Search for:
  • Home/
  • ରାଜ୍ୟ/
  • ଶିମିଳିପାଳରୁ ୪ଶିକାରୀ ଗିରଫ:୨ବନ୍ଧୁକ ଜବତ

ଶିମିଳିପାଳରୁ ୪ଶିକାରୀ ଗିରଫ:୨ବନ୍ଧୁକ ଜବତ

Spread the love

Loading

ଶିମିଳିପାଳରୁ ୪ଶିକାରୀ ଗିରଫ:୨ବନ୍ଧୁକ ଜବତ

ବାରିପଦା:ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଡୁକୁରା ବନ୍ୟପ୍ରାଣୀ ବନାଞ୍ଚଳରୁ ଶୁକ୍ରବାର ରାତିରେ ୪ଜଣ ଶିକାରୀଙ୍କୁ ବନବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ଡେପୁଟି ରେଞ୍ଜର ସୁବାସ ସାହୁ ଓ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଯୁଗ୍ମ ଟାସ୍କଫୋର୍ସ ମୁଖ୍ୟ ଧୃବେନ୍ଦ୍ର ନାଏକଙ୍କ ନେତୃତ୍ବରେ ଯୁଗ୍ମ ପେଟ୍ରୋଲିଂ ସମୟରେ ଏହି ୪ଜଣ ଶିକାରୀ ଧରାପଡିଥିଲେ । ସେମାନେ ହେଲେ ଗମେଇଘାଟିର ସଂଗ୍ରାମ ସିଂ(୫୧) ଓ ସଞ୍ଜୟ ସିଂ(୨୩) ଏବଂ ସୁବର୍ଣ୍ଣମଞ୍ଜରୀର ମଣ୍ଟୁ ସିଂ(୨୦) ଓ ବିଶୁ ସିଂ(୪୮) । ଅନ୍ୟଜଣେ ଶିକାରୀ ସପଞ୍ଚୁଆ ଗ୍ରାମର କନ୍ଦା ଓରଫ ମହେନ୍ଦ୍ର ସିଂ(୨୨) ଖସିପଳାଇବାରେ ସକ୍ଷମ ରହିଛି । ଗିରଫ ୪ଜଣଙ୍କ ନିକଟରୁ ୨ଟି ଦେଶୀବନ୍ଧୁକ, ଲୁହା ବଲ, ମୋବାଇଲ ଫୋନ ଓ ଶୁଖିଲା ରାସନ ସାମଗ୍ରୀ ଜବତ କରାଯାଇଛି । ମକର ସଂକ୍ରାନ୍ତି ସମୟରେ ଶିକାର ଉଦ୍ଦେଶ୍ୟରେ ଅଭିଯୁକ୍ତ ଗଣ ଜଙ୍ଗଲକୁ ଯାଇଥିଲେ ବୋଲି ସ୍ବୀକାର କରିଛନ୍ତି । ବନକର୍ମଚାରୀଙ୍କୁ ଦେଖି ସେମାନେ ଗୁଳିଚଳାଇବା ଧମକ ଦେଇଥିଲେ । ତେବେ ଯୁଗ୍ମ ଟିମ ରାତିରେ ସାହାସିକତାର ସହିତ ମୁକାବିଲା କରି ୪ଜଣଙ୍କୁ କାବୁ କରିଥିଲେ । ଅଧିକ ତଦନ୍ତ ଚାଲିଥିବା ବେଳେ ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ବନଖଣ୍ଡର କ୍ଷେତ୍ର ଉପନିର୍ଦେଶକ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।

Leave A Comment

All fields marked with an asterisk (*) are required