Search for:
  • Home/
  • ରାଜ୍ୟ/
  • ପଞ୍ଚମ କର୍ପୋରେଟ୍ ସିଏସ୍‌ଆର୍ ସମ୍ମିଳନୀ

ପଞ୍ଚମ କର୍ପୋରେଟ୍ ସିଏସ୍‌ଆର୍ ସମ୍ମିଳନୀ

Spread the love

Loading

 

ପଞ୍ଚମ କର୍ପୋରେଟ୍ ସିଏସ୍‌ଆର୍ ସମ୍ମିଳନୀ

ସରକାର, କମ୍ପାନୀ ଏବଂ ସିଭିଲ୍ ସୋସାଇଟିର ମିଳିତ ସହଭାଗୀତା ମୁଖ୍ୟ ଚାବିକାଠୀ

ଭୁବନେଶ୍ୱର, ୭/୭: ଇଣ୍ଡିଆନ୍ ଚାମ୍ବର କମର୍ସ ପକ୍ଷରୁ ୫ମ କର୍ପୋରେଟ୍ ସୋସିଆଲ୍ ରେସ୍‌ସ୍ପନ୍‌ସିବିଲିଟି (ସିଏସ୍‌ଆର୍‌) ସମ୍ମିଳନୀ ୨୦୨୩ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରର ମୁଖ୍ୟ ବିଷୟ ରହିଥିଲା ‘ମେନ୍‌ଷ୍ଟ୍ରିମିଂ ସିଏସ୍‌ଆର୍ ଫର୍ ଇନ୍‌କ୍ଲୁସିଭ୍‌ନେସ୍‌’ । ଏହି ଅବସରରେ କୌଶଳ ଏବଂ ଶିକ୍ଷା, ବାଣିଜ୍ୟ ଏବଂ ପରିବହନ ପ୍ରମୁଖ ସଚିବ ଉଷା ପାଢୀ ଯୋଗ ଦେଇ କହିଥିଲେ ବ୍ୟବସାୟରେ ବିଶ୍ୱାସ ଏବଂ ନୈତିକତା ରହିବା ଆବଶ୍ୟକ । ସେ ଟାଟା କମ୍ପାନୀର ଉଦାହରଣ ଦେଇ କହିଥିଲେ ଲୋକେ ଏହି କମ୍ପାନୀକୁ ଭରସା କରନ୍ତି । ବ୍ୟବସାୟିକ ନୈତିକତା ପାଇଁ ଟାଟା କମ୍ପାନୀ ପାର୍ଲାମେଣ୍ଟ ଭବନ ନିର୍ମାଣ ଠାରୁ ଆରମ୍ଭ କରି ଏୟାର ଇଣ୍ଡିଆ ପର୍ଯ୍ୟନ୍ତ କମ୍ପାନୀ ଚଳାଉଛି । ସେହିପରି ସେ ବିକାଶରେ ମେନ୍‌ଷ୍ଟ୍ରିମିଂ ଏବଂ ଇକ୍ଲୁସିଭିଟିକୁ ସେ ବିଶେଷ ଭାବେ ଗୁରୁତ୍ୱ ଦେଇଥିଲେ । ବିଭିନ୍ନ ବିଶ୍ୱବିଦ୍ୟାଳୟର ଗବେଷଣା କହୁଛି ଯେଉଁ କମ୍ପାନୀର ବ୍ୟବସାୟ ବ୍ୟତୀତ ସାମାଜିକ ଦାୟିତ୍ୱବୋଧ ରହିଛି ଏବଂ ଉକ୍ତ କମ୍ପାନୀ ସାମାଜିକ ବିକାଶରେ ପୁଞ୍ଜି ନିବେଶ କରୁଛି ସେହି କମ୍ପାନୀ ଅନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଅପେକ୍ଷା ଅଧିକ ଲାଭବାନ ହେଉଛି । ସେହିପରି ସେ ସିଭିଲ୍ ଏଭିଏନସ୍ ବିଭାଗରେ କାର୍ଯ୍ୟକଲା ବେଳେ ନିଜର ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଲୋକଙ୍କ ଧାରଣା ଥିଲା ଏଭିଏସ୍‌ନ୍ ବଡ଼ବଡ଼ିଆଙ୍କ ପାଇଁ ଉଦ୍ଦିଷ୍ଟ ଏକ ସେବା ଅଟେ । କିନ୍ତୁ ଓଡ୍ଡାନ୍ ଯୋଜନା ମାଧ୍ୟମରେ ଏହି ଧାରଣାକୁ ପରିବର୍ତ୍ତନ କଲୁ । ଉକ୍ତ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଦୂରଦୂରାନ୍ତ ଅଞ୍ଚଳରେ ଯେଉଁଠାରେ ଯାତାୟାତର ଅସୁବିଧା