ଭଦ୍ରକ କଂଗ୍ରେସ ର ଦୁଇ ଗୋଷ୍ଟି ମୁହାଁମୁହିଁ
ପ୍ରେସମିଟ ବେଳେ ଭଦ୍ରକ କଂଗ୍ରେସ ର ଦୁଇ ଗୋଷ୍ଟି ମୁହାଁମୁହିଁ
ଭୁବନେଶ୍ୱର:ଭଦ୍ରକ: କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ବେଳେ ଗଣ୍ଡଗୋଳ ।ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ବେଳେ ଗୋଷ୍ଠୀ କନ୍ଦଳ। ଯୁବ କଂଗ୍ରେସଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ରାଜ୍ୟ ଯୁବସଭାପତି ଓ ଭଦ୍ରକ ନିର୍ବାଚନୀର ଯୁବ ସଭାପତି ଙ୍କ ମଧ୍ୟରେ ହାତାହାତି. । ଗୋଟିଏ ଗୋଷ୍ଠୀର ସାମ୍ବାଦିକ ସମ୍ମିଳନୀ କୁ ଅନ୍ୟ ଗୋଷ୍ଠୀ ଭଣ୍ଡୁର କରିବାରୁ ଗଣ୍ଡଗୋଳ ଆରମ୍ଭ। ଘଟଣାନୁଯାୟୀ ଆଜି ଭଦ୍ରକ ନିର୍ବାଚନର ଯୁବ ସଭାପତି ଇଲିଆସ ଅଲ୍ଲୀ ଖାଁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରିଥିଲେ । ସାମ୍ବାଦିକ ସମ୍ମିଳନୀ ଚାଲିଥିବା ଅବସ୍ଥାରେ ଭଦ୍ରକ ଜିଲ୍ଲା ଯୁବସଭାପତି ହେମନ୍ତ ମହାପାତ୍ର ସାମ୍ବାଦିକ ସମ୍ମିଳନୀ ସ୍ଥଳରେ ପଂହଁଚି ସମ୍ମିଳନୀ କୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଠେଲାପେଲା ସହ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା । ଇତିମଧ୍ୟରେ ଉପସ୍ଥିତ ଥିବା ସାମ୍ବାଦିକମାନେ ସାମ୍ବାଦିକ ସମ୍ମିଳନୀ ଛାଡି ପଳାଇ ଯାଇଥିଲେ । ଭଦ୍ରକ କଂଗ୍ରେସର ଅନ୍ତଦ୍ୱନ୍ଦ୍ୱ କଳହ ବାବଦରେ ପଚାରିବରୁ ଦଳର କୌଣସି କଳହ ନାହିଁ ବୋଲି ଦୁଇ ଯୁବ ସଭାପତି କହିଛନ୍ତି ।