Search for:
  • Home/
  • ରାଜ୍ୟ/
  • ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

Spread the love

Loading

ଓଦା, ଶୁଖିଲା ଅଳିଆ ଅଲଗା ଦିଅ, ନଚେତ୍‌ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: BMC

ଭୁବନେଶ୍ୱର:ଲୋକଙ୍କୁ ଆହୁରୀ ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । ପୃଥକ ପୃଥକ ଅଳିଆ ଦିଅନ୍ତୁ, ନହେଲେ ହେବ କାର୍ଯ୍ୟାନୁଷ୍ଠାନା ଆଜି କିଛି ଏଭଳି ଭାବେ ଲୋକଙ୍କୁ କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗୋ । ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁନଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛି । ଲୋକେ ଅଲଗା କରି ଅଳିଆ ଦିଅନ୍ତୁ । ଯେଉଁମାନେ ନିୟମ ପାଳନ କରିବେନି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।
୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହେବା ଅଳିଆ ପାହାଡ଼ ହଟିଯିବ ବୋଲି କହିଛନ୍ତି କମିଶନର୍ । ଅର୍ଥାତ ଏଭଳି ପରିସ୍ଥିତି ଆହୁରୀ କିଛି ମାସ ଯାଏଁ ରହିବ । ଲୋକଙ୍କୁ ଆହୁରୀ ୭ ମାସ ଦୁର୍ଗନ୍ଧରେ କାଟିବାକୁ ପଡ଼ିବ । ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଲୋକେ ଅତିଷ୍ଠ ହେଲେଣି । ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣି । ଏହାକୁ ନେଇ ସାରା ରାଜଧାନୀରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଲୋକଙ୍କୁ କମିଶନରଙ୍କ ଏଭଳି ଅପିଲ୍ କୁ ନେଇ ଅନେକ ଚର୍ଚ୍ଚା ହେଉଛି ।

Leave A Comment

All fields marked with an asterisk (*) are required