୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର
ମାଲକାନଗିରି ଜିଲ୍ଲା ସଦର ବ୍ଲକ ଝରାପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ତେଲିମେଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଗ୍ରାମର ୧୨ ଜଣ ଶିଶୁ ଜଙ୍ଗଲୀ ଯୋଡ଼ା ଫଳ ଖାଇ ଗୁରୁତର ହେଇଛନ୍ତି l ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା ଜାରିରହିଛି l ଆଜି ସନ୍ଧ୍ୟାରେ ଗ୍ରାମର ପିଲାମାନେ ଖେଳୁଥିବା ସମୟରେ ମିଳି ମିଶି ଏହି ଫଳ ଖାଇଥିଲେ l କିଛି ସମୟ ପରେ ହଠାତ ଗୋଟିଏ ପରେ ଜଟିଏ ଛୁଆ ବାନ୍ତି, ଝାଡା ହେଇଥିଲା l ପରବର୍ତ୍ତୀ ସମୟରେ ରାତିରେ ପରିବାର ଲୋକେ ପଚରା ଉଚୁରା କରିବା ପରେ ଉକ୍ତ ଫଳ ଖାଇଥିବା ଜାଣି ପାରିଲେ ଏବଂ ୧୦୮ ଅମୁବାଲାନ୍ସ କୁ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆନିଥିଲେ l ଏବଂ ଡାକ୍ତର ସିକିତ୍ସା ଜାରି ରଖିଛନ୍ତି l ବର୍ତ୍ତମାନ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ରାହିଥିବା ଡାକ୍ତର କହିଛନ୍ତି l