Search for:
  • Home/
  • ରାଜ୍ୟ/
  • ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

Spread the love

Loading

ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା ୩ ଲକ୍ଷ ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ  ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ପରିବାରର ୮ ଜଣଙ୍କ ଜୀବନ ଚାଲିଗଲା

ଭୁବନେଶ୍ୱର: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ କମାଇବାକୁ ରାଜ୍ୟ ସରକାର ଆଜିଠାରୁ ସପ୍ତାହବ୍ୟାପୀ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରୁଛନ୍ତି । ମାତ୍ର ଆଜି ପ୍ରଥମ ଦିନରେ ବଡି ଭୋରରୁ ତିନି ତିନିଟି ଭୟଙ୍କର ଦୁର୍ଘଟଣା ଘଟି ୯ ଜଣଙ୍କର ଜୀବନ ଚାଲିଯାଇଛି । ସବୁଠାରୁ ଭୟଙ୍କର ଓ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ନିକଟରେ । ସେଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି ।
ଘଟଗାଁ ମା ତାରିଣୀଙ୍କ ଦର୍ଶନ ପାଇଁ ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ଦୁଇଟି ପରିବାରର ୨୦ ଜଣ ଏକ ଭ୍ୟାନ୍ ରେ ଆସୁଥିବା ବେଳେ ମନ୍ଦିରଠାରୁ ମାତ୍ର ୩ କିଲୋମିଟର ପୂର୍ବରୁ ଏନଏଚ-୨୦ ବାଲିଯୋଡିଠାରେ ରାସ୍ତାରେ ଅଟକିଥିବା ଏକ ଟ୍ରକ୍ ସହ ଧକ୍କା ଲାଗିଥିଲା । ଘଟଣାସ୍ଥଳରେ ୩ ଜଣ ମହିଳାଙ୍କ ସମେତ ୭ ଜଣଙ୍କର ମୃତୁ୍ୟ ହୋଇଥିଲା । ଡାକ୍ତରଖାନା ଯିବା ବାଟରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଛି । ସଙ୍କଟାପନ୍ନ ଅବସ୍ଥାରେ ୪ ଜଣଙ୍କୁ କଟକ ବଡ଼ ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ ଆହତମାନେ ଆନନ୍ଦପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଦିଗପହଣ୍ଡି ଅନ୍ତର୍ଗତ ପୋଡ଼ାମାରି ଓ ବତାଗଡ଼ ଗାଁର ଦୁଇଟି ପରିବାରର ୨୦ ଜଣ ବ୍ୟକ୍ତି ଘଟଗାଁ ତାରିଣୀ ଦର୍ଶନ ପାଇଁ ଗତକାଲି ରାତି ୧୦ଟାରେ ଘରୁ ବାହାରିଥିଲେ । ଆଜି ଭୋର୍ ବେଳେ ତାରିଣୀ ମନ୍ଦିରରେ ପହଞ୍ଚିଥାନ୍ତେ । ତେବେ ମନ୍ଦିରଠାରୁ ମାତ୍ର ୩ କିଲୋମିଟର ପୂର୍ବରୁ ଜାତୀୟ ରାଜପଥର ବାଲିଯୋଡିଠାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍ କୁ ସେମାନଙ୍କ ଭ୍ୟାନ୍ ପଛରୁ ପିଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଭ୍ୟାନଟି ସମ୍ପୂର୍ଣ୍ଣ ଚୂରମାର ହୋଇଗଲା ଏବଂ ତାହା ଭିତରେ ଚାପି ହୋଇ ୭ ଜଣଙ୍କର ପ୍ରାଣବାୟୁ ଉଡ଼ିଗଲା । ଅନ୍ୟ ଆହତମାନଙ୍କ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଧାଇଁ ଆସିଥିଲେ ଏବଂ ପୁଲିସ ସହାୟତାରେ ଆହତମାନଙ୍କୁ ଆନନ୍ଦପୁର ହସ୍ପିଟାଲକୁ ନେଇ ଆସିଥିଲେ । ତେବେ ବାଟରେ ଆଉ ଜଣେ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ୪ ଜଣ ଗୁରୁତର ଆହତଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛି ।
ମୃତକଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ରେଣୁବାଳା ପ୍ରଧାନଙ୍କ ଜାଆ, ପୁତୁରା ଏବଂ ପୁତୁରା ବୋହୂ । ଗତ ଜୁନ୍ ମାସରେ ଏକ ବସ୍ ଦୁର୍ଘଟଣାରେ ରେଣୁବାଳାଙ୍କ ୧୨ ଜଣ ସମ୍ପର୍କୀୟ ପ୍ରାଣ ହରାଇଥିଲେ ।
ସେହିଭଳି ଭଦ୍ରକର ଗେଲପୁରଠାରେ ଅନୁରୂପ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁର କୁଚିଣ୍ଡାରରେ ଆଉ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ତେବେ ସେଥିରେ ମୃତାହତଙ୍କ ସଂଖା ଜଣାପଡ଼ି ନାହିଁ ।
ନିକଟତମ ଆତ୍ମୀୟଙ୍କୁ ୩ ଲକ୍ଷ ଲେଖାଏଁ ସହାୟତା: ଘଟଗାଁ ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏଥିସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ । ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Comment

All fields marked with an asterisk (*) are required