ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ଥ।
ନୀଚ ଜାତିରୁ ବିବାହ କରିବାରୁ ପରିବାର କୁ ସାମାଜିକ ବାସନ୍ଦ। ରୋଷେଇ ଘର ଭାଙ୍ଗିବା ସହ ଭାଙ୍ଗିଲେ ଆସବା ପତ୍ର ।
ନ୍ୟାୟ ପାଇଁ ଥାନାରେ ଦ୍ଵାରସ୍ଥ।
ବାଲେଶ୍ୱର(ଉତ୍ତର),୧୩/୧ନୀଚ ଜାତିରୁ ପ୍ରେମ ବିବାହା କରିବାରୁ ଯୁବକ ଙ୍କ ପରିବାର ସଦସ୍ୟଙ୍କୁ ଜ୍ଞାତି କୁଟୁମ୍ବ ମାନେ ଏକ ବର୍ଷ ଧରି ସାମାଜିକ ବାସନ୍ଦ କରିଛନ୍ତି।କେବଳ ଏତିକି ନୁହେଁ ପ୍ରତିଶୋଧ ପରାୟଣ ହୋଇ କରି ସମ୍ପୃକ୍ତ ଯୁବକଙ୍କ ରୋଷେଇ ଘରକୁ ଭାଙ୍ଗିବା ସହିତ ଘରର ଆସବା ପତ୍ରକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅନ୍ତର୍ଗତ ଗବଗାଁ ଗ୍ରାମରେ।ଉପାୟ ନପାଇ ଯୁବକଙ୍କ ପରିବାର ପକ୍ଷରୁ ନ୍ୟାୟ ପାଇଁ ଥାନାର ଆଶ୍ରୟ ନେଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ କମର୍ଦ୍ଦା ଥାନା ଗବଗାଁ ଗ୍ରାମର ସନ୍ୟାସୀ ଦଣ୍ଡପାଟ ଙ୍କ ପୁଅ ଜଳଧର ଦଣ୍ଡପାଟ ଏକ ବର୍ଷ ପୂର୍ବେ କଲେଜରେ ପାଠ ପଢୁଥିବା ବେଳେ ଜନୈକା ଦଳିତ ଜାତିର ଝିଅକୁ ଭଲ ପାଇ ବିବାହ କରିଥିଲେ। ମାତ୍ର ଝିଅ ଜଣକ ଦଳିତ ଜାତି ହୋଇ ଥିବାରୁ ଜଳଧର ତାଙ୍କୁ ଘରକୁ ନ ନେଇ ଏକ ବର୍ଷ ଧରି ହାଇଦ୍ରାବାଦ ରେ ରହି ଆସୁଛନ୍ତି। ଅନ୍ୟପକ୍ଷରେ ଅନ୍ୟ ଜାତିରୁ ବିବାହ କରିଥିବାରୁ ଜଳଧର ଙ୍କ ସଂପର୍କୟ ଜ୍ଞାତି କୁଟୁମ୍ବ ମାନେ ତାଙ୍କ ପରିବାରକୁ ନିଆଁ ପାଣି ବନ୍ଦ କରିବା ସହିତ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇଆସୁଥିଲେ। ଗ୍ରାମରେ ଏ ନେଇ ବାରମ୍ବାର ବୈଠକ ହେବା ପରେବି ଜଳଧର ଙ୍କ ବାପା ସନ୍ୟାସୀ ବଡ଼ ଭାଇ,ତଥା ମା ଓ ପିଲାମାନଙ୍କୁ ସାମାଜିକ ବାସନ୍ଦ କରିଥିବା ସନ୍ୟାସୀ ଅଭିଯୋଗ କରିଛନ୍ତି । ଧୀରେ ଧୀରେ ଏହି ବାସନ୍ଦ ଏତେ ଉଗ୍ରରୂପ ନେଲା ଯେ ସାହି ବାସୀ ମାନେ ସନ୍ୟାସୀ ଏବଂ ତାଙ୍କ ଭାଇଙ୍କ ରୋଷେଇ ଘରକୁ ଭାଙ୍ଗିବା ସହିତ ସମସ୍ତ ଆସବା ପତ୍ର ଭାଙ୍ଗି ଦେଇଥିଲେ ଏବଂ ମାଡ ମରିଥିଲେ। ତେଣୁ ଏଭଳି ଅ ମାନବୀୟ ଘଟଣା ରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କମର୍ଦ୍ଦା ଥାନା ରେ ସନ୍ୟାସୀ ଏବଂ ତାଙ୍କ ପରିବାର ପହଞ୍ଚି ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ଦାବି କରିଥିବା ସୂଚନା ମିଳିଛି।