Search for:
  • Home/
  • ରାଜ୍ୟ/
  • ଆଇନୀଜୀବୀ ସୁରକ୍ଷା ବିଲ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ଓକିଲ ସଂଘର ଦାବି ପ୍ରସ୍ତାବ

ଆଇନୀଜୀବୀ ସୁରକ୍ଷା ବିଲ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ଓକିଲ ସଂଘର ଦାବି ପ୍ରସ୍ତାବ

Spread the love

Loading

ଆଇନୀଜୀବୀ ସୁରକ୍ଷା ବିଲ୍ କୁ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ଓକିଲ ସଂଘର ଦାବି ପ୍ରସ୍ତାବ.

ଭୁବନେଶ୍ୱର:ଆଜି ତା. ୦୫.୦୯.୨୦୨୩ ଭୁବନେଶ୍ବର ଓକିଲ ସଂଘର ଏକ ଜରୁରୀ କାଳୀନ ସଭା ସଂଘର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା.ଗତ ବୁଧବାର ଗାଜିଆବାଦ ତହସିଲ କୋର୍ଟର ନିଜ ଚାମ୍ବରରେ ଥିବାବେଳେ କିଛି ଦୁର୍ବୁତ୍ତ ଆଇନୀଜୀବୀ ମନୋଜ କୁମାର ଚୌଧୁରୀଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରିଥିଲେ.ଏହାକୁ ଭୁବନେଶ୍ବର ବାର ଆସୋସିଏସନ ଦୃଢ଼ ନିନ୍ଦା ତଥା ଶୋକ ପ୍ରକାଶ କରୁଅଛି ଏବଂ ହତ୍ୟା ସହିତ ଜଡିତ ସବୁ ଦୋଷୀଙ୍କୁ ତୁରନ୍ତ କଠୋରରୁ କଠୋର ଦଣ୍ଡବିଧାନ ଏବଂ ହାପୁରର ଆଇନୀଜୀବୀ ମାନଙ୍କର ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ପୁଲିସର ବର୍ବୋରଚିତ ଓ ଅତି ଅମାନୁଷିକ ଆଚରଣ କୁ ଦୃଢ଼ ନିନ୍ଦା କରୁଛୁ.ଏଥି ସହିତ ଜଡ଼ିତ ପୋଲିସ କର୍ମଚାରୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଉଛି. ଏହିପରି ଘଟଣାମାନ ଦେଶର ବିଭିନ୍ନ କୋର୍ଟ ପରିସରରେ ନିୟମିତ ଘଟୁଅଛି. ଯାହାକି ଆଇନୀଜୀବୀ ମାନଙ୍କର କାର୍ଯ୍ୟରେ ପ୍ରଭାବିତ କରୁଛି. ଯଦି କର୍ମକ୍ଷେତ୍ରରେ ଆଇନଜୀବୀମାନେ ସୁରକ୍ଷିତ ନୁହଁନ୍ତି ତେବେ ଆଇନ୍ ଉପରେ ଭରସା ରଖୁଥିବା ମହକିଲଙ୍କୁ କିଏ ନ୍ୟାୟ ପ୍ରଦାନ କରିବାକୁ ଆଗେଇ ଆସିବ.
ବିଭିନ୍ନ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ତଥା ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ଓ ତୁରନ୍ତ ପ୍ରସ୍ତାବିତ ଲୟର୍ସ ୱେଲଫେଆର ଆଣ୍ଡ ପ୍ରୋଟେକ୍ସନ ଆକ୍ଟ ୨୦୨୩ ଓ ଆଡଭୋକେଟ ଆମେଣ୍ଡମେଣ୍ଟ ବିଲ୍ ୨୦୨୩ କାର୍ଯ୍ୟକାରୀ କରିବା ନିମନ୍ତେ ଦୃଢ ଦାବି ଉପସ୍ଥାପନ କରୁଅଛୁ.
ଓକିଲ ସମାଜ ସୁରକ୍ଷିତ ରହିଲେ ନ୍ୟାୟିକ ବ୍ୟବସ୍ଥା ସୁଦୃଢ ହେବ. ଏହି ସଭାରେ ସଭାପତି ଧନେଶ୍ଵର ମହାନ୍ତି, ଉପସଭାପତି ଅଞ୍ଜନ କୁମାର ସାମନ୍ତରାୟ,ସମ୍ପାଦକ ତାପସ ରଞ୍ଜନ ଦାସ,କୋଷାଧକ୍ଷ ମନେଶ କୁମାର ନାୟକ,ଯୁଗ୍ମ ସମ୍ପାଦକ ସୁକାନ୍ତ କୁମାର ବେହେରା ସହ ସମ୍ପାଦକ ପୁଲିନ କୁମାର ମାର୍ଥା ଓ ସମସ୍ତ କାର୍ଯ୍ୟକାରୀ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ.

Leave A Comment

All fields marked with an asterisk (*) are required