Search for:
  • Home/
  • ରାଜ୍ୟ/
  • ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟ ନିମନ୍ତେ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା

ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟ ନିମନ୍ତେ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା

Spread the love

Loading

ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟ ନିମନ୍ତେ ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା

ଭୁବନେଶ୍ୱର ୨୩/୦୫/୨୦୨୪ ଖୋରଧା ଜିଲ୍ଲାରେ ଆସନ୍ତା ୨୫ ତାରିଖରେ ମତଦାନ ହେବ । ଏଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଭୁବନେଶ୍ୱରସ୍ଥିତ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରୁ ଇଭିଏମ୍‌ଗୁଡ଼ିକ ନେଇ ପୁଲିଂ ପାର୍ଟି ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି । ଆଜି ଦୁଇଟି ନିର୍ବାଚନ ମଣ୍ଡଳୀ ଜୟଦେବ ଓ ଜଟଣୀ ନିର୍ବାଚନ ମଣ୍ଡଳୀର ବୁଥ୍‌ଗୁଡ଼ିକୁ ପୋଲିଂ ପାର୍ଟିମାନେ ଯାତ୍ରା କରିଛନ୍ତି । ଜୟଦେବ ନିର୍ବାଚନ ମଣ୍ଡଳୀର ୨୩୬ଟି ବୁଥ୍‌ ମଧ୍ୟରୁ ଆଜି ୧୬୪ଟି ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିମାନେ ଗସ୍ତ କରିଛନ୍ତି । ଆସନ୍ତାକାଲି ଆଉ ବଳକା ୭୨ଟି ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିମାନେ ଯାତ୍ରା କରିବେ । ଏହି ୭୨ଟି ବୁଥ୍‌ ମଧ୍ୟରେ ୪୯ଟି ସଖି ବୁଥ୍‌, ଗୋଟିଏ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ବୁଥ୍‌ ଏବଂ ୨୨ଟି ଅନ୍ୟାନ୍ୟ ବୁଥ୍‌
ରହିଛି । ଏଥି ମଧ୍ୟରେ ୨୬ଟି ଅତି ସମ୍ବେଦନଶୀଳ ଏବଂ ୪ଟି ସମ୍ବେଦନଶୀଳ ବୁଥ୍‌ ରହିଛି । ୧୪୨ଟି ବୁଥ୍‌ରେ ୱେବ୍‌କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଏହି ନିର୍ବାଚନ ମଣ୍ଡଳୀରେ ୧,୮୩,୧୬୯ ଜଣ ମତଦାତା ରହିଛନ୍ତି । ଏମାନଙ୍କ ମଧ୍ୟରେ ୯୪,୩୩୮ ଜଣ ପୁରୁଷ, ୮୮,୮୧୧ ଜଣ ମହିଳା ଏବଂ ୨୦ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏଥି ମଧ୍ୟରେ ୧୮-୧୯ ବର୍ଷ ବୟସ ମଧ୍ୟରେ ୪୯୨୦ ଜଣ ମତଦାତା ଥିବାବେଳେ ସେମାନଙ୍କ ମଧ୍ୟରୁ ୨୫୨୬ ଜଣ ପୁଅ, ୨୩୯୩ ଜଣ ଝିଅ ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ଏଥି ମଧ୍ୟରେ ୪୧୭୨ ଜଣ ଭିନ୍ନକ୍ଷମ ଭୋଟର ରହିଛନ୍ତି ।

ସେହିଭଳି ଜଟଣୀ ନିର୍ବାଚନ ମଣ୍ଡଳୀର ୨୫୪ଟି ବୁଥ୍‌ ମଧ୍ୟରୁ ୧୭୮ଟି ବୁଥ୍‌ ଅଭିମୁଖେ ଆଜି ପୋଲିଂ ପାର୍ଟିମାନେ ଯାତ୍ରା କରିଛନ୍ତି । ଆସନ୍ତାକାଲି ଅବଶିଷ୍ଟ ୭୬ଟି ବୁଥ୍‌ ଅଭିମୁଖେ ପୋଲିଂ ପାର୍ଟିମାନେ ଆସନ୍ତାକାଲି ଯାତ୍ରା କରିବେ । ସେଥି ମଧ୍ୟରେ ୪୭ଟି ସଖି ବୁଥ୍‌, ଗୋଟିଏ ଭିନ୍ନକ୍ଷମ ଏବଂ ୨୮ଟି ଅନ୍ୟାନ୍ୟ ବୁଥ୍‌ ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ୪୨ଟି ସମ୍ବେଦନଶୀଳ ଏବଂ ଦୁଇଟି ଅତି ସମ୍ବେଦନଶୀଳ ବୁଥ୍‌ ରହିଛି । ୧୫୩ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ । ଏହି ନିର୍ବାଚନ ମଣ୍ଡଳୀରେ ୨,୪୬,୮୦୪ ଜଣ ଭୋଟର ଥିବାବେଳେ ଏମାନଙ୍କ ମଧ୍ୟରେ ୧,୨୫,୦୭୯ ଜଣ ପୁରୁଷ, ୧,୨୧,୬୮୬ ମହିଳା, ୩୯ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୮-୧୯ ବର୍ଷ ବୟସ ମଧ୍ୟରେ ୫୫୫୫ ଜଣ ମତଦାତା ରହିଥିବାବେଳେ ୨୮୬୩ ଜଣ ପୁଅ, ୨୬୯୧ ଝିଅ ଏବଂ ଜଣେ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୧୯୫ ଜଣ ଭିନ୍ନକ୍ଷମ ଭୋଟର ଅଛନ୍ତି । ଆସନ୍ତାକାଲି ଭୁବନେଶ୍ୱର (ମଧ୍ୟ), ଭୁବନେଶ୍ୱର (ଉତ୍ତର), ଏକାମ୍ର ନିର୍ବାଚନ ମଣ୍ଡଳୀରେ ମତଦାନ କାର୍ଯ୍ୟ ସମାପନ ନିମନ୍ତେ ପୋଲିଂ ପାର୍ଟିମାନେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯାତ୍ରା କରିବେ । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।

Leave A Comment

All fields marked with an asterisk (*) are required