Search for:
  • Home/
  • ରାଜ୍ୟ/
  • ଫାଷ୍ଟ ବିଜେଡି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ

ଫାଷ୍ଟ ବିଜେଡି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ

Spread the love

Loading

ଫାଷ୍ଟ ବିଜେଡି ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ

ଭୁବନେଶ୍ୱର: ଏକଦା ବିଜେଡିର ଥିଲେ ହେଭିୱେଟ୍ ନେତା । ନିଜର ଥିଲା ସ୍ୱତନ୍ତ୍ର ପରିଚୟ । ବିନା କ୍ଷମତାରେ ଘରେ ବସି ରହିଲେ ବି ସମ୍ମାନ ମିଳୁଥିଲା । ମାତ୍ର ଖଣ୍ଡେ ଟିକେଟ୍ ପାଇଁ ବାରଦ୍ୱାର ହୋଇ ନିଜର ଇଜ୍ଜତକୁ ଶେଷରେ ମାଟିରେ ମିଶେଇଦେଲେ । ଗେରୁଆ ଟୋପି ପିନ୍ଧି ଯେଉଁ ଦମ୍ଭରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳିମନ୍ଦ କଲେ, ସେହି ଦମ୍ଭ ନିମିଷକେ ଚୂନା ହୋଇଗଲା । ନବୀନଙ୍କ ବିରୋଧରେ ଚୋଖା ଭାଷଣ ଦେଇ ବିଜେପି ହାଇକମାଣ୍ଡଙ୍କ ପାଖ ହେବାକୁ ଚାହୁଁଥିବା ଏହି ନେତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ଦଳ ଅଯୋଗ୍ୟ ମଣିଲା । ଏହା ତାଙ୍କୁ ଭୀଷଣ ଅପମାନିତ କଲା । ଅପମାନ ଓ ଲାଜରେ ଜର୍ଜରିତ ହୋଇ ଶେଷରେ କଂଗ୍ରେସରେ ମିଶିଛନ୍ତି । ସେଥିରେ ନୀତି ଆଦର୍ଶର କଥା ନାହିଁ । ଅଛି କେବଳ ଟିକେଟ୍ ହାତେଇବାର ଇଚ୍ଛା ।
ଆମେ କହୁଛୁ, ଦେବାଶିଷ ନାୟକଙ୍କ କଥା । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖାସ୍ ଅନୁଗତ ଏହି ବାବୁ ୨୦୦୦ ମସିହାରୁ କ୍ରମାଗତ ୪ ଥର ବରୀରୁ ବିଧାୟକ ହୋଇଥିଲେ । ନବୀନ ସରକାରଙ୍କ ଦ୍ୱିତୀୟ ପାଳିରେ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ କ୍ରୀଡ଼ା ଓ ଯୁବ କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ମତାନ୍ତର ହେବାରୁ ୨୦୧୯ ରେ ବରୀରୁ ଟିକେଟ୍ କଟିଥିଲା । ମଝିରେ ମଝିରେ ଟିଭି କ୍ୟାମେରା ଆଗରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳୁଥିଲେ । ଗଲା ଫେବ୍ରୁଆରୀ ୨୫ ତାରିଖରେ ବିେଜେପି ଅଫିସ ଆସି ମନମୋହନ ସାମଲଙ୍କ ହାତରୁ ଗେରୁଆ ଟୋପି ପିନ୍ଧିଥିଲେ । ପଦ୍ମ ମାର୍କା ଉତ୍ତରୀୟ ପିନ୍ଧି ବିଜେପିରେ ଦୀକ୍ଷିତ ହୋଇଥିଲେ ।
ଭାବିଥିଲେ ବରୀରୁ ଟିକେଟ୍ ଟା ଥୟ । ମାତ୍ର ତାଙ୍କ ଭାବନା ଭାବନାରେ ରହିଗଲା । ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଯୋଗ୍ୟ ମଣିଲା ନାହିଁ । ଏହା ଦେବାଶିଷଙ୍କ ମୁହଁ ପୋଡ଼ିିଦେଲା । ଲାଜରେ କାହାରି ମୁହଁ ଚାହିଁପାରିଲେ ନାହିଁ ।
ନିଜର ଇଜ୍ଜତ ବଞ୍ଚାଇବାକୁ କଂଗ୍ରେସ ସହ ଯୋଗସୂତ୍ର ରଖିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଡ. ଅଜୟ କୁମାରଙ୍କ ଶରଣ ପଶିଲେ । ସମ୍ଭବତଃ ସେମାନଙ୍କଠାରୁ ବରୀ ଟିକେଟ୍ ର ପ୍ରତିଶ୍ରୁତି ପାଇ ଆଜି କଂଗ୍ରେସରେ ଯୋଗଦେଇଛନ୍ତି ।

Leave A Comment

All fields marked with an asterisk (*) are required