Search for:
  • Home/
  • ରାଜ୍ୟ/
  • ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ବସୁଆଘାଇ ପଞ୍ଚାୟତ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ବସୁଆଘାଇ ପଞ୍ଚାୟତ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭାରମ୍ଭ

Spread the love

Loading

ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ବିକଶିତ ହେବ ସହର ଉପକଣ୍ଠ ପ୍ରତି କଲୋନୀ ।ପ୍ରତି ଗାଁ ହେବ ଶସକ୍ତ ଓଡ଼ିଶା ର ପ୍ରତିଛବି। ଏହି ବିକାଶ ଧାରାରେ ସାମିଲ ହୋଇଛି ଭୁବନେଶ୍ଵର ଉପକଣ୍ଠ ପ୍ରତି ଗ୍ରାମ ପଞ୍ଚାୟତରେ ଗଢି ଉଠିଥିବା ବିଭିନ୍ନ ନୂତନ କଲୋନୀ।
ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠି ରୁ ବସୁଆଘାଇ ପଞ୍ଚାୟତ ପାଇଁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର ଶୁଭାରମ୍ଭ କରିଛନ୍ତି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।ଭୁବନେଶ୍ଵର ଏକାମ୍ର ନିର୍ବାଚନ ମଣ୍ଡଳୀର ଅନ୍ତର୍ଗତ ବାସୁଅଘାଇ ଗ୍ରାମ ପଞ୍ଚାୟତ ଠାରେ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠିରୁ ଏକ କୋଟି ୮୩ ଲକ୍ଷ୍ୟ ବ୍ୟ ୟ ରେ ୨୫ ଟି ଉନ୍ନୟନ ମୂଳକ ପ୍ରକଳ୍ପ ର ଶୁଭାରମ୍ଭ କରାଯାଇଛି। ଏହି ଯୋଜନାରେ କଂକ୍ରିଟ ରାସ୍ତା, Drain ଆଲୋକିକରଣ ସହ ବିଭିନ୍ନ ଉନ୍ନୟନ,ବ୍ୟବସ୍ଥା କରାଯିବ। ଏହି ଅବସରରେ ସ୍ଥାନୀୟ ପଞ୍ଚାୟତ ବାସୀ ,ମିଶନ ଶକ୍ତି ମହିଳାଙ୍କ ସହ ସ୍ଥାନୀୟ ଅଂଚଳର ବହୁ ମୂରବୀ ଶ୍ରେଣୀୟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ବିକାଶ ଧାରା ସହ ଗାଁ ର ଅଗ୍ରଗତି ଓ ସରକାରଙ୍କ ଜନ ହିତକାରୀ ଯୋଜନା ଲୋକଙ୍କପାଖରେ ପହଞ୍ଚାଇବା ଉପରେ ଗୁରୁତ୍ଵ ଦେଇଥିଲେ।, ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ୨୯ ଜୋନ ଜିଲ୍ଲାପରିଷଦ ସଭ୍ୟ ସୁବାସ ସୁନ୍ଦରରାୟ, ବାସୁଅଘାଇ ସରପଞ୍ଚ ବିକ୍ରମ ସେଠୀ, ସମିତି ସଭ୍ୟ ରିଲା ଭଞ୍ଜ, ଭୁବନେଶ୍ଵର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସାଗର ପାଉଲ୍, ବିଧାୟକ ପ୍ରତିନିଧି କୈଳାଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମୀଣ ଲୋକ କିଭଳି ଭାବେ ସୁବିଧା ପାଇ ପାରିବେ ସେ ଉପରେ ଗୁରୁତ୍ବ ରୋପ କରିଥିଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ସେପଟେ ବିଜେଡି ନେତ୍ରୀ ଶ୍ରୀମ ୟୀ ମିଶ୍ର ନବୀନ ସରକାରଙ୍କର ମହିଳା ଶଶକ୍ତି କରଣ ସହ ଗାଁ ର ବିକାଶ ହେଲେ ଓଡ଼ିଶା ବିକାଶ କଥା କହିଥିଲେ।

Leave A Comment

All fields marked with an asterisk (*) are required