Search for:

ସୁଦର୍ଶନଙ୍କ ବିୟୋଗରେ ଶୋକ।

Spread the love

Loading

ସୁଦର୍ଶନଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର ତା. ୧୧.୦୭.୨୦୨୩ ରିଖ : ଏକ ମର୍ମାନ୍ତୁଦ
ଦୁର୍ଘଟଣାରେ ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ
ତଥା ଜଣେ ବିଶିଷ୍ଟ ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ
ବିୟୋଗରେ ଶୋକ ପ୍ରକାଶ କରି ପ୍ରଦେଶ କଂଗ୍ରେସ
ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି ଯେ,
ସ୍ୱର୍ଗତ ପ୍ରଧାନଙ୍କ ବିୟୋଗରେ ପିପିଲ ଡେଲାଙ୍ଗ ନିର୍ବାଚନ
ମଣ୍ଡଳୀରେ ଶୋକର ଛାୟା ଖେଳି ଯାଇଛି । ସେ ଥିଲେ ଜଣେ
ପରୋପକାରୀ ଓ ସ୍ନେହୀ ମଣିଷ । ତାଙ୍କର ଉତମ ବ୍ୟବହାର ଏବଂ ମିଷ୍ଠ ଭାଷା ପାଇଁ ସେ ସମସ୍ତଙ୍କୁ ଆପଣାର କରିପାରୁଥିଲେ ।ବିଶେଷକରି ସମାଜ ସେବାରେ ଜଣେ ସମର୍ପିତ ମଣିଷ ଥିଲେ ।
ମୋ ସହ ତାଙ୍କର ବହୁତ ଘନିଷ୍ଠତା ଥିଲା । ତାଙ୍କର ବିୟୋଗ
ଆମ ପିପିଲି ଡେଲାଙ୍ଗ ନିର୍ବାଚନ ପାଇଁ ଏକ ଅପୂରଣୀୟ
କ୍ଷତି । ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ
ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

Leave A Comment

All fields marked with an asterisk (*) are required