Search for:
  • Home/
  • ରାଜ୍ୟ/
  • ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ।

ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ।

Spread the love

Loading

ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟ ବନ୍ଦ ହେବା ଉପରେ।

ଭୁବନେଶ୍ୱର:ଧାରଣା ଉପରେ ଧାରଣା ଦେଇ ଦେଇ ଇତି ମଧ୍ୟରେ ୧୯ମାସ ପୁରିଯାଇଥିଲେ ମଧ୍ୟ ଯଥାପୁର୍ବମ ତଥା ପରଂ ଭଳି ଏହି ଚିକିତ୍ସାଳୟ ଅବ୍ୟବସ୍ଥା ମଧ୍ୟରେ ରହିଯାଇଛି। ପୁରୁଣା ଭୁବନେଶ୍ୱରସ୍ଥିତ ପୌର ମହାନଗର ନିଗମ ଚିକିତ୍ସାଳୟରେ ଦିନକୁ ଦିନ ରୋଗୀ ବଢ଼ିବାରେ ଲାଗିଥିବା ବେଳେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ସେହିପରି ଦୁଃଖର ବିଷୟ ୨୦୧୫ମସିହା ରୁ ଏହି ଚିକିତ୍ସାଳୟ ନିଜର ମାନ୍ୟତା ମଧ୍ୟ ହରାଇ ବସିଛି। ସୂଚନା କମିଶନରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଚିକିତ୍ସାଳୟରେ ୪୧ଜଣ ଡାକ୍ତର ଥିବା ଦର୍ଶାଯାଇଥିବା ବେଳେ ମୋଟ ୧୯ଜଣ ଡାକ୍ତର ଓ ୫ଜଣ ଡିସପେନ୍ସର ଏଠାରେ ସବୁ କାର୍ଯ୍ୟ ସମ୍ଭାଳୁଛନ୍ତି। ଏହାର ପ୍ରତିକାର ନିମନ୍ତେ ସେବା ପ୍ରତିନିଧି ମୁଖ୍ୟ ସଙ୍ଗଠକ ଶ୍ରୀ ନୀଳମଣି ମିଶ୍ର ଧାରାବାହିକ ଭାବରେ ଡାକ୍ତରଖାନା ସମ୍ମୁଖରେ ଦେଇଆସୁଥିବା ଧାରଣା ଆଜି ୧୯ ଥରରେ ପହଁଚିଛି। ଏ ସଂକ୍ରାନ୍ତରେ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଶ୍ରୀ ଲିଙ୍ଗରାଜ ମନ୍ଦିର ଥାନା ଅଧିକାରୀ ପୂର୍ଣଚନ୍ଦ୍ର ପ୍ରଧାନଙ୍କ ଜରିଆରେ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ହୃଦ ବିଭାଗ ଖୋଲିଥିଲେ ମଧ୍ୟ ତାହା ଏ ଯାଏଁ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ସେହିପରି ଏଠାରେ ଥିବା ଅଧିକାଂଶ ବିଭାଗ ଯଥା ହାଡ଼, ଚର୍ମ, ନ୍ୟୁରୋ ବିଭାଗ ଆଦି ଏବେ ଡାକ୍ତର ଅଭାବରେ ବନ୍ଦ ପଡିଛି। ସେହିପରି ଡାକ୍ତର ଅଭାବରୁ ଅଲ୍ଟ୍ରାସାଉଣ୍ଡ ବିଭାଗରେ ଅଲ୍ଟ୍ରାସାଉଣ୍ଡ ହେଉନଥିବାରୁ ରୋଗୀମାନେ ବାହାରେ ଅତି ଉଚ୍ଚ ମୂଲ୍ୟ ଦେଇ ଅଲ୍ଟ୍ରାସାଉଣ୍ଡ କରାଉଛନ୍ତି। ଏତଦବ୍ୟତୀତ ନିକଟରେ ଅବସ୍ଥିତ ଶ୍ରୀ ଲିଙ୍ଗରାଜ ମନ୍ଦିରକୁ ପ୍ରତିଦିନ ହଜାର ହଜାର ଭକ୍ତ ଆସୁଛନ୍ତି। ଯଦି ସେମାନଙ୍କୁ କିଛି ବି ଚିକିତ୍ସା ଦରକାର ହୁଏ, ତେବେ ଡାକ୍ତର ଅଭାବରୁ ଏବେ ସେମାନେ ଏ ଚିକିତ୍ସାଳୟ ସେବାରୁ ବଞ୍ଚିତ ହେଉଛନ୍ତି। ସେହିପରି ବର୍ତ୍ତମାନ ଏହି ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା ତ ଦୂରର କଥା କିନ୍ତୁ ଯେତିକି ବି ରୋଗୀଙ୍କ ଚିକିତ୍ସା ହେଉଛି ସେମାନଙ୍କୁ ତୁରନ୍ତ ଅନ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇ କାମ ଶେଷ କରାଯାଉଛି । ସେହିପରି ୩୦ବର୍ଷ ଧରି ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ଡାକ୍ତରଖାନା ଚାଲିଥିଲେ ବି ଏଥିପ୍ରତି କାହାର ନିଘା ନାହିଁ। ତେଣୁ ଏହି ସବୁ ସମସ୍ୟାର ଯଥାଶୀଘ୍ର ସମାଧାନ ପାଇଁ ଆଜି ପୁନର୍ବାର ଧାରଣା ଦିଆଯାଇଥିଲା। ଆଜିର ଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ମହାରଣା, ଭୀମଟାଙ୍ଗି ବିକାଶ ପରିଷଦର ସୁରେଶ ଦାସ, କମଳାକାନ୍ତ ବେହେରା, ସଞ୍ଜୟ କୁମାର ପରିଡା, ସନ୍ତୋଷ କୁମାର ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ବିଜୟ କର୍ମକାର, ପ୍ରଦୀପ କୁମାର ମିଶ୍ର, ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave A Comment

All fields marked with an asterisk (*) are required