Search for:
  • Home/
  • ରାଜ୍ୟ/
  • ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ରଶ୍ମି ମିଶ୍ରଙ୍କ ଉପନ୍ୟାସ କୁ ଅତିଥି ମାନେ ଲୋକାର୍ପଣ

ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ରଶ୍ମି ମିଶ୍ରଙ୍କ ଉପନ୍ୟାସ କୁ ଅତିଥି ମାନେ ଲୋକାର୍ପଣ

Spread the love

Loading

ଭୁବନେଶ୍ୱର:ଆମେ ସମସ୍ତେ ନିଜ ନିଜ ବାଗରେ ଜିଉଁ, ନିଜ ନିଜ ବାଗରେ ବଞ୍ଚିବାର ବାଟ ବି ବାଛିନେଉ। ଗୋଟିଏ ଜୀବନର ସମାନ୍ତରାଳ ଭାବରେ ଚାଲିଥାଏ ଆଉ ଏକ ଜୀବନ ଯେମିତି ଗୋଟିଏ ଘଟଣାର ସମାନ୍ତରାଳ ଭାବେ ଚାଲିଥାଏ ଆହୁରି କିଛି ଘଟଣା। ଏହିପରି ଏକ କାହାଣୀକୁ ଉପନ୍ୟାସ ର ରୂପ ଦେଇଛନ୍ତି ରଶ୍ମି ମିଶ୍ର, ଯାହା ଅଧ୍ୟାପକ ବିଶ୍ୱରଂଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ।ସ୍ଥାନୀୟ ଅର୍ଯ୍ୟ ପ୍ୟାଲେସ ସଭାଗୃହରେ ଆୟୋଜିତ ପକ୍ଷୀଘର ପ୍ରକାଶନୀ ପ୍ରକାଶିତ ରଶ୍ମି ମିଶ୍ରଙ୍କ ଉପନ୍ୟାସ କୁ ଅତିଥି ମାନେ ଲୋକାର୍ପଣ କରିଛନ୍ତି।
ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କଥାଶିଳ୍ପୀ ଅଜୟ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଲେ ପ୍ରତ୍ୟେକ ଜୀବନ ଭିତରେ ଥାଏ ଅସରନ୍ତି କାହାଣୀ ସେ କାହାଣୀକୁ କେବଳ ଜୀବନ କରିପାରନ୍ତି ଲେଖକଟିଏ। ରଶ୍ମି ମିଶ୍ର ଚମତ୍କାର ଭାବେ ଅବିନବ ବର୍ଣ୍ଣନା ଶୈଳୀରେ ଲେଖିପାରିଛନ୍ତି ଏହି ଉପନ୍ୟାସ।
ବିଶିଷ୍ଟ ଅତିଥି ଭାବେ ସମାଲୋଚକ ତଥା ଗବେଷକ ଫଣିନ୍ଦ୍ର ଭୂଷଣ ନନ୍ଦ ରଶ୍ମି ମିଶ୍ରଙ୍କ କାହାଣୀ ଓ ଶୈଳୀ ବିଷୟରେ ଆଲୋକପାତ କରିଥିଲେ।ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କଥାଶିଳ୍ପୀ ଅଜୟ ମହାପାତ୍ର କହିଥିଲେ ଏ କାହାଣୀ କୁ ପଢିବା ଆରମ୍ଭ କଲେ ଶେଷ କରିବାକୁ ବାଧ୍ୟ ହେବେ ପାଠକ।
କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ପକ୍ଷୀଘରର ମୁଖ୍ୟ ବନୋଜ ତ୍ରିପାଠୀ।ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଇଂଜିନିୟର ଓକିଲ ମହାପାତ୍ର।

Leave a reply

  • Default Comments (0)
  • Facebook Comments

Leave A Comment

All fields marked with an asterisk (*) are required