୍ୟ ଅପରାଧ ଯାହାକି ଆମ ସାମ୍ପ୍ରଦାୟର ସାମାଜିକ ଭାବରେ ଗ୍ରହଣୀୟ ଅଟେ। ରାଜସ୍ଥାନ ହାଇକୋର୍ଟ ଙ୍କର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହାକି ଗ୍ରାମ ର ମୁଖିଆ ଏବଂ ସମସ୍ତ ସରପଞ୍ଚ ଙ୍କ ଦ୍ୱାରା ଏହି ବାଲ୍ୟ ବିବାହ ର ରିପୋର୍ଟ କରିବା ପାଇଁ ଦାୟିତ୍ୱ ବହନ କରିବେ ଏବଂ ସେମାନଙ୍କ ର ବୁଝାମଣା ଓ ଅଂଶ ଗ୍ରହଣ ଦ୍ୱାରା ହିଁ ବାଲ୍ୟ ବିବାହ ଭଳି ଅପରାଧ କୁ ରୋକାଯାଇପାରିବ। ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ଭାରତ ଯେଉଁ ଭଳି ପଦକ୍ଷେପ ନେଉଛି ତାହା ସମଗ୍ର ବିଶ୍ୱ ପାଇଁ ଏକ ଶିକ୍ଷ୍ୟା ଅଟେ ଏବଂ ରାଜସ୍ଥାନ ହାଇକୋର୍ଟ ଙ୍କ ଆଦେଶ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଅଟେ।
Just rights for children ହେଉଛି ଏକ ଦେଶ ବ୍ୟାପୀ 120 ଟି ଏନଜିଓ ର ମିଳିତ ମଞ୍ଚ ଯାହାକି ବାଲ୍ୟ ବିବାହ, ଯୌନ ଶୋଷଣ ଏବଂ ଶିଶୁ ଚାଲାଣ ଉପରେ ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଛି।
ଅକ୍ଷୟ ତୃତୀୟା ଅବସର ରେ ସାରା ଦେଶ ରେ ବାଲ୍ୟ ବିବାହ ଘଟଣା ପାଇଁ ରାଜସ୍ଥାନ ହାଇକୋର୍ଟ ଏହି ନିର୍ଦେଶ ଜାରି କରିଛନ୍ତି। ଏଥି ସହିତ ତୃଣ ମୂଳ ସ୍ତର ରେ କାର୍ଯ୍ୟ କରୁଥିବା ଏନଜିଓ, ରାଜ୍ୟ ସରକାର ଏବଂ ଆଇନ ପ୍ରଣୟନକାରୀ ସଂସ୍ଥା ଏହି ଘୃଣ୍ୟ ଅପରାଧ ବିରୋଧ କରି ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ କାର୍ଯ୍ୟ କରୁଛନ୍ତି।

ରାଜସ୍ଥାନ ହାଇକୋର୍ଟ ଙ୍କ ରାୟ ଭିତ୍ତିହୀନ ଓ ଦୁରଦୃଷ୍ଟି ସମ୍ପୂର୍ଣ୍ଣ ଅଟେ। ଏହା ବୋଧ ହୁଏ ପ୍ରଥମ ଘଟଣା ଯେଉଁଠାରେ ପଞ୍ଚାୟତ ରାଜ ବ୍ୟବସ୍ଥା କୁ ଶିଶୁ ବିବାହ ସମ୍ବଧୀୟ କୌଣସି ଘଟଣା ପାଇଁ ସରପଞ୍ଚ ଙ୍କୁ ଉତ୍ତରଦାୟୀ କରିବାକୁ ନିର୍ଦେଶ ଦିଆଯାଇଛି। ଆମେ just rights for children’s alliance ସମଗ୍ର ଦେଶ ରେ ଜିଲ୍ଲା ମାଜିଷ୍ଟ୍ରେଟେ ଙ୍କୁ ଅନୁରୋଧ କରୁଅଛୁ ଯେ ଆମର ତୃଣ ମୂଳ ସ୍ତର ର ପଦକ୍ଷେପ ଗୁଡିକ ଶିଶୁ ବିବାହ ପ୍ରସଙ୍ଗ ଙ୍କୁ ସମାଧାନ କରିବାରେ ସମ୍ପ୍ରଦାୟ ର ସମ୍ପୃକ୍ତି ଗୁରୁତ୍ୱପୂର୍ଣ ଅଟେ। ଆମେ ରୁଚିକା ସମାଜ ମଙ୍ଗଳ ସଂଗଠନ ଓଡିଶା ରେ 3 ଟି ଜିଲ୍ଲା ରେ ଯଥା ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ରେ ଆମ ସ୍ତର ର ଉଦ୍ୟମ ଏବଂ ସଚେତନତା ଅଭିଯାନ ଜାରି ରଖିଛୁ, ଯେପରି ନ୍ୟାୟିକ ହସ୍ତକ୍ଷେପ ଆମର ବାଲ୍ୟ ବିବାହ ବିରୋଧରେ ଲଢେଇକୁ ଆହୁରି ସୁଦୃଢ କରିବ।

Leave A Comment

All fields marked with an asterisk (*) are required