Search for:
  • Home/
  • ରାଜ୍ୟ/
  • ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

Spread the love

Loading

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଦ୍ୱିତୀୟ ଦିବସରେ ଓଡ଼ିଶୀ ଛନ୍ଦ ଓ ରସର ଭାବମୟ ପରିବେଷଣ

ଭୁବନେଶ୍ୱର ତା ୨୭.୧୨.୨୦୨୩ – ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଆଜି ଥିଲା ଦ୍ୱିତୀୟ ଦିବସ । ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବଟି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଗୋଟିଏ ମଞ୍ଜରେ ଯୁବ, ପ୍ରତିଭା ଓ ବିଶିଷ୍ଟ କଳାକାରମାନଙ୍କ ଦ୍ୱାରା ପରିବେଷିତ ଓଡ଼ିଶୀ ନୃତ୍ୟକୁ ଆନ୍ତର୍ଜାତିୟ ସ୍ତରରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ର୍ଦଶ୍ୟ ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପୂର୍ବାହ୍ନ ୧୦ ଘଟିକାରୁ । ପ୍ରଥମେ ବ୍ରହ୍ମପୁରରୁ ଆସିଥିବା ଓଡ଼ିଶୀ ନୃତ୍ୟାୟନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ତାରା ତାରିଣୀ ଯାହା ରାଗ ପୁରିୟା ଧନାଶ୍ରୀ ଓ ଆଦିତାଳ ଉପରେ ନିବଦ୍ଧ ଥିଲା ପରେ ପରେ ଏକକ ନୃତ୍ୟ ପର୍ଯ୍ୟାୟରେ ଆମେରିକାରୁ ଆସିଥିବା ତମୋମି ଫକୁରଙ୍କ ଦ୍ୱାରା ପଲ୍ଲବୀ, କାନାଡ଼ାରୁ ଆସିଥିବା ଶାଶ୍ୱତୀ ସୌମ୍ୟା ସାହୁଙ୍କ ଦ୍ୱାରା ଅଭିନୟ ଆହା କି ସୁନ୍ଦର ସତେ ବାଜେ ଲୋ ମୋହନ ବଂଶୀ ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସର୍ବାଣୀ ମିଶ୍ର ଓ ଅନନ୍ୟା ନନ୍ଦଙ୍କ ଦ୍ୱାରା ଅଭିନୟ ଗୀତ ଗୋବିନ୍ଦ ପରେ ପରେ ଏକକ ନୃତ୍ୟରେ ସୌମ୍ୟଶ୍ରୀ ସାମନ୍ତରାୟଙ୍କ ଦ୍ୱାରା ଅଭିନୟ ସତେ କି ଭଙ୍ଗୀ କଲା, ଛତିଶଗଡ଼ର ପୁନମ୍‌ ଗୁପ୍ତାଙ୍କ ଦ୍ୱାରା ଅଭିନୟ ନବ ଦୁର୍ଗା, ଦ୍ୱୈତ୍ୟ ନୃତ୍ୟରେ ଗଞ୍ଜାମର ନରହରି ମହାରଣା ଓ ଦିବ୍ୟାଶ୍ରୀ ମାଝୀଙ୍କ ଦ୍ୱାରା ଅଭିନୟ ରାଧା ରାଣୀ ସଙ୍ଗେ ନାଚେ ମୁରଲୀ ପାଣି, ଏକକ ନୃତ୍ୟରେ ୱାଲିଶା ସାହୁଙ୍କ ଦ୍ୱାରା ପଲ୍ଲବୀ, ରାଜଶ୍ରୀ ମହାପାତ୍ରଙ୍କ ଦ୍ୱାରା ଅଭିନୟ ନ ଯା ଯମୁନା ଲୋ ସହୀ ଏବଂ ଶେଷରେ ଦଳଗତ ନୃତ୍ୟ ପର୍ଯ୍ୟାୟରେ ଜୟପୁର କଳାକେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ଦୁର୍ଗତି ନାଶିନୀ ପରିବେଷିତ ହୋଇଥିଲା ।

