Search for:
  • Home/
  • ରାଜ୍ୟ/
  • ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ବିଂଶତମ ବାର୍ଷିକୀ ଉତ୍ସବ ପାଳିତ

ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର ବିଂଶତମ ବାର୍ଷିକୀ ଉତ୍ସବ ପାଳିତ

Spread the love

Loading

ଜଳସମ୍ପଦ ବିଭାଗ ସାଂସ୍କୃତିକ ପରିଷଦର
ବିଂଶତମ ବାର୍ଷିକୀ ଉତ୍ସବ ପାଳିତ

ଭୁବନେଶ୍ୱର ୨/୧୨, ଜଳ ସମ୍ପଦ ବିଭାଗର ସାଂସ୍କୃତିକ ପରିଷଦ ଅIନୁକୂଲ୍ୟରେ ଆଜି ରବୀନ୍ଦ୍ର ମଣ୍ଡପ ଠାରେ ଏହାର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଉତ୍ସବରେ ଅତିଥି ଭାବେ ଉର୍ଣ୍ଣୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ସମ୍ମାନିତ ଅତିଥି ଭାବେ ଜଳ ସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଇଂ. ଭକ୍ତ ରଞ୍ଜନ ମହାନ୍ତି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ I ବିଭାଗୀୟ କର୍ମଚାରୀ ମାନଙ୍କ ଦ୍ୱାରା ଲିଖିତ କବିତା ଓ ପ୍ରବନ୍ଧକୁ ନେଇ “ଜଳ ତରଙ୍ଗ” ନାମରେ ଏକ ବାର୍ଷିକ ସ୍ମରଣିକା ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଯାଇଥିଲା I

ଏହି ଅବସରରେ ସାଂସ୍କୃତିକ ପରିଷଦର ବିଭାଗୀୟ କର୍ମଚାରୀ ମାନଙ୍କ ମଧ୍ୟରେ ଆୟୋଜିତ ଦୌଡ, ଝୋଟି, ମ୍ୟୁଜିକ ଚେୟାର, କ୍ୟାରମ ଓ ବ୍ରେ ଆଦି ଖେଳର ପ୍ରତିଯୋଗିତା ହୋଇଥିଲା I ଏଥିରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା I

ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ଏବଂ ପ୍ରସ୍ତୁତ ନାଟକ “ମାର୍ଫତ ଈଶ୍ୱର” ପରିବେଷଣ କରାଯାଇଥିଲା I ନାଟକ ରଚନା କରିଥିଲେ ରଂଜିତ ପଟ୍ଟନାୟକ I ଏହି ନାଟକକୁ ଦେବାନନ୍ଦ ସୋନି ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇ ଥିବାବେଳେ ସାଂସ୍କୃତିକ ପରିଷଦର ନାଟ୍ୟ ସମ୍ପାଦକ ଧନେଶ୍ୱର ସାହୁ ପରିଚାଳନା ସହ ନିର୍ଦ୍ଦେଶନା ଦେଇଥିଲେ Iଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସାଂସ୍କୃତିକ ପରିଷଦର ଉପଦେଷ୍ଟା ହର ପ୍ରସାଦ ବିଶ୍ୱାଳ, ସଭାପତି ଗିରିଧାରୀ ନାୟକ ଏବଂ ଉପସଭାପତି ଭାଗିରଥି ପାଢ଼ୀ, ବଳରାମ ଟୁଡୁ ଓ ସୁନୀଲ କୁମାର ସେଠି, ସୌରଭ ସୋନି ପୃଷ୍ଟି ଓ ଖେଳ ସମ୍ପାଦକ ପ୍ରେମନାଥ ବେହେରା ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ସାଂସ୍କୃତିକ ସମ୍ପାଦକ କୃପାସିନ୍ଧୁ ପ୍ରଧାନ ପରିଚାଳନା କରିଥିଲେ I ପରିଷଦର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ଉପସ୍ଥିତ ଅତିଥି ଓ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଲିଟିରାରୀ ସାହିତ୍ୟ ସମ୍ପାଦିକା ସଂଘମିତ୍ରା ଶତପଥୀଙ୍କ ଓ ପୁଷ୍ପା ସେଠି I

Leave A Comment

All fields marked with an asterisk (*) are required