Search for:
  • Home/
  • ରାଜ୍ୟ/
  • ମନ୍ମଥ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ବିଜେଡି ରେ ମିଶିଲେ।

ମନ୍ମଥ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ ବିଜେଡି ରେ ମିଶିଲେ।

Spread the love

Loading

ଭୁବନେଶ୍ୱର: ବିଜେଡିରେ ସୁରଙ୍କ ପୁଅ ମନ୍ମଥ
ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହେବେ!
ସବୁ କଳ୍ପନାଜଳ୍ପନାର ଅବସାନ ଘଟାଇ ଆଜି ବିଜେଡିରେ ଯୋଗଦେଇଛନ୍ତି କ୍ୟାପଟେନ୍ ମନ୍ମଥ ରାଉତରାୟ । ମନ୍ମଥ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନପୁଅ । ମାସେ ତଳେ ପାଇଲଟ୍ ଚାକିରି ଛାଡ଼ି ବିଧିବଦ୍ଧ ଭାବେ ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ମାତ୍ର କେଉଁ ଦଳରେ ଯୋଗଦେବେ ଜଣାଇ ନ ଥିଲେ । ପୁଅ ଜଟଣୀରୁ କଂଗ୍ରେସ ଟିକେଟରେ ଲଢ଼ୁ ବୋଲି ବାପାଙ୍କର କୁଆଡ଼େ ଇଚ୍ଛା ଥିଲା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜେଡି ପ୍ରତି ଆକୃଷ୍ଟ ହୋଇ ସେ ବିଜେଡିକୁ ଆସିଛନ୍ତି । ବାପାଙ୍କ ଅନୁମତି ଏବଂ ଆଶୀର୍ବାଦ ନେଇ ସେ ଆଜି ବିଜେଡିରେ ଯୋଗଦେଇଥିବା ମନ୍ମଥ କହିଛନ୍ତି ।
ବିଜେଡି ଅଫିସରେ ଏଥିପାଇଁ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ଶହ ଶହ ସମର୍ଥକଙ୍କ ସହ ଏକ ବିରୋଟ ପଟୁଆରରେ ମନ୍ମଥ ଆସିଥିଲେ । ରାଜ୍ୟସଭା ସାଂସଦ ସର୍ବଶ୍ରୀ ମାନସ ମଙ୍ଗରାଜ, ଡ. ସସ୍ମିତ୍ ପାତ୍ର, ସୁଲତା ଦେଓଙ୍କ ପ୍ରମୁଖଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଥିଲେ । ମନ୍ମଥ ଏବଂ ସମର୍ଥକମାନଙ୍କୁ ଶ୍ରୀ ମଙ୍ଗରାଜ ଏବଂ ଡ. ପାତ୍ର ଉପଢ଼ୈାକନ ଦେଇ ଦଳକୁ ସ୍ୱାଗତ କରିଥିଲେ ।
ବିଜେଡିରେ ମିଶିବା ଅବସରରେ ମନ୍ମଥ ଭାବବିହ୍ୱଳ ହୋଇଯାଇଥିଲେ । କହିଥିଲେ, ମୁଁ ବାପାଙ୍କ ଆଶୀର୍ବାଦ ନେଇ ଏଠାକୁ ଆସିଛି । ଲୋକଙ୍କ ପାଇଁ କାମ କରିବାକୁ ପାଇଲଟ୍ ଚାକିରି ଛାଡ଼ି ରାଜନୀତିକୁ ଆସିଛି । ଏଥିପାଇଁ ବିଜୁ ବାବୁ ଏବଂ ନବୀନ ବାବୁ ମୋ ପ୍ରେରଣା ବୋଲି ସେ କହିଛନ୍ତି । ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କର ଉତ୍ସର୍ଗୀକୃତ ମନୋଭାବ ଏବଂ କଥା କମ୍, କାମ ବେଶୀ ମନ୍ତ୍ର ମୋତେ ଅଧିକ ଉଦବେଳିତ କରିଛି । ତେଣୁ ବିଜେଡିରେ ମୋ ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେ କହିଛନ୍ତି । ଦଳରେ ସୁଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କ ସମେତ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ସେ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।
ବିଜେଡିରେ ମନ୍ମଥଙ୍କ ଯୋଗଦାନ ପରେ ସେ କେଉଁଠୁ ଲଢ଼ିବେ ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ଭୁବନେଶ୍ୱର ଲୋକସଭା ଆସନରୁ ସେ ଲଢ଼ିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏହାହେଲେ ବିଜେପିର ଅପରାଜିତା ଷଡ଼ଙ୍ଗୀଙ୍କୁ ସେ କଡ଼ା ଟକ୍କର ଦେଇପାରିବେ । ଆଉ ଏକ ମହଲର ଅନୁମାନ କହୁଛି, ସେ ଜଟଣୀରୁ ବିଧାୟକ ପ୍ରାର୍ଥୀ ହେବେ । ବିଭୂତି ବଳବନ୍ତରାୟ ଲୋକପ୍ରିୟତା ହରାଇଥିବାରୁ ମନ୍ମଥଙ୍କୁ ଟିକେଟ ଦେଇ ବିଜେଡି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାର ଯୋଜନା ରଖିଥାଇପାରେ ବୋଲି କୁହାଯାଉଛି ।

Leave A Comment

All fields marked with an asterisk (*) are required