ଅପରାହ୍ନ ଅଧିବେଶନ ଆରମ୍ଭ ହୋଇଥିଲା ଦିବା ୪ ଘଟିକାରୁ । ପ୍ରଥମେ କଲିକତାର କଶବା ସୁରର୍‌ ଖେୟା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦାରା ପଲ୍ଲବୀ ପରିବେଷିତ ହୋଇଥିଲା । ପରେ ପରେ ଦ୍ୱୈତ ନୃତ୍ୟ ପର୍ଯ୍ୟାୟରେ ସୁସ୍ମିତା ଦାଶ ଓ ଶ୍ୱେତା ଦାଶଙ୍କ ଦ୍ୱାରା ଅଭିନୟ ସତେ କି ଭଙ୍ଗୀ କଲା ଏବଂ ଆୟୁଷା ମାଇକ ଓ ତନୟା ମିଶ୍ରଙ୍କ ଦ୍ୱାରା ଅଭିନୟ ଶିବସ୍ତୁତି ପରିବେଷିତ ହୋଇଥିଲା । ପରବର୍ତ୍ତୀ ପ୍ରସ୍ତୁତିରେ ଏକକ ନୃତ୍ୟ ପର୍ଯ୍ୟାୟରେ ଅଙ୍କିତା କାନୁନ୍‌ଗୋଙ୍କ ଦ୍ୱାରା ପଲ୍ଲବୀ, ଯଶସ୍ୱିନୀ ସ୍ୱାଇଁଙ୍କ ଦ୍ୱାରା ଅଭିନୟ ସଖୀ ଗୋ ମୋର କୁଞ୍ଜକୁ ଆସ ଏବଂ ଶେଷରେ ଶ୍ରୀ ଡ଼୍ୟାନ୍ସ ଏକାଡ଼େମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ କୃଷ୍ଣ ଗଲା ପରେ ପରିବେଷିତ ହୋଇଥିଲା ।

ସଂଧ୍ୟା ଅଧିବେସନର ପ୍ରଥମ ପ୍ରସ୍ତୁତି ଥିଲା ବିଶିଷ୍ଟ ନୃତ୍ୟାଙ୍ଗନା ମୀରା ଦାସଙ୍କ ଦ୍ୱାରା ଏକକ ନୃତ୍ୟ ପର୍ଯ୍ୟାୟରେ ଅଭିନୟ କିଶଳୟ ଶୟନ ପରେ ପରେ ରୀନା ଜାନାଙ୍କ ଦ୍ୱାରା ଅଭିନୟ ସା ବିରହେ, ଦ୍ୱୈତ ନୃତ୍ୟରେ ମମତା ବରିହା ଓ କଲ୍ୟାଣୀ ମହାନ୍ତିଙ୍କ ଦ୍ୱାରା ଅଭିନୟ ସେ ନଟ ନାଗର କାହ୍ନା, ସୁମେଧା ସେନଗୁପ୍ତାଙ୍କ ଦ୍ୱାରା ଅଭିନୟ ଆହେ ନୀଳ ଶୈଳ, ଯୁଧିଷ୍ଟିର ପ୍ରଧାନ ଓ ଇତିଶ୍ରୀ ନାୟକଙ୍କ ଦ୍ୱାରା ଶ୍ରୀ କୃଷ୍ଣାଷ୍ଟକମ୍‌ ପରିବେଷିତ ହୋଇଥିଲା । ପରବର୍ତ୍ତୀ ଏକକ ନୃତ୍ୟ ଶିଳ୍ପୀ ଥିଲେ ଦେବୟାନୀ ଶର୍ମା ଓ ସୁଜାତା ମଜୁମଦାର, ଶେଷରେ ଆର୍ଟ ଭିଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ସରୀତା ପରିବେଷିତ ହୋଇଥିଲା ।

ଦ୍ୱିତୀୟ ସଂଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁସୁଦନ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶୀ ସଙ୍ଗୀତ ଗବେଷକ ଡ଼ଃ. କିର୍ତ୍ତନ ନାରାୟଣ ପାଢୀ, ଭଞ୍ଜ ସାହିତ୍ୟ ଗବେଷକ ଡ଼ଃ. ଶାନ୍ତନୁ ରଥ, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଡଃÿ. ଅନୁଜା ତାରିଣୀ ମିଶ୍ର । । କାର୍ଯ୍ୟକ୍ରମଟିକୁ ସଂଚାଳନା କରିଥିଲେ ଡଃ. ଶ୍ରୀନିବାସ ଘଟୁଆରୀ । ଏହି ନୃତ୍ୟ କାର୍ଯ୍ୟକ୍ରମଟି ଓଡ଼ିଶୀ ଗବେଷଣା କେନ୍ଦ୍ରର ଫେସବୁକ୍‌ ଓ ୟୁଟ୍ୟୁବ ଚେନାଲରେ ଲାଇଭ୍‌ ଷ୍ଟ୍ରିମିଙ୍ଗ କରାଯାଉଥିଲା ।

Leave A Comment

All fields marked with an asterisk (*) are required