Search for:
  • Home/
  • ରାଜ୍ୟ/
  • ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ସମ୍ବର୍ଦ୍ଧନା

Spread the love

Loading

ଛତିଶଗଡ଼ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ କଂଗ୍ରେସ ଭବନରେ ଭବ୍ୟ ସମ୍ବର୍ଦ୍ଧନା ଶୃୃଙ୍ଖଳା ସଫଳତାର ଶ୍ରେଷ୍ଠ ମନ୍ତ୍ର : ଟି.ଏସ୍‌. ସିଂହଦେଓ

ଭୁବନେଶ୍ୱର, ତା. ୦୬/୦୭ ରିଖ : ଓଡ଼ିଶା ଗସ୍ତରେ ଆସିଥିବା ଛତିଶଗଡ଼ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଟିଏସ ସିଂହଦେଓଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ
ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଉତରୀୟ ଓ
ପୁଷ୍ପଗୁଚ୍ଛ ପ୍ରଦାନକରି ଶ୍ରୀ ସିଂହଦେଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଛତିଶଗଡ଼ରେ କଂଗ୍ରେସ ଦଳ ସରକାର ଗଢ଼ିବାପରେ
ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପ୍ରଦାନ କରିଛନ୍ତି ।ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ଦଳ ସମୟରେ ଦକ୍ଷିଣ ଓଡ଼ିଶାର ବହୁ ଲୋକ ଗୁଜୁରାଟରେ ଦାଦନ ଖଟୁଛନ୍ତି, ପଶ୍ଚିମ ଓଡ଼ିଶାର ବହୁ ଲୋକ ଛତିଶଗଡ଼ ଓ ମଧ୍ୟପ୍ରଦେଶ
ନିଜର ପେଟ ପୋଷୁଛନ୍ତି ଏବଂ ଉତର ଓଡ଼ିଶାର ବହୁ ଲୋକ ପଶ୍ଚିମ ବଙ୍ଗରେ କାମ କରୁଛନ୍ତି । ଏହା ବିଜେଡ଼ି ସରକାରର ଅପାରଗତା । ଶ୍ରୀ ସିଂହଦେଓ ଆସନ୍ତା ନିର୍ବାଚନ ସମୟରେ ଓଡ଼ିଶାରେ ବିଭିନ୍ନ ସଭାସମିତିରେ ଯୋଗଦେବାପାଇଁ ପିସିସିର ଅନୁରୋଧକୁ ରକ୍ଷା କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକଟ କରିଥିଲେ ।ଉଦ୍‌ବୋଧନ ଦେଇ ପୂର୍ବତନ ପିସିସି ସଭାପତି ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓଙ୍କୁ ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଲାଗିରହିଥିବା ମହାନଦୀ ଜଳ ବିବାଦ ସମସ୍ୟାକୁ ସମାଧାନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ, ବିଧାୟକ ସନ୍ତୋଷ ସିଂ ସାଲୁଜା,
ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, ଗଣେଶ୍ୱର ବେହେରା ଏବଂ ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ଉଦ୍‌ବୋଧନ ଦେଇ ଶ୍ରୀ
ସିଂହଦେଓ କଂଗ୍ରେସର ଜଣେ ଦକ୍ଷ ନେତା ତଥା ରାର୍ଜଷୀ ବୋଲି ଅଭିହିତ କରିଥିଲେ । ଶ୍ରୀଯୁକ୍ତ ରାହୁଲ ଗାନ୍ଧୀଙ୍କ ପଦଯାତ୍ରା ଯୋଗୁଁ କଂଗ୍ରେସ ଲୋକମାନେ ଉତ୍ସାହିତ ହୋଇଛନ୍ତି, ଯାହାର
ଉଦାହରଣ କର୍ଣ୍ଣାଟକ ନିର୍ବାଚନ ବୋଲି ବକ୍ତାମାନେ କହିଥିଲେ । ବୈଠକକୁ ଶ୍ରୀ ପଦ୍ମାକର
