Search for:
  • Home/
  • ରାଜ୍ୟ/
  • ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ

Spread the love

Loading

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ
-ଗଂଜେଇ ଚାଷ କରୁଥିବା ଲୋକଙ୍କ ଠାରୁ କରୁଥିଲେ ଚାନ୍ଦା ଆଦାୟ

ଫୁଲବାଣୀ ; ଭିଜିଲାନ୍ସ ଜାଲରେ ଡିଭିଏଫ କନେଷ୍ଟବଳ । ଲୋକଙ୍କ ଠାରୁ ଚାନ୍ଦା ଆଦାୟ କରୁଥିବା ଜଣେ କନେଷ୍ଟବଳ କୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ । ଗିରଫ ଅଭିଯୁକ୍ତ ହେଉଛନ୍ତି ବୌଦ୍ଧ ପୋଲିସ ରିଜର୍ଭ ଅଫିସ ରେ କାର୍ଯ୍ୟରତ ଡିଭିଏଫ କନେଷ୍ଟବଳ ହରିଶଚନ୍ଦ୍ର ସାହୁ । ଘର ବୌଦ୍ଧ ଜିଲା କଂଟାମାଳ ଅଂଚଳର ହୋଇଥିବା ସୁଚନା ମିଳିଛି ।
ସୁଚନା ଅନୁଯାଇ ହରିଶଚନ୍ଦ୍ର ବୌଦ୍ଧ ଜିଲା ର ବଗିହାପଡା ଫାଣ୍ଡି ଅଂଚଳରେ କିଛିଦିନ ହେବ ଗଂଜେଇ ଚାଷ କରୁଥିବା ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା ତେବେ ଏନେଇ ଫୁଲବାଣି ଓ ବୌଦ୍ଧ ଭିଜିଲାନ୍ସ ର ୨ଟି ଟିମ ଗଠନ କରି ବଗିହାପଡା ଫାଣ୍ଡି ନିକଟରେ ଛକି ବସିଥିଲେ । । ହରିଶଚନ୍ଦ୍ର ସ୍ତାନିୟ ଅଂଚଳରୁ ଲକ୍ଷାଧିକ ଟଙ୍କା ଆଦାୟ କରି ଫାଣ୍ଡି ଭିତରେ ଜଣେ ସାଙ୍ଗ ଙ୍କ ରୁମ ରେ ରହିଥିଲେ କିଛି ସମୟ ରହିବା ପରେ ଏକ ମୋଟର ସାଇକେଲ ମାଧ୍ୟମରେ ବାହାରକୁ ପଳାଇଜିବା ବେଳେ ଟିମ ମାଡି ବସିଥିଲା । ହରିଶଚନ୍ଦ୍ର ଙ୍କ ଠାରୁ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ । ହରିଶଚନ୍ଦ୍ର ଙ୍କ କଂଟାମାଳ ନିଜ ବାସଭବନ ସମତେ ବୌଦ୍ଧ ରେ ଥିବା ସରକାରୀ ଘର ଓ ଗଂଜାମ ଜିଲା ଜଗନ୍ନାଥ ପ୍ରସାଦ ରେ ଥିବା ଶଶୁର ଘର ଏକ କାଳିନ ଚଢାଉ ଜାରି ରଖିଛି ଭିଜିଲାନ୍ସ ର ଭିଭିନ୍ନ ଟିମ । ଏନେଇ ହରିଶଚନ୍ଦ୍ର ଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲଣ କରାଜାଇଛି । ଏହି ଚଢ଼ାଉରେ ଫୁଲବାଣି ଭିଜିଲାନ୍ସ ବିଭାଗର ଡିଏସପି ହେମନ୍ତ କୁମାର ମହାନ୍ତି ,ବୌଦ୍ଧ ଡିଏସପି ସୁରେଷ କୁମାର କହଁର ଙ୍କ ସମତେ ଏଏସଆଇ ମୋନଜ କୁମାର ନାୟକ, କନେଷ୍ଟବଳ ଳୋକନାଥ ସାହୁ ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ନିୟୋଜିତ ଥିଲେ ।

Leave A Comment

All fields marked with an asterisk (*) are required