Search for:
  • Home/
  • ରାଜ୍ୟ/
  • କୃଷିମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶସ୍ତା ରେ ପରିବା ବିକିଲା ଛାତ୍ର କଂଗ୍ରେସ। 

କୃଷିମନ୍ତ୍ରୀଙ୍କ ସରକାରୀ ବାସଭବନ ସମ୍ମୁଖରେ ଶସ୍ତା ରେ ପରିବା ବିକିଲା ଛାତ୍ର କଂଗ୍ରେସ। 

Spread the love

Loading

ଭୁବନେଶ୍ୱର :୧୦.୦୭  ଆଜି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସରକାରୀ ବାସଭବନ ସମ୍ମୁଖରେ ପ୍ରଦେଶ ଛାତ୍ର କଂଗ୍ରେସ ସୁଲଭ ମୂଲ୍ୟରେ ପରିବା ବିକି ଆକାଶ ଛୁଆଁ ପରିବା ଓ ସଉଦା ଦର ପ୍ରତିବାଦରେ ବିକ୍ଷୋଭ କରିଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ସେଠାରେ ଟମାଟୋ କିଲୋ ୫୦ ଟଙ୍କା, ବାଇଗଣ କିଲୋ ୩୦ ଟଙ୍କା, ଝୁଡ଼ଙ୍ଗ କିଲୋ ୨୫ ଟଙ୍କା ସାରୁ କିଲୋ ୩୦ ଟଙ୍କା ପ୍ରଭୃତି ପୋଟଳ, ଲଙ୍କା ଏବଂ ଅନ୍ୟାନ୍ୟ ପରିବା ଅଧା ଦରରେ ବିକ୍ରି କରାଯାଇଥିଲା । ବାଟରେ ଯାଉଥିବା ସାଧାରଣ ଖାଉଟି ଏହାକୁ କ୍ରୟ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ଆଜିର ପରିବା ଦର ଏବଂ ସଉଦା ଦର ବୃଦ୍ଧି ପାଇଁ ମୋଦି ଓ ନବୀନ ଶାସନ ଦାୟୀ । ତୈଳଦର ବୃଦ୍ଧି ଏବଂ ଜିଏସ୍‌ଟି ବୋଝ ପାଇଁ ଡାଲି, ତେଲ, ଜିରା, ଶୋରିଷ ଆଦି ନିତ୍ୟବ୍ୟବହାର୍ଯ୍ୟ ଦର ଆକାଶ ଛୁଆଁ ହୋଇଛି । ଏହା କିପରି ନିୟନ୍ତ୍ରଣ ହେବ ସେ ଦିଗରେ ମୋଦି ସରକାର ମଧ୍ୟ ପଦକ୍ଷେପ ନେଉନାହାନ୍ତି । ସୁତରାଂ ଆଜିର ଆକାଶ ଛୁଆଁ ଦର ନବୀନ ଓ ମୋଦି କୃତ । ଖାଉଟିର ଲୁହରେ ଉଭୟ ସରକାରର ପତନ ସୁନିଶ୍ଚିତ । ବଜାର ଦର ନିୟନ୍ତ୍ରଣ ପାଇଁ ଏବଂ ଶୀତଳ ଭଣ୍ଡାର ପର୍ଯ୍ୟାପ୍ତ ପରିମାଣରେ କରିବାପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଉଛି । ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ସୁଶ୍ରୀ ଅନୁଲେଖା ବୋଷା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ବଜାର ଦର ଅନିୟନ୍ତ୍ରିତ ହେଉଥିବା ବେଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଚୁପ ବସିଛନ୍ତି । ଖାଉଟିର ଲୁହ ଏମାନଙ୍କୁ ପ୍ରଭାବିତ କରିପାରୁ ନାହିଁ ।ଖାଉଟିଙ୍କ ଠୁ ଭୋଟ ନେଇ ଏମାନେ ଶାସନ ଗାଦିରେ ବସିଛନ୍ତି ହେଲେ ଖାଉଟିଙ୍କ ସମସ୍ୟାର ସମାଧାନ କରୁନାହାନ୍ତି । ଆଜିର କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ଆଲୋକ ଲେଙ୍କା, ରଣଜିତ ପାତ୍ର, ଅଜୟ ସାହୁ, ପ୍ରଭାତ ପ୍ରତାପ ସିଂ, ରଣଜିତ ସେନାପତି, ଅଖିଳେଷ ଯାଦବ, ଜଗଦିଶ ଗଜେନ୍ଦ୍ର, ବିରଂଚି ବାରିକ, ସୁରଜ ରାଉତ, ଅବିନାଷ ନନ୍ଦ, ସ୍ପନ୍ଦନ ସ୍ୱାଇଁ, ସମୀର ରାଉତ, ଆର୍ଯ୍ୟାନ ସାସମଲ, ରାଜଦ୍ୱୀପ ବେହେରା, ରାମେଶ୍ୱର ଶତପଥି, ପ୍ରଭୁଶକ୍ତି ପଟ୍ଟନାୟକ, ଆର୍ଯ୍ୟାନ ପ୍ରସାଦ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ  ।

Leave A Comment

All fields marked with an asterisk (*) are required