ରହିଛି ସେ ଅଞ୍ଚଳରେ ସାଧାରଣ ଲୋକଙ୍କୁ ବିମାନ ସେବା ଯୋଗାଇବା । ଯାହାଫଳରେ ସାଧାରଣ ଲୋକ ମଧ୍ୟ ବିମାନରେ ଯାତାୟତର ସୁବିଧା ପାଇ ପାରିବେ । ଏହି ସେବା ଯୋଗାଇଦେବା ପାଇଁ ଆଞ୍ଚଳିକ ଯୋଗାଯୋଗ ଲେଭି ଭଳି କ୍ରସ୍ ସବ୍‌ସିଡ଼ିର ବ୍ୟବସ୍ଥା କରାଗଲା । ଯାହାଫଳରେ ସମସ୍ତଙ୍କର ସହଭାଗୀତା ଭାରତର ବିଭିନ୍ନ ଉପାନ୍ତ ଅଞ୍ଚଳରେ ବିମାନ ସେବା ଯୋଗାଇବା ସମ୍ଭବପର ହୋଇପାରିଲା । ଏହି ଅବସରରେ ଆଇସିସି ଓଡ଼ିଶା କାଉନ୍‌ସିଲ୍ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ଆବାହକ ଜଗଦାନନ୍ଦ ରାଜ୍ୟରେ ଦେଖାଯାଉଥିବା ୫ଟି ମୁଖ୍ୟ ସମସ୍ୟା ଉପରେ ଗୁରୁତ୍ୱଆରୋପ କରିଥିଲେ । ଯେପରିକି ଜଳବାୟୁ ପରିବର୍ତ୍ତନ । ସେହିପରି ଡ଼ିସ୍‌ଟ୍ରେସ୍ ମାଇଗ୍ରେସନ୍‌, ଫୁଡ଼୍ ଏବଂ ନିୟୁଟ୍ରିସନ୍‌, ଡ଼େମୋଗ୍ରାଫିକ୍ ଟ୍ରାଞ୍ଜିସନ୍ ଭଳି ଏବଂ ହ୍ୟୁମାନ୍ ଡ଼େଭଲପ୍‌ମେଣ୍ଟ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ଉପରେ ଗୁରୁତ୍ୱଆରୋପ କରିଥିଲେ । ଏଥିପାଇଁ ସିଏସ୍‌ଆର ଭଳି ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ସରକାର, କମ୍ପାନୀ ଏବଂ ସିଭିଲ୍ ସୋସାଇଟିର ମିଳିତ ସହଭାଗୀତା ରାଜ୍ୟରେ ବିକାଶର ରଥ ଆଗକୁ ଗଡ଼ିବା ସହ ସିଏସ୍‌ଆର୍ ଭଳି ମହତ ଉଦ୍ଦେଶ୍ୟର ସଫଳ ରୂପାୟନ ହୋଇପାରିବ । ତେବେ ଏହି ତିନୋଟି ସଂଗଠନ ଆଗକୁ ଆସି ଏକ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ସେହିପରି ଆରସେଲର ମିତ୍ତଲ ନିପ୍ପନ୍ ଷ୍ଟିଲ୍‌ର ଲିଃର କାର୍ଯ୍ୟ ନେଇ ନିର୍ଦ୍ଦେଶକ ସୁରେଶ ଜି. କହିଛନ୍ତି ସିଏସ୍‌ଆର ଠିକ୍ ଦିଗରେ ପରିଚାଳନା ପାଇଁ ନୂତନ ଚିନ୍ତାଧାରର ଏବଂ ଉନ୍ନତ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ଆଇସିସିର ଓଡ଼ିଶା ଷ୍ଟେଟ୍ କାଉନ୍‌ସିଲ୍‌ର ଚେୟାରମ୍ୟାନ୍ ଜେ.ବି ପାଣି ସ୍ୱାଗତ ଭାଷଣ ପ୍ରଦାନ କରି ସିଏସ୍‌ଆର ଏକ ସକରାତ୍ମକ ପରିବର୍ତ୍ତନର ମୁଖ୍ୟ ବାହକ ହେବ ବୋଲି କହିଥିଲେ । ଆଇସିସି ଷ୍ଟେଟ୍ କାଉନ୍‌ସିଲ୍ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ସହ ଆବାହକ ଅମ୍ବିକା ପ୍ରସାଦ ନନ୍ଦ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଆଇସିସି