Search for:
  • Home/
  • ରାଜ୍ୟ/
  • ବର୍ଷାରେ ଭିଜି ଜନତାଙ୍କ ନିକଟରେ ପହଞ୍ଚିଲେ ଜଗନ୍ନାଥ

ବର୍ଷାରେ ଭିଜି ଜନତାଙ୍କ ନିକଟରେ ପହଞ୍ଚିଲେ ଜଗନ୍ନାଥ

Spread the love

Loading

*ବର୍ଷାରେ ଭିଜି ଜନତାଙ୍କ ନିକଟରେ ପହଞ୍ଚିଲେ ଜଗନ୍ନାଥ*

*ବର୍ଷା ଓ ବିଜୁଳି ଖାତିର ନକରି ଜନାଦୃତ ନେତୃତ୍ବର ପରିଚୟ ଦେଲେ ଜଗନ୍ନାଥ*

ଭୁବନେଶ୍ବର,୦.୦୫.. ପ୍ରବଳ ଗୁଳୁଗୁଳିରୁ ରାଜଧାନୀବାସୀ ସାମାନ୍ୟ ଆସ୍ବସ୍ତି ପାଇଛନ୍ତି ା କିନ୍ତୁ ଜନତାଙ୍କ ସେବା ପାଇଁ ନିଜକୁ ସମର୍ପିତ କରିଥିବା ନେତାଙ୍କ ପାଇଁ ଖରା,ବର୍ଷା ଓ ଶୀତ ସବୁ ଏକଋତୁ ବୋଲି ଆଜି ପ୍ରମାଣିତ କରିଛନ୍ତି ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ାଆଜି ସଂନ୍ଧ୍ୟାରେ ଓ୍ବାର୍ଡ ନଂ ୪୦ରେ ପଦଯାତ୍ରା ରାଜଧାନୀବାସୀଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ନେବା ସହ ଜନତାଙ୍କ ପାଇଁ ବିଶାଳ ହୃଦୟ ରଖିଥିବା ଏକ ଜନପ୍ରିୟ ନେତାର ପରିଚୟ ଦେଇଛନ୍ତି ା

ସଂନ୍ଧ୍ୟାରେ ଶୋଭାଯାତ୍ରା ଚାଲିଥିବା ସମୟରେ ହଠାତ୍ ଆକାଶ ମେଘାଛନ୍ନ ହେବା ସହ ଆକାଶରେ ଘନ କଳାବାଦଲ ଓ ବିଜୁଳି ଘଡଘଡିରେ ସାରା ରାଜଧାନୀ ପ୍ରକମ୍ପିତ ହୋଇଥିଲା ା ହେଲେ ଜଗନ୍ନାଥ ଏ ସବୁକୁ
ଭୃକ୍ଷେପ ନକରି ବର୍ଷା ଘଡଘଡିକୁ ନଡରି ପାଦରେ ଚାଲିଚାଲି ଜନତାଙ୍କ ନିକଟରେ ପହଞ୍ଚି ଥିଲେ ଜଗନ୍ନାଥ ା ମନରେ ଅଦ୍ୟମ ସାହସ ଓ ସେବା ପରାୟଣକ ଅନନ୍ୟ ନିଦର୍ଶନ ଦେଖାଇ ଏକ ଜନାଦୃତ ନେତାର ଜ୍ବଳନ୍ତ ପ୍ରମାଣ ଦେଇଛନ୍ତି ଜଗନ୍ନାଥ ା ଜଗନ୍ନାଥ ବର୍ଷାରେ ଭିଜିଭିଜି ଲୋକଙ୍କୁ ଭେଟି ମୋଦି ସରକାରଙ୍କ ଗରିବ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚିତ କରିବାସହ ଚଳିତ ନିର୍ବାଚନରେ ବିଜେପିକୁ ଭୋଟ ଦେଇ ଉଭୟଲକେନ୍ଦ୍ର ଓ ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ କରିବାକୁ ନିବେଦନ କରିଥିଲେ ୀ

Leave A Comment

All fields marked with an asterisk (*) are required