Search for:
  • Home/
  • ରାଜ୍ୟ/
  • ଆଜିର ସୃଜନୀ ପକ୍ଷରୁ ‘ଅମୃତ ବାଟିକା’ ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଆଜିର ସୃଜନୀ ପକ୍ଷରୁ ‘ଅମୃତ ବାଟିକା’ ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Spread the love

Loading

ଆଜିର ସୃଜନୀ ପକ୍ଷରୁ ‘ଅମୃତ ବାଟିକା’ ଅଭିଯାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(୨୩/୦୮): ଆଜାଦୀ କି ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ‘ମେରୀ ମାଟି ମେରା ଦେଶ’ ଅଭିଯାନର ଅଂଶ ବିଶେଷ ‘ଅମୃତ ବାଟିକା’ ସୃଷ୍ଟି ଉଦ୍ଦେଶ୍ୟରେ ଷ୍ଟେଟ ବ୍ୟାଙ୍କ ଆଗ ଇଣ୍ଡିଆର ସହଯୋଗ ଓ ଆଦିତ୍ୟ ଚାରିଟେବୁଲ ଟ୍ରଷ୍ଟ ଏବଂ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସଦସ୍ୟ ରହିଥିବା ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରୀ ସଂସଦର ମିଳିତ ଆନୁକୁଲ୍ୟରେ ‘ଆଜିର ସୃଜନୀ’ ପକ୍ଷରୁ ଭୁବନେଶ୍ବର ୟୁନିଟ୍ ୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଆଜିର ସୃଜନୀର ପ୍ରତିଷ୍ଠାତ୍ରୀ ଡକ୍ଟର ସୁଜାତା ନନ୍ଦଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଭୁବନେଶ୍ବର (ମଧ୍ଯ) ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି, ସ୍ଥାନୀୟ କର୍ପୋରେଟର ଆସିଆ ବେଗମ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ। ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବୃକ୍ଷର ଭୂମିକା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ବୃକ୍ଷ ରୋପଣ କରିବାକୁ ଆମେ ସମସ୍ତେ ଆଗ୍ରହୀ ହେବା ସହ ପିଲାମାନଙ୍କୁ ବି ସେ ଦିଗରେ ପ୍ରୋତ୍ସାହିତ କରିବା ଆବଶ୍ୟକ ବୋଲି ମୁଖ୍ୟ ଅତିଥି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ। ଏହି ଅଭିଯାନରେ ଆଜିର ସୃଜନୀର ସଦସ୍ୟଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍ତରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସେହି ପରିପ୍ରେକ୍ଷୀରେ ‘ଆଜିର ସୃଜନୀ’ ପକ୍ଷରୁ ପୂର୍ବରୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଏବଂ ଭୁବନେଶ୍ଵରର ଅନେକ ଶିକ୍ଷାନୁଷ୍ଠାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

Leave A Comment

All fields marked with an asterisk (*) are required