Search for:
  • Home/
  • ରାଜ୍ୟ/
  • ମନ୍ଦିର ବାହାରୁ ଚପଲ ଚୋରି ଥାନାରେ ମାମଲା

ମନ୍ଦିର ବାହାରୁ ଚପଲ ଚୋରି ଥାନାରେ ମାମଲା

Spread the love

Loading

ମନ୍ଦିର ବାହାରୁ ଚପଲ ଚୋରି ହୋଇଯିବାକୁ ନେଇ ଥାନାରେ ମାମଲା ରୁଜୁ କଲେ ଯୁବକ

ଭୁବନେଶ୍ୱର:କାନପୁର: ଠାକୁର ଦର୍ଶନ କରିବାକୁ ଯାଇଥିବାବେଳେ ମନ୍ଦିର ବାହାରୁ ଚୋରି ହୋଇଗଲା ଚପଲ । ଥାନାକୁ ଯାଇ ମାମଲା ରୁଜୁ କଲେ ଜଣେ ଯୁବକ । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର କାନପୁର ସହରରୁ । ଥାନାରେ ଦାୟାର ହୋଇଥିବା ଏଫଆଇଆରରେ ବ୍ୟକ୍ତିଜଣଙ୍କ ଲେଖିଛନ୍ତି ଯେ, ସେ ସଚ୍ଚୋଟ ରୋଜଗାରରୁ ଚପଲ କିଣିଥିଲେ । ଚପଲଟି ସମ୍ପର୍ଣ୍ଣ ନୂଆ ଥିଲା, ଯାହା ଗାଏବ ହୋଇଯାଇଛି । ଏହାର ଅର୍ଥ ଯେ କାହାର ନଜର ମୋ ଚପଲ ଉପରେ ରହିଥିଲା । ଏଥିପାଇଁ ମୁଁ ଏଫଆଇଆର ରୁଜୁ କରିଛି । ଏହି ଏଫଆଇଆର ଏବେ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାନୁଯାୟୀ, କାନପୁରର ଦବୌଲି ଅଞ୍ଚଳରେ ରହୁଥିବା କାନ୍ତିଲାଲ ନିଗମ ଏକ ଇଲେକ୍ଟ୍ରିକ କମ୍ପାନୀରେ କାର୍ଯ୍ୟ କରନ୍ତି । ସେ ରବିବାର ଭୈରବ ବାବା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ମନ୍ଦିର ଭିତରକୁ ଯିବା ପୂର୍ବରୁ ନିଜ ଚପଲ ବାହାରେ କାଢ଼ି ରଖିଥିଲେ । ଦର୍ଶନ କରିବା ପରେ ଯେବେ ସେ ଫେରି ଦେଖନ୍ତି ତ ତାଙ୍କ ଚପଲ ବାହାରେ ନଥିଲା । କାନ୍ତିଲାଲ ଆଖପାଖରେ ନିଜ ଚପଲ ଖୋଜିଥିଲେ । ହେଲେ ଚପଲ ମିଳିନଥିଲା । ଏହାପରେ ସେ କାନପୁର ପୋଲିସରେ ଅନଲାଇନ ଏଫଆଇଆର ରୁଜୁ କରିଥିଲେ । ଏଫଆଇଆରରେ ସେ ଲେଖିଛନ୍ତି ଯେ, ମୁଁ ଦୁଇ ଦିନ ପୂର୍ବେ ଚପଲ କିଣିଥିଲି । ନୀଳ ରଙ୍ଗର ଟୋପିକା ଟୋପିକା ଚପଲ ଥିଲା । ପ୍ରତି ରବିବାର ମୁଁ ଭୈରବ ବାବାଙ୍କ ଦର୍ଶନ କରିବାକୁ ଆସେ । କିନ୍ତୁ କେବେ ବି ମୋ ଚପଲ ଗାଏବ ହୋଇନଥିଲା । ଆଜି ମଧ୍ୟ ଦୋକାନ ଆଖପାଖରେ ଅନେକ ଚପଲ ପଡ଼ିଥିଲା ହେଲେ ମୋ ନୂଆ ଚପଲ ହିଁ ଗାଏବ ହୋଇଥିଲା ।ଏଥିରୁ ଜଣାଯାଉଛି ଯେ କାହାର ନଜର ମୋ ଚପଲ ଉପରେ ଥିଲା । ଏପରି ସ୍ଥିତିରେ ମୁଁ ମାମଲା ରୁଜୁ କରିଛି । ସେ ଆଗକୁ ଲେଖିଛନ୍ତି ଯେ ମୁଁ କଠିନ ପରିଶ୍ରମ ଏବଂ ସଚ୍ଚୋଟତାର ପଇସାରୁ ଚପଲ କିଣିଥିଲି । ତାହା ଚୋରି ହେବା ପରେ ମୋତେ ଖାଲି ପାଦରେ ଘରକୁ ଯିବାକୁ ପଡ଼ିଲା । ଯାହାଫଳରେ ମୋତେ ବହୁତ କଷ୍ଟ ଲାଗିଥିଲା । ଏଥିପାଇଁ ମୋର ଚପଲ ଚୋରି କରିଥିବା ବ୍ୟକ୍ତିକୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

Leave A Comment

All fields marked with an asterisk (*) are required