Search for:
  • Home/
  • ରାଜ୍ୟ/
  • ସ୍ୱାଭିମାନ ଏବଂ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ଭାରତୀୟ ବିଦ୍ୟା ଭବନ ଠାରେ ବିଶ୍ଵ କବିତା ଦିବସ

ସ୍ୱାଭିମାନ ଏବଂ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ଭାରତୀୟ ବିଦ୍ୟା ଭବନ ଠାରେ ବିଶ୍ଵ କବିତା ଦିବସ

Spread the love

Loading

ଆଜି ତା ୨୧.୦୩.୨୦୨୪ ରିଖ ଗୁରୁବାର ଦିନ ସ୍ୱାଭିମାନ ଏବଂ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ର ମିଳିତ ଉଦ୍ୟମ ରେ ଭାରତୀୟ ବିଦ୍ୟା ଭବନ ଠାରେ ବିଶ୍ଵ କବିତା ଦିବସ ଏବଂ ବିଶ୍ଵ ଡାଉନ୍ ସିଣ୍ଡ୍ରୋମ ଦିବସ ନିଆରା ଭାବରେ ପାଳନ କରାଯାଅଛି। ଏହି ଦିବସ ରେ ଅନ୍ତର୍ଭୁକ୍ତତା, ଅକ୍ଷମତା ଏବଂ ବିବିଧତା ଉପରେ କବିତା ପାଠ କରାଯାଇଥିଲା। ଏଥିରେ ଉପସ୍ଥିତ ଅତିଥିବୃନ୍ଦ ଙ୍କ ମଧ୍ୟରେ ଶ୍ରୀଯୁକ୍ତ ରମାକାନ୍ତ ସାମନ୍ତରାୟ, ସମସାମୟିକ କଳାକାର ତଥା ଲେଖକ, ଶ୍ରୀଯୁକ୍ତ ସନ୍ନ୍ୟାସୀ ବେହେରା (ଓଏସ୍), ଉପ ସଚିବ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର, ଶ୍ରୀ ସୁମନ ଦାସ, ଗାଳ୍ପିକ, ଡଃ. ଶକ୍ତି ମହାନ୍ତି, ପ୍ରୋଫେସର, ଗାଳ୍ପିକ ତଥା ଲେଖକ, ଶ୍ରୀଯୁକ୍ତ ସୈଲେନ ରାଉତରାୟ, ଲେଖକ, ଗବେଷକ, ତଥା ଅନୁବାଦକ, ଡଃ. ରବୀନ୍ଦ୍ର ସ୍ବାଇଁ, ଟ୍ରଷ୍ଟି , କେତକୀ ଫାଉଣ୍ଡେସନ ଉପସ୍ଥିତ ରହି ଅନେକ ଉଚ୍ଚକୋଟୀର କବିତା ପାଠ କରିଥିଲେ। ଏଥି ସହିତ ଭିନ୍ନକ୍ଷମ ପିଲା ମାନଙ୍କର ଅଭିଭାବକ, ଶିକ୍ଷାବିତ୍ , ସମାଜସେବୀ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରୀ ମାନେ ଭିନ୍ନକ୍ଷମତା ସମ୍ବର୍ଦ୍ଧିତ କବିତା ପାଠ କରିଥିଲେ। ଏହି ଦିବସ ରେ ଭିନ୍ନକ୍ଷମତା ଉପରେ ପର୍ଯ୍ୟବେଶିତ କବିତା ପାଠ କରି ତା ମାଧ୍ୟମ ରେ ସମାଜ ରେ ସମତା ର ବାର୍ତ୍ତା ପ୍ରଦାନ କରଯାଇଥିଲା।

Leave A Comment

All fields marked with an asterisk (*) are required