Search for:
  • Home/
  • ରାଜ୍ୟ/
  • ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ରେ ମାନି ପଣ୍ଡା ଙ୍କୁ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ।

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ରେ ମାନି ପଣ୍ଡା ଙ୍କୁ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ।

Spread the love

Loading

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସ୍ମୃତି ସଭା ଏବଂ ଆଦର୍ଶ ସମ୍ମାନ ପ୍ରଦାନ।

ଭୁବନେଶ୍ୱର:୦୨/୦୬,  ରାଜ୍ୟର ଅଗ୍ରଣୀ ସମାଜସେବୀ ଅନୁଷ୍ଠାନ ଶାନ୍ତି ଫାଉଣ୍ଡେସନ ତରଫରୁ ସହୀଦ ନଗର ଦୁର୍ଗାପୂଜା ମଣ୍ଡପରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଜୟ ଓଡ଼ିଶା ର ଅଧ୍ୟକ୍ଷ ରୁଦ୍ର ସାମନ୍ତରାୟ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଭଣ୍ଡାରୀପୋଖରୀ ର ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ଗୋପବନ୍ଧୁଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶାନ୍ତି ଫାଉଣ୍ଡେସନ ତରଫରୁ ସମ୍ପାଦକ ସଞ୍ଜୟ ପରିଡା ସଭା ସଞ୍ଚାଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ଼ଃ ପ୍ରଶାନ୍ତ କୁମାର ଦାସ,ସମାଜ ସେବୀ ମାନି ପଣ୍ଡା. ସସ୍ମିତା ପାହାଡ ସିଂ, ରାଜଲକ୍ଷ୍ମୀ ମହାପାତ୍ର ଙ୍କ ସହ ମୁଖ୍ୟ ବକ୍ତା ଭାବେ କବି ତଥା ସମାଜସେବୀ ଶାରଦା ପ୍ରସାଦ ମହାପାତ୍ର ଯୋଗଦେଇ ଗୋପବନ୍ଧୁଙ୍କ ଉଦାରତା, ଜାତୀୟତା ବୋଧ ଏବଂ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ବୋଲି ବକ୍ତବ୍ୟରେ ଅଭିହିତ କରିଛନ୍ତି। ଇତ୍ୟବସରରେ ସମାଜସେବା କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

Leave A Comment

All fields marked with an asterisk (*) are required