Search for:
  • Home/
  • ଜିଲ୍ଲା/
  • ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ

Spread the love

Loading

ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜ ୫-ଟି ରୂପାନ୍ତରଣରେ ସାମିଲ

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟତା
୩୩କୋଟି ଟଙ୍କା ବିନିଯୋଗରେ ନେବ ନୂଆରୂପ

ପ୍ରଥମ ପର୍ଯ୍ୟାୟରେ ୩୫ଟି କଲେଜକୁ ମିଳିଥିଲା ୨୭.୭୫କୋଟି ଟଙ୍କା

ଧନ୍ୟବାଦ ଜଣାଇଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର:ବାରିପଦା,
ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢୁଛି ‘ନୂଆ ଓଡ଼ିଶା’। ୫-ଟି ଉପକ୍ରମରେ ରୂପାନ୍ତରିତ ହେଉଛି ଶିକ୍ଷା ଭିତ୍ତିଭୂମି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ବ୍ୟକ୍ତିଗତ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ୧୧ ଓ ୧୨ତାରିଖ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଫେରିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୭୦ଟି କଲେଜକୁ ୫-ଟି ଉପକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶୈକ୍ଷିକ ପରିବେଶ ସୃଷ୍ଟି କରି ଏବଂ ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇ
ଜିଲ୍ଲାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨) ଏବଂ +୩ କଲେଜର ରୂପାନ୍ତରଣ ପାଇଁ ତାଙ୍କର ସ୍ବତନ୍ତ୍ର ସହାୟତା ଭାବେ ୩୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କ୍ରମରେ
ସାମିଲ ହୋଇଥିବା କଲେଜ ଓ ଅନୁଦାନ ରାଶି ମଧ୍ୟରେ ବାରିପଦା ବ୍ଲକ/ମୁନିସିପାଲଟିର ସଂସ୍କୃତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ଲକ୍ଷ ଟଙ୍କା, ବାରିପଦା +୨ ଏବଂ +୩ ମହାବିଦ୍ୟାଳୟ କେସିପୁର +୨ ଓ ରାଗଧା +୨ କଲେଜ ପାଇଁ ୫୦ଲକ୍ଷ ଟଙ୍କା ଲେଖାଏଁ ଓ ସରକାରୀ ମହିଳା ମହାବିଦ୍ୟାଳୟ ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଅଟକଳ ରହିଛି । ସେହିପରି ବଡସାହି ବ୍ଲକର ବଡସାହି ପିଏସ +୨କଲେଜ ପାଇଁ ୨୫ଲକ୍ଷ ଟଙ୍କା, ବହଳଦା ବ୍ଲକର ଧିରଜଲାଲ +୨ ଓ +୩କଲେଜକୁ ୧କୋଟି ୨୫ଲକ୍ଷ ଟଙ୍କା, ବାଙ୍ଗିରିପୋଷି ବ୍ଲକର ବଣକାଟି ମହିଳା ମହାବିଦ୍ୟାଳୟ ପାଇଁ ୫୦ଲକ୍ଷ ଟଙ୍କା ଓ ଏସଏସଡି +୨ କଲେଜ ପାଇଁ ୨୫ଲକ୍ଷ ଟଙ୍କା, ବେତନଟୀ ବ୍ଲକର ବୈଶିଙ୍ଗା +୨କଲେଜ ପାଇଁ ୫୦ଲକ୍ଷ ଟଙ୍କା, ବିଜାତଳା ବ୍ଲକର