ଓଡ଼ିଶା ପରିଷଦ ସିଏସ୍‌ଆର୍ ଏବଂ ସ୍ଥିରତା କମିଟିର ପ୍ରମୁଖ ଉପଦେଷ୍ଟା ପ୍ରଶାନ୍ତ ହୋତା ଓ ଆଞ୍ଚଳିକ ମୁଖ୍ୟ ଜେ ପି ପାଲ୍ ଉପସ୍ଥିତ ଥିଲେ । କମ୍ପାନୀମାନଙ୍କ ଦ୍ୱାରା ଦିଆଯାଉଥିବା ସିଏସ୍‌ଆରର ପ୍ରଭାବ କ’ଣ ପଡ଼ୁଛି । ସିଏସ୍‌ଆର୍ କାର୍ଯ୍ୟକ୍ରମରେ ନିୟୋଜିତ ଥିବା ଲୋକେ କ’ଣ ଶିକ୍ଷା ଗ୍ରହଣ କରିଛନ୍ତି ଏହା ପ୍ରଚାର ପ୍ରସାର କିପରି ହୋଇପାରିବ । ସିଏସ୍‌ଆର୍ ଏବଂ ଅଣ ସିଏସ୍‌ଆର୍ ଏହା ବିଭିନ୍ନ କ୍ଷେତ୍ରରେ କିପରି ଦୂରୁପଯୋଗ କରାଯାଉଛି ସେ ନେଇ ଆଲୋଚନା ହାଇଥିଲା । ଏହି ସମ୍ମିଳନୀର ଦ୍ୱିତୀୟ ଅଧିବେଶନରେ ବକ୍ତା ଭାବେ ସଂଗ୍ରାମଜିତ୍ ନାୟକ (ଆଇଏଏସ୍‌, ମିସନ୍ ନିର୍ଦ୍ଦେଶକ ଜାଗାମିଶନ), ଜ୍ଞାନ ରଞ୍ଜନ ଦାସ (ଆଇଏଏସ୍‌), ଭୁପେନ୍ଦ୍ର ସିଂହ ପୁନିଆ (ଆଇଏଏସ୍‌) ଓ ବିଭିନ୍ନ ଶିଳ୍ପର ପ୍ରମୁଖ ଯଥା-ଡ଼ଃ ବିକାଶଚନ୍ଦ୍ର ୟାଦଭେନ୍ଦୁ (ଗ୍ରୁପ୍ ହେଡ଼୍‌, ସିଏସ୍‌ଆର୍‌, ଏଏନ୍‌ଏମ୍‌ଏସ୍‌), ଡ଼ଃ ଭକ୍ତବନ୍ଧୁ ଦାସ (ମ୍ୟାନଜର୍ ସିଏସ୍‌ଆର୍‌, ଜେଏସ୍‌ପିଏଲ୍‌) ଶ୍ରୀ ଉଲ୍ଲାସଚନ୍ଦ୍ର ବେହୁରା (ପିଆର୍ କମ୍ୟୁନିକେସନ୍ ହେଡ଼୍‌, ରୁଚି ଫୁଡ଼୍ ଲାଇନ୍‌), ଶ୍ରୀ ପ୍ରକାଶଚନ୍ଦ୍ର ବିଶ୍ୱାଳ (ହେଡ଼୍ ସିଏସ୍‌ଆର୍‌, ଜେଏସ୍‌ଡ଼ବ୍ଲ୍ୟୁ ଗ୍ରୁପ୍‌), ଦିଲ୍ଲିପ୍‌ଚନ୍ଦ୍ର କର (ସିନିୟର୍ ପୋଗ୍ରାମ ଲିଡ଼ର୍‌, ଜେଏମ୍‌ଆର୍ କମାଳଙ୍ଗା ଏନର୍ଜି), ଶ୍ରୀ ପ୍ରଦୀପ ପାଣିଗ୍ରାହୀ (ସିଇଓ, ଜି ଅନ୍ ଏନାର୍ଜି), ଶ୍ରୀ ସୌମ୍ୟଶ୍ରୀ ଓମ୍ ପ୍ରକାଶ ସାହୁ (ଚିପ୍ ମ୍ୟାନେଜର୍ ସିଏସ୍‌ଆର୍‌, ପିପିଏଏଲ୍ ଡ଼ିମିଟେଡ଼୍‌), ଶ୍ରୀ ଆଲେନ୍ ଜୋସେଫ୍ (ୟୁନିଟ୍ ହେଡ଼୍‌, ଟାଟା ଷ୍ଟିଲ୍ ଫାଉଣ୍ଡସେନ୍ କଳିଙ୍ଗନଗର), ଶ୍ରୀ ଦେବରଞ୍ଜନ ମୁଖାର୍ଜୀ (ୟୁନିଟ୍ ହେଡ଼୍‌, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌), ଶ୍ରୀ ପ୍ରଫୁଲ୍ଲ ଧଳ (ଷ୍ଟେଟ୍ ହେଡ଼୍‌, ସିଏସ୍‌ଆର୍ ସସ୍‌ଷ୍ଟେନେବିଲିଟି, ଜେକେ ପେପର ମିଲ୍‌ସ୍ ଲିମିଟେଡ଼୍‌) ପ୍ରମୁଖ ଯୋଗଦାନ କରି ଶିଳ୍ପର ବିକାଶ ତଥା ଭବିଷ୍ୟତ ଉପରେ ବିସ୍ତୃତ ଆଲୋଚନା କରିଥିଲେ ।

Leave A Comment

All fields marked with an asterisk (*) are required