Search for:
  • Home/
  • ଦେଶ-ବିଦେଶ/
  • ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ, ଆଜି ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ ଚନ୍ଦ୍ରଯାନ-୩’

ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ, ଆଜି ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ ଚନ୍ଦ୍ରଯାନ-୩’

Spread the love

Loading

ଆଉ କେଇ ଘଣ୍ଟାର ଅପେକ୍ଷା: ମହାକାଶ ବିଜ୍ଞାନରେ କୀର୍ତ୍ତିମାନ ରଚିବ ଇସ୍ରୋ, ଆଜି ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ ଚନ୍ଦ୍ରଯାନ-୩’
ଭୁବନେଶ୍ୱର: ନୂଆଦିଲ୍ଲୀ:୧୪.୦୭  ଭାରତର ପରବର୍ତ୍ତୀ ଚନ୍ଦ୍ର ଅଭିଯାନ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଆଜି ମଧ୍ୟାହ୍ନରେ ଚନ୍ଦ୍ରଯାନ-୩’ ଚନ୍ଦ୍ର ଅଭିମୁଖେ ଉଡାଣ ଭରିବ। ଏଥିପାଇଁ ପ୍ରାୟ ୨୫ ଘଣ୍ଟା ୩୦ ମିନିଟ୍‌ ପୂର୍ବରୁ ଅର୍ଥାତ୍‌ ଗୁରୁବାର ଅପରାହ୍ଣ ୧.୦୫ ମିନିଟ୍‌ରୁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଚନ୍ଦ୍ରଯାନ-୩ ଆଜି ଦିନ ୨ଟା ୩୫ ମିନିଟ୍‌ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉଡାଣ ଭରିବ। ଏଥିପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଚନ୍ଦ୍ରଯାନ-୩କୁ ଅନ୍ତରୀକ୍ଷକୁ ନେବା ଲାଗି ଅତ୍ୟାଧୁନିକ ତଥା ଅପଗ୍ରେଡେଡ୍‌ ଲଞ୍ଚ ଭେଇକିଲ ମଧ୍ୟ ପ୍ରସ୍ତୁତ ରହିଛି। ଏଲଭିଏମ-୩ ରକେଟ୍‌ ଯୋଗେ ଚନ୍ଦ୍ରଯାନ-୩ ଉଡ଼ାଣ ଭରିବ। ଏଲଭିଏମ-୩ର ଗତି କରିବାର ସଫଳତା ୧୦୦ ପ୍ରତିଶତ ରହିଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଚନ୍ଦ୍ରଯାନ-୩କୁ ଅନ୍ତରୀକ୍ଷରେ ପହଞ୍ଚାଇବ ବୋଲି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ) ବୈଜ୍ଞାନିକମାନେ ନିଶ୍ଚିତ ରହିଛନ୍ତି।ଏହାବ୍ୟତୀତ ଚଳିତ ଅଭିଯାନ ମଧ୍ୟ ଶତପ୍ରତିଶତ ସଫଳ ହେବା ନେଇ ସେମାନେ ଆଶବାଦୀ ରହିଛନ୍ତି। ଏହି ଅଭିଯାନର ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକମାନେ ଗୁରୁବାର ତିରୁପତି ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏହାବ୍ୟତୀତ ତାମିଲନାଡୁ ଏବଂ କର୍ଣ୍ଣାଟକର ବହୁ ମନ୍ଦିର ସମେତ ଚନ୍ଦ୍ର ଭଗବାନଙ୍କ ମନ୍ଦିରରେ ମଧ୍ୟ ବିପୁଳ ସଂଖ୍ୟାରେ ଲୋକମାନେ ପୂଜାର୍ଚ୍ଚନା କରିଛନ୍ତି। ଭାରତର ଚନ୍ଦ୍ରଯାନ-୩ ଅଭିଯାନର ସଫଳତା ଦ୍ବାରା ମହାକାଶ ବିଜ୍ଞାନ କ୍ଷେତ୍ରରେ ଇସ୍ରୋ ନୂଆ ଇତିହାସ ରଚିବ। ପୂର୍ବରୁ ଚନ୍ଦ୍ର ପୃଷ୍ଠରେ ବୈଜ୍ଞାନିକ ଗବେଷଣା କରିବା ନେଇ ଆମେରିକା, ରୁଷିଆ ଏବଂ ଚୀନ ଭଳି ତିନୋଟି ରାଷ୍ଟ୍ର ସଫଳ ହୋଇଛନ୍ତି। ସଫଳତାପୂର୍ବକ ସ୍ଥାପିତ ହୋଇଥିଲେ ହେଁ ଦୁର୍ଭାଗ୍ୟବଶତଃ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୁହୂର୍ତ୍ତ ପୂର୍ବରୁ କ୍ରାସ୍ କରିଯାଇଥିଲା। ଯାହାକୁ ନେଇ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାର ଆଶା ଧୂଳିସାତ୍ ହୋଇଯାଇଥିଲା। ତେବେ ଚଳିତ ଅଭିଯାନ ସଫଳ ରହିବା ସହିତ ଏହି ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି ଭାରତୀୟ ବୈଜ୍ଞାନିକ ମହଲ ଉତ୍ସାହିତ ରହିଛନ୍ତି।

Leave A Comment

All fields marked with an asterisk (*) are required