Search for:
  • Home/
  • ରାଜ୍ୟ/
  • ଛୁରାମାଡ଼ରେ ନବମଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ; କାରଣ ଅସ୍ପଷ୍ଟ

ଛୁରାମାଡ଼ରେ ନବମଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ; କାରଣ ଅସ୍ପଷ୍ଟ

Spread the love

Loading

ଛୁରାମାଡ଼ରେ ନବମଶ୍ରେଣୀ ଛାତ୍ରଙ୍କ ମୃତୁ୍ୟ; କାରଣ ଅସ୍ପଷ୍ଟ

ଖୋର୍ଦ୍ଧା,୧ା୧୧: ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜରୀ ଗଡ଼ସାହି ଗାଁରେ ଆଜି ସନ୍ଧ୍ୟାରେ ଏକ ଅଜଣା ବ୍ୟକ୍ତିର ଛୁରାମାଡ଼ରେ ଜଣେ ନବମ ଶ୍ରେଣୀ ଛାତ୍ର ର ମୃତୁ୍ୟ ହୋଇଛି । ମୃତ ଛାତ୍ର ଜଣକ ହେଲେ ଉକ୍ତ ଗାଁର ମନୋଜ ପାଲଟାସିଂଙ୍କ ପୁଅ ଶୁଭମ ପାଲଟାସିଂ (୧୧) । ହତ୍ୟାର କାରଣ ଜଣାପଡ଼ି ନଥିବାବେଳେ ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି ।
ସୂଚନା ଅନୁସାରେ, ବୁଧବାର ସଂଧ୍ୟା ପ୍ରାୟ ୬ଟା ବେଳେ ଶୁଭମ ଘରେ ପଢ଼ୁଥିବା ବେଳେ ବାପା ଉପରଘରେ ପିଲାଙ୍କୁ ଟୁ୍ୟସନ କରୁଥିଲେ । ମାଆ ମମତା ଘରେ କାମ କରୁଥିଲେ । ଏହି ସମୟରେ ଜଣେ ଅଜଣା ବ୍ୟକ୍ତି ଘର କବାଟ ବାଡ଼େଇବାରୁ ଶୁଭମ ଘର କବାଟ ଖୋଲିଥିଲେ । ଏହି ସମୟରେ ହଠାତ୍ ଦୁର୍ବୃତ ଜଣଙ୍କ ଜବରଦସ୍ତ ଘରେ ପଶି ଏକ ଛୁରୀରେ ନାବାଳକର ଛାତି, ବେକକୁ ଛୁରାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଶୁଭମ ଚିକôାର କରିବାରୁ ତାଙ୍କ ମାଆ ଆସି ପୁଅ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଚିକôାର କରୁଥିବା ଦେଖି ଚିକôାର କରିଥିଲେ । ପରିବାର ଲୋକେ ପୁଅକୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରୁ ଉଦ୍ଧାର କରି ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୁଲିସ ବେଣାପଞ୍ଜରୀ ଗ୍ରାମରେ ପସି ଛାନଭିନ୍ ଆରମ୍ଭ କରିବା ସହ ଏସିପି ପ୍ରଦୀପ ରାଉତ, ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂ, ଖୋର୍ଦ୍ଧା ଓ ଜଟଣୀ କମିଶନରେଟ ପୁଲିସ ମେଡିକାଲ୍ ରେ ପହଁଚି ତଦନ୍ତ ଚଳାଇଛି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି ।

Leave A Comment

All fields marked with an asterisk (*) are required