Search for:
  • Home/
  • ରାଜ୍ୟ/
  • ତାଳଚେରର ବୌଦ୍ଧିକ କ୍ଷମତାକୁ ବଢାଇବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

ତାଳଚେରର ବୌଦ୍ଧିକ କ୍ଷମତାକୁ ବଢାଇବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

Spread the love

Loading

ଅନୁଗୋଳରେ ଡାଇମଣ୍ଡ କ୍ଲବ ଓ ତାଳଚେର କିଶୋର କ୍ଲବର କାର୍ଯ୍ୟକ୍ରମରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ତାଳଚେରର ବୌଦ୍ଧିକ କ୍ଷମତାକୁ ବଢାଇବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

• ଢେଙ୍କାନାଳର ରାସୋଳ, ହିନ୍ଦୋଳ ଏବଂ ଅନୁଗୋଳ କଲେଜ ଛକ ସମେତ ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
• ତାଳଚେର ଭଳି ସମ୍ଭାବନା ଅଞ୍ଚଳରେ ଜନ୍ମ ନେବା ମୋର ସୌଭାଗ୍ୟ
• ଏହି ଅଞ୍ଚଳ ପ୍ରତି ଥିବା ମୋର ଦାୟିତ୍ୱକୁ ଯଥାସମ୍ଭବ ସାମର୍ଥ୍ୟ ଅନୁସାରେ ପୂରଣ କରି ଚାଲୁଥିବି
• ପାର୍ବଣ ପ୍ରତି ଲୋକ ମାନଙ୍କର ଆସକ୍ତି ବଢୁଛି
• ଉତ୍କଳୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଚାରବୋଧରେ ଲକ୍ଷ୍ମୀପୂଜାର ସ୍ଥାନ ସ୍ୱତନ୍ତ୍ର
• ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ଆନନ୍ଦର ବିଷୟ
• ଢେଙ୍କାନାଳର ଲକ୍ଷ୍ମୀପୂଜା ଶ୍ରଦ୍ଧା ଓ ସମୃଦ୍ଧିର ପ୍ରତୀକ
• ପିଲାଦିନରୁ କଙ୍କିଳି ସହ ମୋର ବହୁତ ସମ୍ପର୍କ ରହିଛି
• ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

