Search for:
  • Home/
  • ରାଜ୍ୟ/
  • ଓଡିଶାରେ ହେବ ବିଜେପିର ସରକାର; ଶପଥ ଗ୍ରହଣ ସମାରୋହରେ ମୁଁ ଆସିବି: ହିମନ୍ତ ବିଶ୍ୱଶର୍ମା

ଓଡିଶାରେ ହେବ ବିଜେପିର ସରକାର; ଶପଥ ଗ୍ରହଣ ସମାରୋହରେ ମୁଁ ଆସିବି: ହିମନ୍ତ ବିଶ୍ୱଶର୍ମା

Spread the love

Loading

ରାଜ୍ୟ କାର୍ଯ୍ୟାଳୟରେ ଆସାମ ମୁଖ୍ୟମନ୍ତ୍ରୀ

ଓଡିଶାରେ ହେବ ବିଜେପିର ସରକାର;
ଶପଥ ଗ୍ରହଣ ସମାରୋହରେ ମୁଁ ଆସିବି: ହିମନ୍ତ ବିଶ୍ୱଶର୍ମା

 ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ କଲେ ସ୍ୱାଗତ

ଭୁବନେଶ୍ୱର, ତା.୧୪/୦୧: ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର, ଏଥିଲାଗି ଦର୍ଶନ କରିବାକୁ ଆସିଥିଲି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ଦିନଠାରୁ ଓଡିଶା ପାଇଁ ବିଭିନ୍ନ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି । ଏଥିଲାଗି ଓଡ଼ିଶାର ଲୋକେ ଭାରତୀୟ ଜନତା ପାର୍ଟିକୁ ସେବା କରିବାର ସୁଯୋଗ ଦେବେ । ଏହି ସୁଯୋଗର ଆଶୀର୍ବାଦ ଜଗତରନାଥ ଜଗନ୍ନାଥ ହିଁ କରିବେ । ବିଜୁ ଜନତା ଦଳ କେବଳ ଓଡ଼ିଶାରେ ଏକ ମାହୋଲ ତିଆରି କରିଛି । କିନ୍ତୁ ପ୍ରକୃତରେ ଲୋକେ ବିଜେପିକୁ ପସନ୍ଦ କରୁଛନ୍ତି । ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା । ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା । ଦେଖୁ ଦେଖୁ ଓଡିଶାରେ ବିଜେପି ସରକାର ଗଠନ ହୋଇଯିବ । ମୋଦିଜୀ ୫ବର୍ଷ ହେଲା ଯେତେ କାମ କରିଛନ୍ତି ସେଥିରେ ଆଉ ୪ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି । ଗତଥର ବିଜେପିକୁ ଲୋକସଭାରେ ୩୮ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଜନତା ଭୋଟ ଦେଇଥିଲେ । ତେଣୁ ୫ବର୍ଷରେ ମୋଦିଜୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର କରିବ ଓ ସେହି ଶପଥ ଗ୍ରହଣ ସମାରୋହରେ ମୋତେ ଆସିବାକୁ ପଡିବ ବୋଲି ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି ।
ଅନ୍ୟ ପାର୍ଟି ଭଳି ଜଣେ ବ୍ୟକ୍ତିଙ୍କୁ ଆଧାର କରି ବିଜେପି କାମ କରେ ନାହିଁ । ବିଜେପି ସଂଗଠନ ଆଧାରିତ ଦଳ । ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସାମୁହିକ ନେତୃତ୍ୱରେ ବିଜେପି ସରକାର କରିବ । ଯଦି ଓଡ଼ିଶାରେ ନବୀନ ବ୍ରାଣ୍ଡ ଅଛି ତାହାଲେ ବିଜେପିକୁ ୩୮ପ୍ରତିଶତ ଭୋଟ କେମିତି ମିଳିଲା? ଓଡ଼ିଶାର ଯେଉଁ ବ୍ରାଣ୍ଡ ଅଛି ତାହାର ନେଗେଟିଭ ବ୍ରାଣ୍ଡ ମଧ୍ୟ ଅଛି । ଯଦି ୧କୋଟି ଲୋକ ଏକ ପାର୍ଟି, ଅନୁଷ୍ଠାନକୁ ବ୍ରାଣ୍ଡ ମାନୁନାହାନ୍ତି ତାହାଲେ ବିଜେପିକୁ କାହିଁକି ଏତେ ଭୋଟ ଦେଉଛନ୍ତି । ତେଣୁ ୨୦୨୪ରେ ଆଉ ୩୦ ରୁ ୫୦ଲକ୍ଷ ଭୋଟ ଆସିବା ପାଇଁ କେତେ ସମୟ ଲାଗିବ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଯୋଜନା ଦ୍ୱାରା ଓଡ଼ିଶାରେ ନିର୍ବାଚନ ଲଢ଼ାଯିବ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।
କଂଗ୍ରେସ ଜୀବନସାରା ପାପ କରିଛି । ରାମ ମନ୍ଦିର ନହେବା ପାଇଁ କଂଗ୍ରେସ ଷଡଯନ୍ତ୍ର କରିଥିଲା । ଏହାପରେ ମଧ୍ୟ ବିିଶ୍ୱ ହିନ୍ଦୁ ପରିଷଦ ବଡପଣ ଦେଖାଇ କଂଗ୍ରେସକୁ ନିମନ୍ତ୍ରଣ କରିଛି । କଂଗ୍ରେସର ରାହୁଲ ଗାନ୍ଧୀ, ଇନ୍ଧିରା ଗାନ୍ଧୀଙ୍କୁ ବାବରଙ୍କ ପାଖକୁ ଗଲେ ଆତ୍ମ ସନ୍ତୋଷ ମିଳେ କିନ୍ତୁ ରାମଙ୍କୁ ଦର୍ଶନ କଲେ ସେମାନେ କଷ୍ଟ ଅନୁଭବ କରିଥାନ୍ତି । ବିଜେପି ସେମାନଙ୍କ ପାପ ମୋଚନ ପାଇଁ ବ୍ୟବସ୍ଥା କରିଥିଲେ ମଧ୍ୟ ସେମାନେ ଚାହୁଁନାହାନ୍ତି । କଂଗ୍ରେସ ଯଦି ରାମ ମନ୍ଦିର ଦର୍ଶନ କରିବ ତାହାଲେ ପାପ କମ୍ ହୋଇଯିବ । ଯିଏ ରାମଙ୍କ ସାଙ୍ଗରେ ଅନ୍ୟାୟ କରୁଛନ୍ତି ସେ ଭାରତ ସାଙ୍ଗରେ କିଭଳି ନ୍ୟାୟ କରିପାରିବ । ରାହୁଲ ଗାନ୍ଧୀ ଯେଉଁ “ଯାତ୍ରା” କରୁଛନ୍ତି ତାହା “ଭାରତ ତୋଡ ଅନ୍ୟାୟ ଯାତ୍ରା” । ୧୯୪୭ ମସିହାରେ କଂଗ୍ରେସ ଭାରତକୁ ଭାଙ୍ଗି ପାକିସ୍ତାନକୁ ତିଆରି କରିଥିଲେ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ସ୍ୱାଗତ କରିଥିଲେ । ସ୍ୱାଗତ ବେଳେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟସଭା ସାଂସଦ ପବିତ୍ର ମାର୍ଘେରିତା, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର, ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି ପ୍ରମୁଖ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Comment

All fields marked with an asterisk (*) are required