Search for:
  • Home/
  • ରାଜ୍ୟ/
  • ରିୟଲିଟି ଶୋ ବିଜେତାଙ୍କୁ ସମ୍ବର୍ଦ୍ଧନା

ରିୟଲିଟି ଶୋ ବିଜେତାଙ୍କୁ ସମ୍ବର୍ଦ୍ଧନା

Spread the love

Loading

ରିୟଲିଟି ଶୋ ବିଜେତାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮/୫- ରିଏଲିଟି ଶୋ ଟିକେ ଡାନ୍ସ ଓ ଟିକେ ଆକ୍ଟିଙ୍ଗ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟ ଲାଭ କରିଥିବା ସୁନ୍ଦରପଦାର ଋତୁରାଜ ଦାସଙ୍କୁ ରାଜଧାନୀ ସଂଗ୍ରାମୀ ସଂଗ୍ରାମୀ ସେବାସଙ୍ଘ ତରଫରୁ ଜୟଦେବ ଭବନ ପରିସର ଠାରେ ସମ୍ବର୍ଦ୍ଧିତ କରାଯାଇଅଛି ।
ଋତୁରାଜ ତାଙ୍କର ୪୦୦ ପ୍ରତିଯୋଗୀଙ୍କୁ ନୃତ୍ୟ ଓ ଅଭିନୟ ମାଧ୍ୟମରେ ପଛରେ ପକାଇ ଏହି ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ। ରାଜଧାନୀ ସଂଗ୍ରାମୀ ସେବାସଙ୍ଘର ପ୍ରତିଷ୍ଠାତା ନାରାୟଣ ଚନ୍ଦ୍ର ଓଝାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରି କ୍ଳବ ଫେଲୋସିପର ସଭାପତି ଗଦାଧର ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଋତୁରାଜ ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଋତୁରାଜ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ସାହୁ, ରକ୍ତଦାତା ତନ୍ମୟ ସାମନ୍ତରାୟ, ରତିକାନ୍ତ ଦାସ, ନିରଞ୍ଜନ ସାହୁ, ଗୁରୁପଦ ନାଥ, ରାଜେଶ ଘଡାଇ, ଚିତ୍ତରଂଜନ ଦାଶ,ଗଣେଶ କୁମାର ସାହୁ ଓ ଋତୁରାଜ ଦାସଙ୍କ ସାଥୀମାନେ ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required