Search for:
  • Home/
  • ରାଜ୍ୟ/
  •  ଜି-20 ଅଧିବେଶନ ସଫଳତାର ସହ ଶେଷପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ

 ଜି-20 ଅଧିବେଶନ ସଫଳତାର ସହ ଶେଷପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ

Spread the love

Loading

ଜି-20 ଅଧିବେଶନ ସଫଳତାର ସହ ଶେଷପରେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ କେନ୍ଦ୍ରମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପାଇଁ ଭାରତବର୍ଷ ଏକ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି-ଧର୍ମେନ୍ଦ୍ର ପ୍ରଧାନ

• ମୋଦିଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ୱ ଯୋଗୁଁ ଜି-20 ଅଧିବେଶନ ସଫଳ ହୋଇଛି

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗର୍ବ ବଢ଼ାଇଲେ

• ଓଡିଶାର କଳା ଓ ସଂସ୍କୃତିର ପରିଚୟ କୋଣାର୍କ ଚକ୍ର ତଳେ ଅତିଥିଙ୍କୁ ସ୍ୱାଗତ କଲେ, ଏହାଠାରୁ ବଡ ଗୌରବର କଥା କିଛି ନହୋଇପାରେ

• ପ୍ରଧାନମନ୍ତ୍ରୀ କହିଥିଲେ ଭାରତ ଯେତେବଳେ ଅଧ୍ୟକ୍ଷତା କରୁଛି ଆମର ଦାୟିତ୍ୱ ବସୁଧୈବ କୁଟୁମ୍ବକମ୍

• କେବଳ ଗ୍ଲୋବାଲ ସାଉଥ୍ ର ଆକଂକ୍ଷା ପ୍ରତିଫଳନ ହେଲାନି ବରଂ ଆଫ୍ରିକୀୟ ଦେଶର ଅଧ୍ୟକ୍ଷଙ୍କୁ ଜି-20 ର ସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରାଗଲା

• ଅଧିବେଶନରେ ଭାରତର ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରଧାନମନ୍ତ୍ରୀ ଉଲ୍ଲେଖ କଲେ
ଗୌରବର ବିଷୟ ।

ଶ୍ରୀ ପ୍ରଧାନ ଆହୁରି କହିଥିଲେ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ଗ୍ରହଣକରି ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ମାନବ ସମ୍ବଳର ବିକାଶ ଦିଗରେ ନିବେଶ ଉପରେ ଦିଆଯାଉଥିବା ଗୁରୁତ୍ୱକୁ ଚିହ୍ନଟ କରାଗଲା I ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଦିଗରେ ବିଦ୍ୟାଳୟର ଭୂମିକା, ଛାତ୍ରଛାତ୍ରୀଙ୍କ ପଞ୍ଜିକରଣକୁ ଗୁରୁତ୍ୱ ଦିଆଯାଇଛି I ଏହା ସହିତ 2030 ପର୍ଯ୍ୟନ୍ତ ଶିକ୍ଷାର୍ଥୀଙ୍କୁ ପ୍ରାଥମିକ ଦକ୍ଷତା ସହ ଯୋଡିବା, ଜୀବନ ବ୍ୟାପି ଶିକ୍ଷାକୁ ଆଗକୁ ନେବାସହ ସ୍କିଲିଙ୍ଗ , ରି-ସ୍କିଲିଙ୍ଗ, ଅପ୍ ସ୍କିଲିଙ୍ଗକୁ ମଧ୍ୟ ଏହି ଘୋଷଣା ପାତ୍ରରେ ଗୁରୁତ୍ୱ ଦିଆ ଯାଇଛି I

ଭାରତରେ ଏହି ଭିତରେ ଯେଉଁ ଉପଲବ୍ଧି ହୋଇଛି ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର କ୍ରିଏଟ୍ କରାଯାଇଛି । ସ୍ୱୟଂମ ଦିକ୍ଷା ସ୍କିଲ ଇଣ୍ଡିଆ ଡିଜିଟାଲ ପୋର୍ଟାଲ କେବଳ ଭାରତ ଭିତରେ ସୀମିତ ହୋଇ ରହିବ ନାହିଁ ବୈଷୟିକ ସ୍ତରକୁ ଯିବ । ଭାରତ ବର୍ଷ ବୈଷୟିକ ମଡେଲ୍ ହେବାକୁ ଯାଉଛି । ଏସବୁ କେବଳ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱଯୋଗୁଁ ହୋଇପାରୁଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ଗର୍ବ ବଢ଼ାଇଲେ। ଓଡ଼ିଆ ସମାଜ ଏବଂ ଓଡ଼ିଆ ସଭ୍ୟତାକୁ ସ୍ବୀକୃତି ଦେଲେ। ଯେତେବେଳେ ପ୍ରଥମ ଦିନ ୯ ତାରିଖରେ ବିଶ୍ବର ନେତୃତ୍ବକୁ ଭାରତ ମଣ୍ଡପରେ ଭେଟିଲେ ଏବଂ ଯେଉଁ ଜାଗାରେ ସ୍ବାଗତ କଲେ ସେ ଜାଗାରେ ସିଏ କୋଣାର୍କ ଚକ୍ର ତଳେ ସମସ୍ତଙ୍କୁ ସ୍ବାଗତ କଲେ ଏହାଠାରୁ ବଡ଼ ଗର୍ବ ଏବଂ ଗୌରବର କଥା ଆଉ କିଛି ନାହିଁ। ସନ୍ଧ୍ୟାବେଳେ ଯେତେବେଳେ ରାତ୍ରିଭୋଜନରେ ଯେତେବେଳେ ଯୋଗ ଦେଲେ ସେତେବେଳେ ତାଙ୍କ ସାଥିରେ ଥିଲେ ଦେଶର ରାଷ୍ଟ୍ରପତି ଓଡ଼ିଆ ଝିଅ ତଥା ଦ୍ରୌପଦୀ ମୁର୍ମୁ । ଏହା ହେଉଛି ଓଡ଼ିଆଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ପ୍ରଧାନମନ୍ତ୍ରୀ ମିଟିଂ ଡାକିଲେ ରାଷ୍ଟ୍ରପତି ଆଉ ସବୁ ଅତିଥିଙ୍କୁ ଆପ୍ୟାୟିତ କଲେ। ଏହା ଦେଖି ସେ ଗର୍ବ ଅନୁଭବ କରିଥିବା କଥା କହିଛନ୍ତି I

କେବଳ ଏତିକି ନୁହେଁ 8 ତାରିଖ ଭୋରରୁ ଯେତେବେଳେ ବିଶ୍ବର ନେତା ମାନେ ଆସୁଥିଲେ ସମ୍ବଲପୁରୀ ଗୀତରେ ସମସ୍ତଙ୍କୁ ସ୍ବାଗତ କରାଯାଉଥିଲା। ଆମେ ସମସ୍ତେ ଏକ ଭିଡିଓ ଦେଖିଛେ ଯେଉଁଥିରେ ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡର ଅଧ୍ୟକ୍ଷା ସମ୍ବଲପୁରୀ ଡାଲଖାଇ ଗୀତରେ ନାଚୁଥିଲେ। ଆଉ ଏହି ଦୃଶ୍ୟ ସମସ୍ତଙ୍କୁ ଗର୍ବିତ କରାଇଛି। ଆଉ ଏହା ଓଡ଼ିଶା ଏବଂ ଓଡ଼ିଆବାସୀଙ୍କ ପାଇଁ ଗର୍ବର ବିଷୟ ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶାବାସୀଙ୍କ ପକ୍ଷରୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।

Leave A Comment

All fields marked with an asterisk (*) are required