Search for:
  • Home/
  • ବିଜେପି/
  • ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି

ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି : ଡ. ଯତୀନ ମହାନ୍ତି

Spread the love

Loading

ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତିଙ୍କ ଟୁଇଟ୍‌

ବିଜେଡି ନେତାଙ୍କ ବକ୍ତବ୍ୟ ପାଗଳର ପ୍ରଳାପ ପରି
: ଡ. ଯତୀନ ମହାନ୍ତି

 ବିଜେଡି ସରକାର ବିଜ୍ଞାପନରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛି, ତାହାର ତଥ୍ୟ କେବେ ସାର୍ବଜନୀନ ହେବ
 ବିଜେଡି ଦଳର ନେତାମାନେ ଯେଉଁ କାର୍ଯ୍ୟ କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏକ ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ
 ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେଡିର ନେତାଙ୍କୁ ସଦବୁଦ୍ଧି ଦିଅନ୍ତୁ

ଭୁବନେଶ୍ୱର,ତା.୨୭/୦୮: ଘର କଳି ହାଟରେ ପଡି ଦାଣ୍ଡରେ ଗଡିବା ପରେ ଆପଣଙ୍କୁ ବହୁତ ଚିନ୍ତା ଲାଗିବା ସ୍ୱାଭାବିକ । ନିଜ ଦଳର ଗୁମାସ୍ତାଙ୍କୁ ଖୁସି କରିବା ପାଇଁ ବିଜୁ ଜନତା ଦଳର ନେତା ଶ୍ରୀ ଅନୁଭବ ପଟ୍ଟନାୟକ କେବଳ ପାଗଳର ପ୍ରଳାପ କରୁଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି ଟୁଇଟ୍ କରି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶାରେ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ୨ଲକ୍ଷ ୪ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଯେଉଁ ପୁଞ୍ଜିନିବେଶ ହେଉଛି ଓ ବିଜ୍ଞାପନ ବାବଦରେ କେତେ ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ । କିନ୍ତୁ ବିଜୁ ଜନତା ଦଳ ସରକାର ଯେଉଁ ହଜାର ହଜାର କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରୁଛି ତାହାର ତଥ୍ୟ କେବେ ସାର୍ବଜନୀନ ହେବ ।
ବିଜେଡି ଗୁମାସ୍ତାଙ୍କର ଯେଉଁଭଳି ଭାବେ ଅନ୍ଧାରି ବିଜେ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଉଛି ଏକଥା କହି ସୌମ୍ୟ ବାବୁ କ’ଣ ଭୁଲ କହିଲେ? ସତ କଥା କହିଲେ ଆପଣଙ୍କୁ ଓ ଆପଣଙ୍କ ଦଳକୁ ବହୁତ ବାଧୁଛି । ଗୁମାସ୍ତାଙ୍କ ଗସ୍ତରେ କେତେ ଖର୍ଚ୍ଚ ହେଉଛି, ତାହା ଥରେ ନିଜକୁ ପଚାରନ୍ତୁ ଏବଂ ତାହାର ତଥ୍ୟ ସାର୍ବଜନୀନ କରନ୍ତୁ ବୋଲି ଡ.ମହାନ୍ତି କହିଛନ୍ତି ।
‘ଗୋଦରା କୋଡେ ଯେତେ, ମାଡେ ସେତେ’ । ଆମକୁ ଲାଗୁଛି ଆପଣଙ୍କର କାର୍ଯ୍ୟ “ଚାଲୁଣି କହୁଛି ଛୁଂଚିକୁ ତୋ ପଛରେ କେତେଟା ଶିଙ୍ଗ” ଭଳି । ମୁଁ ଆଶା କରୁଛି, ଆପଣ ଯଥାଶୀଘ୍ର ଏହାର ଉତର ଦେବେ । ମନ୍ତ୍ରୀ ଓ ବିଧାୟକଙ୍କ ସହିତ ଆପଣଙ୍କ ଭଳି ନେତାମାନେ ମଂଚ ବାନ୍ଧିବା, ଚେୟାର ପକାଇବା ଓ ଲୋକ ଯୋଗାଡ କରିବା ଭଳି କାର୍ଯ୍ୟରେ ଲାଗିଛନ୍ତି । ବିଜେଡି ଦଳର ନେତାମାନେ ଏବେ ଯେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ଓଡ଼ିଶାର ରାଜନୈତିକ ଇତିହାସରେ ଏହା ଲଜ୍ଜାଜନକ ଘଟଣା ଭାବରେ ଲିପିବଦ୍ଧ ହୋଇ ରହିବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଜେଡି ନେତାଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।

Leave A Comment

All fields marked with an asterisk (*) are required