Search for:
  • Home/
  • ରାଜ୍ୟ/
  • ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

Spread the love

Loading

ବିଧାନସଭା ସମ୍ମୁଖରେ ଧାରଣାରତ କୁମ୍ଭାର ମହାସଂଘଙ୍କୁ ଭେଟିଲେ ବିଜେପି ବିଧାୟକ ଓ ନେତୃବୃନ୍ଦ

“ମାଟିକଳା ବୋର୍ଡ” ଗଠନ ଦାବି ଯଥାର୍ଥ: ବିଜେପି

 ବିଶ୍ୱକର୍ମା ଯୋଜନା ଜରିଆରେ କୁମ୍ଭକାର ଭାଇମାନେ ଉପକୃତ ହେବେ

ଭୁବନେଶ୍ୱର ତା.୩୦/୦୯: ସମସ୍ତ ଶୁଭ କାର୍ଯ୍ୟ ପାଇଁ ଆମେ କୁମ୍ଭକାରଙ୍କ ଉପରେ ନିର୍ଭର କରିଥାଉ, ହେଲେ ଆଜି ସେମାନେ ତାଙ୍କର କୌଳିକ ବୃତିକୁ ନେଇ ସନ୍ଦିହାନ । ଦେଶର ଅନ୍ୟ ରାଜ୍ୟମାନଙ୍କରେ କୌଳିକ ବୃତି କରି ଜୀବିକା ନିର୍ବାହ କରୁଥିବା କୁମ୍ଭକାର ଭାଇ ଓ ଭଉଣୀମାନଙ୍କୁ ସହଯୋଗ ଓ ପ୍ରୋତ୍ସାହନ ଦେବା ପାଇଁ ‘ମାଟିକଳା ବୋର୍ଡ’ ଗଠନ କରାଯାଇଥିଲେ ମଧ୍ୟ ଓଡିଶାରେ ୨୪ବର୍ଷର ବିଜେଡି ସରକାର ଏଥି ପାଇଁ କୈାଣସି ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ଏପରିକି କୁମ୍ଭକାର ଭାଉଭଉଣୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି କର୍ଣ୍ଣପାତ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟରେ ଯେଉଁ ଗାଁ ମାନଙ୍କରେ କୁମ୍ଭାର ଭାଇମାନେ ରହୁଛନ୍ତି ତାଙ୍କର କୈାଳିକ ବୃତିଗତ କାର୍ଯ୍ୟପାଇଁ ସରକାରଙ୍କର କିଛି ଜାଗା ବ୍ୟବହାର କରିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି । ସବୁଠୁ ବଡ କଥା ହେଲା ବଜାର ବ୍ୟବସ୍ଥା, ସରକାରୀ ସହଯୋଗ ନପାଇଲେ ଏହି ବ୍ୟବସ୍ଥା କରାଯାଇ ପାରିବନାହିଁ । ଶେଷରେ ଏହି କୈାଳିକ ବୃତି ଏବଂ ଏହା ଉପରେ ନିର୍ଭର କରୁଥିବା କୁମ୍ଭକାର ଭାଉଭଉଣୀଙ୍କ ଭବିଷ୍ୟତ ଅନ୍ଧକାର ହେବା ସୁନିଶ୍ଚିତ । କେବଳ ନିର୍ବାଚନ ସମୟରେ କିଛି ଥୋପ ଦେବା ବ୍ୟତୀତ ରାଜ୍ୟ ସରକାର ସ୍ଥାୟୀ ସମାଧାନ ଚାହୁଁନାହାଁନ୍ତି । ଆଜି ଧାରଣା ଦେଉଥିବା କୁମ୍ଭକାର ଭାଇଭଉଣୀଙ୍କ ଦାବୀ ପ୍ରତି ଭାରତୀୟ ଜନତା ପାର୍ଟୀର ସଂପୂର୍ଣ୍ଣ ସମର୍ଥନ ରହିଛି ଏବଂ ରାଜ୍ୟ ସରକାର ଏ ସମସ୍ତ ଦାବୀଗୁଡିକର ସମାଧାନ କରିବା ଉଚିତ୍ । ଦେଶର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏ ସମ୍ପର୍କରେ ଗଭୀର ଅନୁଧ୍ୟାନ କରି ଏକ ବିଶ୍ୱକର୍ମା ଯୋଜନା ଆଣିଛନ୍ତି ଯେଉଁଥିରେ କୁମ୍ଭକାର ଭାଇମାନେ ସମ୍ପୂର୍ଣ୍ଣ ଉପକୃତ ହେବେ । ଆଜି ବିଧାନସଭା ସମ୍ମୁଖରେ କୁମ୍ଭକାରମାନଙ୍କ ବିକ୍ଷୋଭ ସମାବେଶରେ ଯୋଗଦେଇ ରାଜ୍ୟ ବିଜେପି ବିଧାୟକ ଓ ନେତୃବୃନ୍ଦମାନେ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା କରିବା ସହ ବିଧାନସଭାରେ ସେମାନଙ୍କ ପ୍ରସଙ୍ଗ ଉପସ୍ଥାପନ କରିବାର ପ୍ରତିଶ୍ରୁତି ଦେଇଥିଲେ ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ମୁକେଶ ମହାଲିଙ୍ଗ୍‌, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଦୁର୍ଗା ପ୍ରସନ୍ନ ନାୟକ, ବିବେକାନନ୍ଦ ଜେନା, ସନ୍ତୋଷ ମହାପାତ୍ର ଓ ଲିଙ୍ଗରାଜ ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

(ବିଜେପି ମିଡିଆ ସେଲ୍‌)

Leave A Comment

All fields marked with an asterisk (*) are required