Search for:
  • Home/
  • ରାଜ୍ୟ/
  • ୱାର୍ଡ -୩୬ ସ୍ଥିତ ୟୁନିଟ ୪ ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ

ୱାର୍ଡ -୩୬ ସ୍ଥିତ ୟୁନିଟ ୪ ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ

Spread the love

Loading

ଅମରେଶଙ୍କ ଘର ଘର ଶଙ୍ଖ ଓ ଜନ ସମ୍ପର୍କ କାର୍ଯ୍ୟକ୍ରମ

 

ଭୁବନେଶ୍ୱର:ଆଜି ଅପରାହ୍ନ ୫:୩୦ ଘଟିକା ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ଅମରେଶ ଜେନାଙ୍କ ନେତୃତ୍ବରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ -୩୬ ୟୁନିଟ -୪ ସ୍ଥିତ ହୋଟେଲ ଅମ୍ୱର ନିକଟରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ସ୍ଥିତ ୱାର୍ଡ -୩୬ ସ୍ଥିତ ୟୁନିଟ ୪  ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅମରେଶ ଜେନା ଓରଫ ବାଇଆଁ ଆଜି ତୃତୀୟ  ପର୍ଯ୍ୟାୟରେ ଘରେ ଘରେ ଶଙ୍ଖ ଓ ଜନ ସମ୍ପର୍କ ଯାତ୍ରା କରିଛନ୍ତି ।  ୱାର୍ଡର ୟୁନିଟ-୪ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ଶତାଧିକ ମହିଳାଙ୍କ ସହ ଶହଶହ କର୍ମୀ ସାମିଲ ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଲାଗି ସେ ଲୋକଙ୍କ ନିବେଦନ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଓ ଶଙ୍ଖ ଚିହ୍ନ ଥିବା ପୋଷ୍ଟର ପ୍ରତି ଘରେ ଲଗାଇଥିଲେ । ଏଥିସହିତ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ । ଆଗାମୀ ଦିନରେ ଏହି ଅଭିଯାନ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ୧୯ଟି ଯାକ ୱାର୍ଡରେ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି ।

ଉଲ୍ଲେଖଥାଉ କି, ହୋଲି ପୂର୍ବରୁ ୪୨ ନମ୍ବର ୱାର୍ଡରୁ ଅମରେଶ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଅଭିଯାନ ମଧ୍ୟ ନିର୍ବାଚନ ମଣ୍ଡଳୀର ୧୯ଟି ୱାର୍ଡରେ କରାଯିବା ସହ ପ୍ରତି ଘରେ ଶଙ୍ଖ ବାଜିବ ବୋଲି ଶ୍ରୀ ଜେନା କହିଛନ୍ତି ।

Leave A Comment

All fields marked with an asterisk (*) are required