କେସିଡିକେ +୨ ଓ ଲୁହାଶିଳା ରଜନୀକାନ୍ତ +୨କଲେଜ ପାଇଁ ୨୫ଲକ୍ଷ ଟଙା ଲେଖାଏଁ ରହିଛି । ବିଶୋଇ ବ୍ଲକର ଖୋଡିଶୋଳ ଗୌରିଶଙ୍କର +୨କଲେଜକୁ ୫୦ଲକ୍ଷ ଟଙ୍କା ଓ ମଣଦା +୨ ଓ +୩କଲେଜକୁ ଯଥାକ୍ରମେ ୨୫ଲକ୍ଷ ଓ ୧କୋଟି ଟଙ୍କା ଏବଂ ବଧୁଣିଆ ଏସଏସଡି +୨କଲେଜକୁ ୨୫ଲକ୍ଷ ଟଙ୍କା ରହିଛି । ଅପରପକ୍ଷରେ ଗୋପବନ୍ଧୁନଗର ବ୍ଲକର ସାଇଁକୁଳା +୨କଲେଜକୁ ୨୫ଲକ୍ଷ ଟଙ୍କା, କୁଆମରା +୨ ଓ +୩କଲେଜ ଏବଂ ପୁରୁଣାବାରିପଦା +୩ କଲେଜକୁ ୫୦ଲକ୍ଷ ଟଙ୍କା ଲେଖାଏଁ ମିଳିଛି । ଜାମଦା ବ୍ଲକର ସହିଦ ବିର୍ସା ମୁଣ୍ଡା +୨କଲେଜକୁ ୫୦ଲକ୍ଷ ଟଙ୍କା ଅନୁଦାନ ଥିବା ବେଳେ ଯଶିପୁର ବ୍ଲକର ଯଶିପୁର +୨ ଓ +୩କଲେଜକୁ ୧କୋଟି ୨୫ଲକ୍ଷ ଟଙ୍କା, ରିଦ୍ୟାନାଥ +୨କଲେଜକୁ ୨୫ଲକ୍ଷ ଟଙ୍କା, କପ୍ତିପଦା ବ୍ଲକର ଶରତ ପିଆରଏମ +୨କଲେଜ ଏବଂ ନୁଦଡିହା ମେଘାସନ +୨ ଓ +୩କଲେଜକୁ ୫୦ଲକ୍ଷ ଟଙ୍କା ଲେଖାଏଁ, ଭୋଳାନାଥ ଓ ହାରାମଣୀ ସଂସ୍କୃତ କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମିଳିଛି । ସେହିପରି କରଞ୍ଜିଆ ବ୍ଲକ/ଏନଏଏସିର ପଞ୍ଚପୀଢ ଯୁକ୍ତ ୨ ଓ ଯୁକ୍ତ ୩ମହିଳା ମହାବିଦ୍ୟାଳୟକୁ ୫୦ଲକ୍ଷ ଟଙ୍କା ଲେଖାଏଁ, ଦେଓ ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା, କାଦଡିହା +୨ ଓ +୩କଲେଜକୁ ଯଥାକ୍ରମେ ୫୦ ଓ ୨୫ଲକ୍ଷ ଟଙ୍କାର ଅନୁଦାନ ଥିବାବେଳେ ରରୁଆଁ ବ୍ଲକର ଘାଗରବେଡା ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା ଓ ଅଙ୍ଗାରପଦା ଯୁକ୍ତ ୩କଲେଜକୁ ୧କୋଟି ୨୫ଲକ୍ଷ ଟଙ୍କା, ଶୁକୃଳି ବ୍ଲକର ଶୁକୃଳି ଯୁକ୍ତ ୨ କଲେଜକୁ ୨୫ଲକ୍ଷ ଟଙ୍କା, ଖିଚିଂ ଓ ସିଙ୍ଗଡା ଯୁକ୍ତ ୨ କଲେଜକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ରହିଛି । ଖୁଣ୍ଟା ବ୍ଲକର ଖୁଣ୍ଟା ଓ ଧାନଘେରା ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଓ ଡୁକୁରା ଯୁକ୍ତ ୨କଲେଜକୁ ୧କୋଟି ଟଙ୍କା, ଶାମାଖୁଣ୍ଟା ବ୍ଲକର ପୋଡାଅସ୍ତିଆ ଝାନସୀରାଣୀ ମହିଳା ଯୁକ୍ତ ୨ କଲେଜକୁ ୨୫ଲକ୍ଷ ଟଙ୍କା ଓ ରଙ୍ଗାମାଟିଆ ଯୁକ୍ତ ୨ କଲେଜକୁ ୫୦ଲକ୍ଷ ଟଙ୍କା, କୁସୁମୀ ବ୍ଲକର ହାଟବାଦଡା ଓ ବାଦାମପାହାଡ ଏସଏସଡି ଯୁକ୍ତ ୨ ଓ ଯୁକ୍ତ ୩ କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଏବଂ ବାଦାମପାହାଡ ଯୁକ୍ତ ୨କଲେଜକୁ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଛି । ମୋରଡା ବ୍ଲକର ଛୋଟରାୟପୁର ବାବା ଜଟେଶ୍ବର ଯୁକ୍ତ ୨ କଲେଜକୁ ୫୦ଲକ୍ଷ ଟଙ୍କା ଓ ଗଡିଆ +୨ ଓ +୩କଲେଜକୁ ୧କୋଟି ୨୫ଲକ୍ଷ ଟଙ୍କା, ଶୁଳିଆପଦା ବ୍ଲକର ଶୁଳିଆପଦା ଯୁକ୍ତ ୩ ଓ କୋଷ୍ଠା ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଓ ଜାମଶୋଳା ଯୁକ୍ତ ୩ କଲେଜକୁ ୫୦ଲକ୍ଷ ଟଙ୍କା, ରାସଗୋବିନ୍ଦପୁର ବ୍ଲକର ବାସୁଦେବ ସଂସ୍କୃତି ଯୁକ୍ତ ୩, ମାଣିଦା ଯୁକ୍ତ ୩ ଓ ବିନୋଦବିହାରୀ ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଓ ଅମର୍ଦ୍ଦା ଯୁକ୍ତ ୨କଲେଜକୁ ୫୦ଲକ୍ଷ ଟଙ୍କା ଅନୁଦାନ ମିଳିଛି । ସେହିପରି ସାରସକଣା ବ୍ଲକର ସଂସ୍କୃତ ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା, ଶରତପାଳ ଯୁକ୍ତ ୨କଲେଜକୁ ୫୦ଲକ୍ଷ ଟଙ୍କା ଓ ସୀମାନ୍ତ ଯୁକ୍ତ ୩ କଲେଜକୁ ୧କୋଟି ୨୫ଲକ୍ଷ ଟଙ୍କା, ରାଇରଙ୍ଗପୁର ବ୍ଲକ/ମୁନସିପାଲଟିର ରାଇରଙ୍ଗପୁର ଏସଏସଡି ଯୁକ୍ତ ୨ ଓ ଗୋରୁମହିଷାଣି ଯୁକ୍ତ ୩ କଲେଜକୁ ୨୫ଲକ୍ଷ ଟଙ୍କା ଲେଖାଏଁ, ତିରିଂ ବ୍ଲକର ତିରିଂ ଯୁକ୍ତ ୨ବିଜ୍ଞାନ କଲେଜକୁ ୨୫ଲକ୍ଷ ଟଙ୍କା, ଠାକୁରମୁଣ୍ଡା ବ୍ଲକର ମା ବାସୁଳି +୨ ଓ +୩କଲେଜକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଓ ପଡିଆବେଡା ଯୁକ୍ତ ୨କଲେଜକୁ ୨୫ଲକ୍ଷ ଟଙ୍କା, ଉଦଳା ବ୍ଲକ/ଏନଏସିର ଉଦଳା ଯୁକ୍ତ ୨ ଓ କୁଣ୍ଡାବାଇ ଯୁକ୍ତ ୨କଲେଜକୁ ୫୦ଲକ୍ଷ ଟଙ୍କା ଲେଖାଏଁ ଏବଂ ରାଢୋ ଲୁଇପା କଲେଜକୁ ୧କୋଟି ଟଙ୍କା ଅନୁଦାନ ମିଳିଛି । ଏଥିରେ ଭିତ୍ତିଭୂମି ବିକାଶ, ସ୍ମାର୍ଟ କ୍ଲାସରୁମ, ଇ-ପାଠାଗାର, ଲାବରଟାରୀ, ପୁଅଝିଅ କମନରୁମ, ଶୌଚାଳୟ, ବିଶୁଦ୍ଧ ପାନୀୟଜଳ, ପାଚେରୀ, ଖେଳପଡିଆ ଓ ସାଇକେଲ ଷ୍ଟାଣ୍ଡ ଆବଶ୍ୟକତାକୁ ପ୍ରାଥମିକତା ଦେଇ ନିର୍ମାଣ କରାଯିବ । ଖବର ଜଣାପଡିବା ପରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପରିଚାଳନା ମଣ୍ଡଳୀ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ନିର୍ମାଣ କାର୍ଯ୍ୟ ତଦାରଖ ସହିତ ଛାତ୍ରଛାତ୍ରୀ ଶ୍ରମଦାନ କରି ସୁନ୍ଦର ଶିକ୍ଷାନୁଷ୍ଠାନ ଗଢି ପୂର୍ବ ଓ ପରର ଫଟୋ ତଥା ଭିଡିଓ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିବାକୁ ୫-ଟି ସଚିବ ପ୍ରତି ଜନ ଅଭିଯୋଗ ଶୁଣାଣି ଶିବିରରେ କହିଥିଲେ ।ଇନଷ୍ଟାଗ୍ରାମରେ ସର୍ବଶ୍ରେଷ୍ଠ ଫଟୋ ଭିଡିଓକୁ ସଚିବ ନିଜେ ପୁନଃ ପୋଷ୍ଟ କରିବେ ବୋଲି କହିଥିଲେ ।
ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟରେ ମୟୂରଭଞ୍ଜ ଜିଲ୍ଲାର ୩୫ଟି କଲେଜକୁ ମିଳିଥିଲା ୨୭.୭୫କୋଟି ଟଙ୍କା ମିଳିଥିଲା ।

Leave A Comment

All fields marked with an asterisk (*) are required