Search for:
  • Home/
  • ରାଜ୍ୟ/
  • ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପାଇଁ ଦାବି

ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପାଇଁ ଦାବି

Spread the love

Loading

ଉତ୍କଳମଣି ଗୋପବନ୍ଧୁଙ୍କୁ ଭାରତ ରତ୍ନ ପାଇଁ ଦାବି

ଭୁବନେଶ୍ୱର ତା ୩୦/୦୯ ଭାରତ ସ୍ଵାଧିନତା ଆନ୍ଦୋଳନର ପ୍ରବୀଣ କାଣ୍ଡାରି , ଶୈକ୍ଷିକ ଜଗତର ଉଜ୍ଜଳ ଜ୍ୟୋତିଷ୍କ, ଜନସେବାର ମୁକ୍ତିମନ୍ତ ପ୍ରତୀକ ଏଵଂ ଓଡ଼ିଆ ସାମ୍ବାଦିକତାର ପ୍ରତୀକ ତଥା ଦିଗଦର୍ଶକ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବ ନେଇ ନ୍ୟାସନାଲ ହୁମାନ ୱେଲଫେୟର ବୋର୍ଡ ଟ୍ରଷ୍ଟ ତରଫରୁ ଭାରତ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଓଡିଶାର ମହାମହିମ ରାଜ୍ୟପାଳ ଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇ ଅଛି । ଆଜି ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରାସାଦ ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ସମାଜସେବୀ ସଞ୍ଜୟ କୁମାର ପରିଡ଼ା, ମାନି ପଣ୍ଡା, ଗୁରୁ ପ୍ରସାଦ ମହାନ୍ତି, ଏଵଂ ସାମ୍ୱାଦିକ ବିଜୟ ଦାଶ ଓଡିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ “ଭାରତରତ୍ନ” ବର୍ତ୍ତମାନ୍ ସୁଦ୍ଧା ୪୮ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୪ ଜଣଙ୍କୁ ମରଣତ୍ତୋର ଭାରତ ରତ୍ନ ସମ୍ମାନ ମିଳିଥିବା ବେଳେ, ଓଡିଶାର କୌଣସି ବରପୁତ୍ର ଏହି ସମ୍ମାନ ନପାଇବା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ବିଷୟ। ଗୋପବନ୍ଧୁଙ୍କ ଜୀବନ ବ୍ୟାପି ସାଧନ ତଥା ଅବଦାନ କୁ ବର୍ଣ୍ଣନା କରି ଏକ ସ୍ମାରକ ପତ୍ର ପ୍ରସ୍ତୁତ କରାଯାଇ , ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଅଛି । ତତ୍ ସଙ୍ଗେ ସଙ୍ଗେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଭାରତର ପ୍ରଧାନମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଅଛି ବୋଲି ଶ୍ରୀ ମହାପାତ୍ର ସୁଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required