ଗୁରୁ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପିସିସି ପକ୍ଷରୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ଶୁଭଦ୍ରା ଥିବା ଏକ ତାରକସି ମୂର୍ତି ଶ୍ରୀ ସିଂହଦେଓଙ୍କୁ
ପ୍ରଦାନ କରାଯାଇଥିଲା ।ଶ୍ରୀ ସିଂହଦେଓ ଜୟ ଜଗନ୍ନାଥ ଉଚ୍ଚାରଣ କରି ନିଜ ଅଭିଭାଷଣରେ କହିଲେ ଯେ ଆଜି
ମୋତେ ଯେଉଁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମିଳିଛି ତାହା କେବେ ଭୁଲିବାର ନୁହେଁ । ମୋତେ ଆପଣମାନେ ଯେତେବେଳେ ମନେପକାଇବେ ମୁଁ ଆପଣମାନଙ୍କ ନିକଟକୁ ଆସିବାକୁ
ପ୍ରସ୍ତୁତ ଅଛି । ପରିଶ୍ରମ କଲେ ସୁଫଳ ମିଳିବା କଷ୍ଟ ନୁହେଁ । କିନ୍ତୁ ଶୃଙ୍ଖଳା ଆମ୍ଭମାନଙ୍କ ଭିତରେ ରହିବା ଅତ୍ୟନ୍ତ ଜରୁରୀ । ଦଳର ସର୍ବୋଚ୍ଚ ନେତା ଯାହା ନିଷ୍ପତି ନେବେ ତାହାହିଁ ସମସ୍ତେ ମାନିଲେ ହିଁ ପ୍ରତ୍ୟେକ କାର୍ଯ୍ୟ ଆମେ ହାସଲ କରିପାରିବା । ମହାନଦୀ ସଂପର୍କରେ ସେ କହିଲେ ଯେ ମୁଁ ଏ ପ୍ରସଙ୍ଗକୁ ଗୁରୁତ୍ୱ ଦେଇ କ’ଣ କରାଯାଇପାରିବ ଅବଶ୍ୟ ପଦକ୍ଷେପ ନେବି ।ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ ମହାପାତ୍ର, ମାନସ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ଦେବାଶିଷ ପଟ୍ଟନାୟକ, ଯୁଧିଷ୍ଠୀର ଜେନା, କିଶୋର ଜେନା,ପୃଥିବୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଅମିୟ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ, ଶ୍ରୀନିବାସ ରାଉତରାୟ, ରଜତ ଚୌଧୁରୀ, ବିସ୍ମୟ
ମହାପାତ୍ର, ୟାସିର ନୱାଜ, ତରୁଣ ମିଶ୍ର, ହଳଧର ସେଠୀ, ବିଷ୍ଣୁ ବାରିକ, ରଜନୀ ମହାନ୍ତି,ବିଶ୍ୱଭୂଷଣ ଦାସ, ପ୍ରକାଶ ମିଶ୍ର, ମାନସ ଆଚାର୍ଯ୍ୟ, ପ୍ରଦୀପ ମହାପାତ୍ର, ଜୟକୃଷ୍ଣ ମଲ୍ଲିଆ,ଜୟୀ ପଟ୍ଟନାୟକ, ଜ୍ଞାନ ପଟ୍ଟନାୟକ, ମିହିର ଆଚାର୍ଯ, ଜୟକୃଷ୍ଣ ସୁବୁଦ୍ଧି, ରଣଜିତ ପାତ୍ର,ସୁବ୍ରତ ମହାପାତ୍ର, ଜିଆଉଲ ହକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଭାବତୀ ପଟ୍ଟନାୟକ,
ମଧୁସ୍ମିତା ଆଚାର୍ଯ୍ୟ, ସତ୍ୟବ୍ରତ ନାୟକ, ଜିତେନ୍ଦ୍ର ପଣ୍ଡା, ଲିଙ୍ଗରାଜ ସାହୁ, ବିଶ୍ୱଭୂଷଣ ମହାପାତ୍ର, ବିଂରଚୀ ବାରିକ, ପ୍ରଭାତ ପ୍ରତାପ ସିଂ, ବିନୁ ପାଣି, କୈଳାସ ସାହୁ, ସାଗର
ପରିଡ଼ା, ମିତ୍ରଭାନୁ ମହାପାତ୍ର, ଦେବୀପ୍ରସାଦ ବାହାଲିଆ, ପୁଷ୍ମିତା ସ୍ୱାଇଁ, ଜୟଶ୍ରୀପାତ୍ର, ମିନତୀ ବେଉରା, ଏସ୍‌କେ ତାକୱିନ, ବସନ୍ତ ପଣ୍ଡା, ଚନ୍ଦନ କୁମାର ଦାସ, ସଂଜୟ ମିଶ୍ର, ପ୍ରମୁଖ
ବହୁ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର ବହୁ କର୍ମୀ ଉପସ୍ଥିତ ଥିଲେ ।ପ୍ରାରମ୍ଭରେ ଶ୍ରୀ ସିଂହଦେଓଙ୍କ କଂଗ୍ରେସ ଭବନ ପରିସରରେ ଆତସବାଜୀ ପ୍ରଦର୍ଶନ କରାଯାଇ ସ୍ୱାଗତ କରାଯାଇଥିଲା ।

Leave A Comment

All fields marked with an asterisk (*) are required