Search for:
  • Home/
  • ରାଜ୍ୟ/
  • ପାତେଳିରେ ହାତୀ ଆକ୍ରମଣ ରେ ଦୁଇ ଜଣଙ୍କର, ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଙ୍କୁ ମେଡିକାଲ ରେ ଭର୍ତି ।

ପାତେଳିରେ ହାତୀ ଆକ୍ରମଣ ରେ ଦୁଇ ଜଣଙ୍କର, ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଙ୍କୁ ମେଡିକାଲ ରେ ଭର୍ତି ।

Spread the love

Loading

 

ପାତେଳିରେ ହାତୀ ଆକ୍ରମଣ ରେ ଦୁଇ ଜଣଙ୍କର, ମୃତ୍ୟୁ ଅନ୍ୟ ଜଣେ ଗୁରୁତର ଙ୍କୁ ମେଡିକାଲ ରେ ଭର୍ତି ।

ଭୁବନେଶ୍ୱର:ଅନୁଗୋଳ–ଅନୁଗୋଳ ବ୍ଲକ ବନ୍ତଳା ରେଞ୍ଜରେ ଆଜି ସକାଳୁ ଗ୍ରାମର ଶଙ୍କର ବିଶ୍ୱାଳ , ଆଉ ଜଣେ ମ‌ହିଳା ଦିଲିପ୍ ମାଝୀ ଙ୍କ ସ୍ତ୍ରୀ ଝିଲି ମାଝୀ ଦୁଇଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକ ଗୁରୁତର ହୋଇଥିବା ଜଣାପଡିଛି। ଅକ୍ଷୟ ନାଏକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଘଟଣା ରୁ ପ୍ରକାଶ ଯେ ଆଜି ସକାଳୁ ସକାଳୁ ଶଙ୍କର ବିସ୍ଵାଳ ନିକଟ ଟାକୁଆ ନାଳକୁ ଶୌଚ ହେବାକୁ ଜାଇଥିଲେ , ଶୌଚ ହୋଇ ଘରକୁ ଫେରିଲା ବେଳେ ତାଙ୍କୁ ଘଟଣା ସ୍ଥଳରେ ହାତୀ ଗୋଡରେ ଦଳିଦେଇଥିବା ବେଳେ ସେହି ଗ୍ରାମର ଅନ୍ୟ ଏକ ସ୍ଥାନରେ ଦିଲିପ୍ ମାଝୀଙ୍କ ସ୍ତ୍ରୀ ଝିଲି ମାଝୀ ଘର ବାହାରୁକୁ ଆସିଥିବା ବେଳେ ତାଙ୍କୁ ମଧ୍ୟ ସେଇ ଏକା ଢଙ୍ଗରେ ଗୋଡରେ ଦଳି ଦେଇଥିଲା ଫଳରେ ଘଟଣାସ୍ଥଳରେ ଉଭୟ ଙ୍କର ମୃତ୍ୟୁ ଘଟିଥିଲା। ଏପଟେ ଆଉ ଜଣେ ସାହାରାଗୁଡା ଗ୍ରାମର ଅକ୍ଷୟ ନାଏକଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଏବଂ ସେମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠେଇଥିଲେ । ଏ ଘଟଣା କୁ ନେଇ ପାତେଳୀ ଛକଠାରେ ଲୋକେ ରାସ୍ତା ଅବରୋଧ କରିଥିବା ସହ ମୃତ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବୀ କରିଛନ୍ତି । ଏ ସି ଏଫ୍ ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ମୃତକ ଦୁଇଜଣଙ୍କ ପରିବାରକୁ ଛ, ଛଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କହିଥିବା ବେଳେ ଲୋକେ ଏହାକୁ ଅସ୍ବୀକାର କରି ପ୍ରତି ପରିବାରକୁ ୨୦ଲକ୍ଷଟଙ୍କାର କ୍ଷତିପୂରଣ ଦେବାକୁ ଏବଂ ହାତୀଙ୍କୁ ଶିଘ୍ର ଏ ଅଞ୍ଚଳରୁ ଘଉଡାଇବା କୁ ଦାବି କରିଥିଲେ ।

Leave A Comment

All fields marked with an asterisk (*) are required