ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଡିବିଟିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଡିବିଟି ମାଧ୍ୟମରେ ବୃତ୍ତିରାଶି ଗ୍ରହଣ କରିଥିବା ଯୁବବର୍ଗଙ୍କୁ ଅଭିନନ୍ଦନ ଜଣାଇଲେ
• ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କଲେ କେନ୍ଦ୍ରମନ୍ତ୍ରୀ
• ଏନ୍ଏପିଏସରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଯୋଡିବାର ଲକ୍ଷ୍ୟ ରଖାଯାଇଛି
• ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି
• ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ ସହ ଷ୍ଟାଇପେଣ୍ଡ୍ ବିତରଣରେ ପାରଦର୍ଶୀକୁ ସୁନିଶ୍ଚିତ କରିବ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୧ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛନ୍ତି । ଏହି ସଂସ୍କାର ଦ୍ୱାରା ମୁଦ୍ରା ଯୋଜନା, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ଯୋଜନାରେ ଲାଭାର୍ଥୀମାନେ ସିଧାସଳଖ ଟଙ୍କା ପାଇ ବିଶେଷ ଲାଭବାନ ହୋଇଛନ୍ତି । ତେଣୁ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିବ ।