Search for:
  • Home/
  • ରାଜ୍ୟ/
  • ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l

Spread the love

Loading

ବିଜୁଳି ବିଭ୍ରାଟ ପାଇଁ ଦୁର୍ବାର ଆନ୍ଦୋଳନ, ସ୍ୱତନ୍ତ୍ର ଏ ଜି ଅଡିଟ ଓ ଆଇନଗତ ଲଢେଇ l

ମିଶନ ଓଡିଶା @ 2036 ସର୍ବଦଳୀୟ ବୈଠକ ନିର୍ଯ୍ୟାସ

ଭୁବନେଶ୍ୱର ତା ୨୬ ରିଖ l ରାଜ୍ୟରେ ବିଗତ କିଛିଦିନ ହେଲା ବିଜୁଳି ବିଭ୍ରାଟକୁ ନେଇ ଜନ ଅସନ୍ତୋଷ ବଢ଼ି ଚାଲିଛି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବେଳେ ଘନ ଘନ ଅଘୋଷିତ ବିଜୁଳି କାଟ ରେ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇ ସାରିଛନ୍ତି l ବିଶେଷ କରି ଟାଟା ପାୱାର ବିଦ୍ୟୁତ ବିତରଣ ଦାୟିତ୍ୱ ନେବା ଦିନଠାରୁ ବିଜୁଳି ଯୋଗାଣ ରେ ବ୍ୟାଘାତ ଓ ମହଙ୍ଗା ବିଜୁଳି ବିଲ ରେ ଲୋକ ଏକ ପ୍ରକାର ଦହଗଞ୍ଜା ହୋଇସାରିଲେଣି l ଏହି ଗୁରୁତ୍ୱପୂର୍ଣ ସମସ୍ୟାକୁ ନେଇ ଆଜି ମିଶନ ଓଡିଶା @ 2036 ପକ୍ଷରୁ ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ବିଜୁଳି ବିଭ୍ରାଟ ଓ ହନ୍ତସନ୍ତ ଜନତା ଶୀର୍ଷକ ଏକ ସର୍ବଦଳୀୟ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା l ମିଶନ ଓଡିଶା @ 2036 ତରଫରୁ ଦୁର୍ନୀତିମୁକ୍ତ ଓଡିଶା ଗଠନ ପାଇଁ ଯେଉଁ ସଂକଳ୍ପ ଭିତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଆଜିର କାର୍ଯ୍ୟକ୍ରମ ତାହାର ଏକ ଅଂଶ ବିଶେଷ l ଆଜିର କାର୍ଯ୍ୟକ୍ରମରେ ମିଶନ ଓଡିଶା @ 2036ର ଆବାହକ ବାସୁଦେବ ଭଟ୍ଟ ଙ୍କ ଆବାହକତ୍ବ ହୋଇଥିଲା l ମନୋଜ ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ l ପ୍ରସନ୍ନ ବିଷୋୟୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଓ ଅଶୋକ ଜେନା ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମ ରେ କଂଗ୍ରେସର ପଞ୍ଚାନନ କାନୁନଗୋ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସମତା କ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ ସିପିଆଇର ରାଧାକାନ୍ତ ସେଠି, ସମାଜବାଦୀ ପାର୍ଟିର ସୁଦର୍ଶନ ପ୍ରଧାନ, ଫରୱାର୍ଡ଼ ବ୍ଲକର ଜ୍ୟୋତି ରଞ୍ଜନ ମହାପାତ୍ର, ଏନ ସି ପି ର ବିକ୍ରମ ସ୍ୱାଇଁ, ବିଦ୍ୟୁତ ଉପଭୋକ୍ତା ମହାସଂଘ ସଭାପତି ରମେଶ ଚନ୍ଦ୍ର ଶତପଥୀ, ବିଜୁଳି ବିତରଣ ବିଶେଷଜ୍ଞ ଆନନ୍ଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଭବାନୀ ଶଙ୍କର ତ୍ରିପାଠୀ, ପୂର୍ବତନ ପ୍ରଶାସକ ପଞ୍ଚାନନ ଦାସ, ମମତା ସାମନ୍ତରାୟ, ନିରୁପମା ରଥ, ବିଭୁ ମହାନ୍ତି, ଲଳିତ ଶତପଥି, ଆଦି ଯୋଗ ଦେଇ l ଓଡିଶା ବିଜୁଳି ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟ ବୋଲି ସରକାର ଘୋଷଣା କରୁଥିବା ବେଳେ ବିଦ୍ୟୁତ ଶୁଳ୍କ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ଠାରୁ ଅଧିକ ଦେୟ ଆଦାୟ କରୁଛି l ବିଜୁଳି ଉତ୍ପାଦନ ହେତୁ ଓଡିଶାର ଜନସାଧାରଣ ପରିବେଶ ପ୍ରଦୂଷଣ, ପରିବେଶ ଅସନ୍ତୁଳନ,ତଥା ଅନ୍ୟାନ୍ୟ ଅସୁବିଧା ଭୋଗୁ ଥିବା ବେଳେ ଅଧିକ ବିଜୁଳି ବିଲ ଓ ବିଜୁଳି କାଟ ସମସ୍ୟାରେ ଜର୍ଜରିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଏଥି ପାଇଁ କିଏ ଦାୟୀ ବୋଲି ଆଜିର ବୈଠକ ରେ ସବିଶେଷ ଆଲୋଚନା ହୋଇଥିଲା l ବିଦ୍ୟୁତ ଭିତିଭୂମି ନିର୍ମାଣ ତଥା ପୁନଃରୁଦ୍ଧାର କ୍ଷେତ୍ରରେ ରାଜ୍ୟ ସରକାର 20 ବର୍ଷ ଭିତରେ ପ୍ରାୟ 40 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ହେଲେ ବର୍ତମାନ ଟାଟା ପାୱାର ଭିତିଭୂମି କିଛି ନାହିଁ ଓ ଯେଉଁ ଭିତିଭୂମି ରହିଛି ତାହା ଅତ୍ୟନ୍ତ ନିମ୍ନ ମାନର ବୋଲି କହୁଛି l ବିଦ୍ୟୁତ ବିତରଣ ବେଳେ ବର୍ତମାନ ମଧ୍ୟ ରାଜ୍ୟ ରେ 35 % ରୁ ଅଧିକ ଟ୍ରାନ୍ସମିଶନ ଲସ ହେଉଛି l ହେଲେ ଏ କ୍ଷେତ୍ରରେ ଓଡିଶା ଅନ୍ୟ ରାଜ୍ୟ ମାନଙ୍କ ଠାରୁ ବହୁ ପଛରେ l ଅନ୍ୟ ରାଜ୍ୟ ମାନଙ୍କରେ ଏହି କ୍ଷତି 10 ପ୍ରତିଶତ ପାଖାପାଖି ଥିଲାବେଳେ ଆମର ଦୁର୍ବଳ ଭିତିଭୂମି ପାଇଁ ସମସ୍ୟା ହେଉଛି l ସେଥିପାଇଁ ସାଧାରଣ ଉପଭୋକ୍ତା ଙ୍କ ମୁଣ୍ଡରେ ବୋଝ ପଡୁଛି l ସବୁଠୁ ଗୁରୁତ୍ୱପୁର୍ଣ କଥା ହେଲା ଓଡିଶା ରେ ଥିବା ବିଦ୍ୟୁତ ନିୟlମକ ଆୟୋଗର କାର୍ଯ୍ୟାଦକ୍ଷତା ଉପରେ ଆଜି ବିଶେଷ ଆଲୋଚନା ହୋଇଥିଲା l ପ୍ରାୟ ସମସ୍ତେ ଏଥିପାଇଁ ଓଇ ଆର ସି ପ୍ରଥମେ ଦାୟୀ ବୋଲି କହିଥିଲେ l ଏଠାରେ ଓଇ ଆର ସି ସାଧାରଣ ଜନତା ବା ଉପଭୋକ୍ତା ପାଇଁ ରହିଛି ନା କମ୍ପାନୀ ମାନଙ୍କ ଓ ଦୁର୍ନୀତିଗ୍ରସ୍ତ ଅଧିକାରଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛି ବୋଲି ମତାମତ ଦେଇ ଥିଲେ l ରାଜ୍ୟ ସରକାରଙ୍କ ବିଜୁଳି ନୀତିରେ କୌଣସି ସ୍ପଷ୍ଟତା ନାହିଁ l ରାଜ୍ୟରେ ପ୍ରାୟ 1 କୋଟି ପରିବାର ବିଜୁଳି ବ୍ୟବହାର କରୁଥିବା ବେଳେ ଏହି କଥl କୁ କେହି ଗୁରୁତ୍ୱ ଦେଉନାହାନ୍ତି l ଯଦି ଓଡିଶା ରେ ସବୁଠୁ ଅଧିକ ଦୁର୍ନୀତି କୋଉ ବିଭାଗ ରେ ହୋଇଛି ସେହି ବିଭାଗ ହେଉଛି ବିଜୁଳି ବା ଶକ୍ତି ବିଭାଗ l ତେଣୁ ଆଲୋଚନା ର ନିର୍ଯାସ ପରେ ନିଷ୍ପତି ନିଆଯାଇଛି ଯେ 1- ବିଦ୍ୟୁତ ନିୟାମକ ଆୟୋଗ ଘେରାଉ ସହ ଶ୍ୱେତ ପତ୍ର ପ୍ରଦାନ ସହ ବିଦ୍ୟୁତ ବିଲ ର ସରଳିକରଣ ବ୍ୟବସ୍ଥା 2= ବିଦ୍ୟୁତ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସମ୍ବଳିତ ଏକ ବୁକଲେଟ ରାଜ୍ୟ ବାସୀଙ୍କ ସୂଚନା ପାଇଁ ବଣ୍ଟନ 3= ଉପଭୋକ୍ତା ଙ୍କ ସ୍ୱାର୍ଥ ପାଇଁ ନ୍ୟାୟିକ ଲଢେଇ l 4= ମିଳିତ ଭାବରେ ଜନ ଆନ୍ଦୋଳନ 5= ଖାଉଟି ସୁରକ୍ଷା ବିଭାଗର ଦାୟିତ୍ୱ ହୀନତା ଓ ନିଷ୍କ୍ରିୟତା ପାଇଁ ଜୋରଦାର ଲଢେଇ ହେବ ବୋଲି ନିଷ୍ପତି ନିଆଯାଇଛି l

Leave A Comment

All fields marked with an asterisk (*) are required