ଅନୁଗୋଳ/ଢେଙ୍କାନାଳ, ଅକ୍ଟୋବର   – ତାଳଚେରର ଅର୍ଥନୀତି ବଢୁଥିବା ବେଳେ ସେହି ଅନୁସାରେ ଅଞ୍ଚଳରେ ପିଲାମାନଙ୍କର ବୌଦ୍ଧିକ କ୍ଷମତା ବିକାଶ ହେଉନାହିଁ । ତାଳଚେରରେ ବୌଦ୍ଧିକ କ୍ଷମତା ବଢାଇବା ପାଇଁ ଆମେ ସମସ୍ତେ ସାମୂହିକ ଉଦ୍ୟମ କରିବା ଦରକାର ବୋଲି ରବିବାର ଅନୁଗୋଳରେ ଡାଇମଣ୍ଡ କ୍ଲବ ଓ ତାଳଚେର କିଶୋର କ୍ଲବର କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନୁଗୋଳ ଜିଲ୍ଲା ତାଳଚେର କଙ୍କିଳି ଠାରେ ‘ଶାରଦୀୟ ମା’ କନକ ଦୁର୍ଗା କ୍ଷେତ୍ରୀୟ ସମାଜ ପାଇକ ଆଖଡା କ୍ରୀଡ଼ା ମହୋତ୍ସବ’ର ପୁରସ୍କାର ବିତରଣ ଉତ୍ସବ ଓ ତାଳଚେର କିଶୋର କ୍ଲବ ପକ୍ଷରୁ ଆୟୋଜିତ ଦଶହରା କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଅନେକ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ତାଳଚେର ଭଳି ସମ୍ଭାବନା ଅଞ୍ଚଳରେ ଜନ୍ମ ନେବା ମୋ ପାଇଁ ସୌଭାଗ୍ୟ । ଏହି ଅଞ୍ଚଳ ପ୍ରତି ଥିବା ମୋର ଦାୟିତ୍ୱକୁ ଯଥାସମ୍ଭବ ସାମର୍ଥ୍ୟ ଅନୁସାରେ ପୂରଣ କରି ଚାଲିଥିବି । ତାଳଚେରର ପିଲାମାନେ ପ୍ରଶାସନିକ, ଇସ୍ରୋରେ ବୈଜ୍ଞାନିକ, କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରୁଛନ୍ତି ।  ଅର୍ଥନୀତି ବଢୁଛି । ମୁଣ୍ଡ ପିଛା ଆୟ ମଧ୍ୟ ଅନ୍ୟ ଅଞ୍ଚଳ ତୁଳନାରେ ଅଧିକ ରହିଛି ।  ତାଳଚେରରେ ପିଲାଙ୍କ ମଧ୍ୟରେ ବୌଦ୍ଧିକ କ୍ଷମତା ଯେଉଁ ମାତ୍ରାରେ ବିକଶିତ ହେବା କଥା, ସେତେମାତ୍ରାରେ ହୋଇନାହିଁ । ଏଥିପାଇଁ ଆମ ସମସ୍ତଙ୍କୁ ଦାୟିତ୍ୱ ଦେବାକୁ ପଡିବ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଗଜଲକ୍ଷ୍ମୀ ପୂଜା ଅବସରରେ ଅନୁଗୋଳ ଜିଲ୍ଲା ଉତ୍ସବମୁଖର ହୋଇଛି । ପାର୍ବଣ ପ୍ରତି ଲୋକ ମାନଙ୍କର ଆସକ୍ତି ବଢୁଛି । ଲୋକଙ୍କ ମଧ୍ୟରେ ଧାର୍ମିକ ଚେତନା ଓ ଆଧ୍ୟାତ୍ମିକତା ବଢୁଛି । ଦେଶର ଗୌରବ ବୃଦ୍ଧି ପାଉଛି । ଅମୃତ ମହୋତ୍ସବର ସମାପନ ପାଇଁ କଙ୍କିଳି ସମେତ ଓଡ଼ିଶା ଓ ଦେଶର କୋଣ ଅନୁକୋଣର ମାଟି କର୍ତ୍ତବ୍ୟପଥରେ ଏକାଠି ହେବା ଯାଉଛି । ଦେଶର ଅର୍ଥନୀତି ବୃଦ୍ଧି ପାଉଛି । ଏପରି ଏକ ଶୁଭ ମୁହୂର୍ତ୍ତରେ ଆସନ୍ତା ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ହେବା ଆନନ୍ଦର ବିଷୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଅନେକ ପୁରାତନ ବନ୍ଧୁ ଓ ଆତ୍ମୀୟ ମାନଙ୍କୁ ଭେଟି ଶ୍ରୀ ପ୍ରଧାନ ଖୁସି ପ୍ରକାଶ କରିଥିବା କହିଥିଲେ । ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳ ଜିଲ୍ଲା ରାସୋଳ, ହିନ୍ଦୋଳ, ଅନୁଗୋଳ କଲେଜ ଛକ ସମେତ ବିଭିନ୍ନ ସ୍ଥାନରେ ବିଭିନ୍ନ ଗଜଲକ୍ଷ୍ମୀ ପୂଜା ମଣ୍ଡପ ଦର୍ଶନ କରିଥିଲେ । ସେ କହିଛନ୍ତି ଢେଙ୍କାନାଳର ଲକ୍ଷ୍ମୀପୂଜା ଶ୍ରଦ୍ଧା ଓ ସମୃଦ୍ଧିର ପ୍ରତୀକ । ଉତ୍କଳୀୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିଚାରବୋଧରେ ଲକ୍ଷ୍ମୀପୂଜାର ସ୍ଥାନ ସ୍ୱତନ୍ତ୍ର । ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟର ଦେବୀ ମା’ ଲକ୍ଷ୍ମୀଙ୍କ ପାଖରେ ସମସ୍ତଙ୍କର ସୁଖ, ଶାନ୍ତି ଏବଂ ସମୃଦ୍ଧି କାମନା କରୁଛି ।

ଡ଼ାଇମଣ୍ଡ କ୍ଲବର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ପାଇକ ଆଖଡ଼ା କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ପାରମ୍ପରିକ ଭାବରେ ସ୍ୱାଗତ କରିଥିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ସମେତ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତାମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave A Comment

All fields marked with an asterisk (*) are required