Search for:
  • Home/
  • ରାଜ୍ୟ/
  • ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କ୍ଷିପ୍ର ଲେଖକ ଗୌର ଚନ୍ଦ୍ର ମହାପାତ୍ରଙ୍କ ଅବସର ଗ୍ରହଣ

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କ୍ଷିପ୍ର ଲେଖକ ଗୌର ଚନ୍ଦ୍ର ମହାପାତ୍ରଙ୍କ ଅବସର ଗ୍ରହଣ

Spread the love

Loading

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ବରିଷ୍ଠ କ୍ଷିପ୍ର ଲେଖକ ଗୌର ଚନ୍ଦ୍ର ମହାପାତ୍ରଙ୍କ ଅବସର ଗ୍ରହଣ

ଭୁବନେଶ୍ୱର-ତା.୩୧.୦୧.୨୦୨୪- ଶ୍ରୀ ଗୌରଚନ୍ଦ୍ର ମହାପାତ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ କ୍ଷିପ୍ର ଲେଖକ ଭାବେ ଦୀର୍ଘ ୩୭ ବର୍ଷ କାର୍ଯ୍ୟ କରି ଆଜି ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ର ୧୯୮୬ ରୁ ୧୯୯୦ ପର୍ଯ୍ୟନ୍ତ ଗଜପତି ସୂଚନା ଓ ଲୋକ ସମ୍ପର୍କ ଜିଲ୍ଲାରେ କାର୍ଯ୍ୟରତ ଥିଲେ। କେବଳ ଜିଲ୍ଲା ସ୍ତରୀୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସେ ଯେ ସକ୍ରିୟ ଥିଲେ ତାହା ନୁହେଁ ବିଭାଗୀୟ ମୁଖ୍ୟ ଦପ୍ତର ନ୍ୟସ୍ତ କରୁଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସେ ସୂଚାରୁ ରୂପେ ତୁଲାଉଥିଲେ । ଗଣମାଧ୍ୟମ ପରିଚାଳନାରେ ସେ ବେଶ ସକ୍ରିୟ ଥିଲେ ।

ଆଜି ଅବସର ନେଉଥିବା ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ତାଙ୍କୁ ସାକ୍ଷାତ କରି ସୁସ୍ଥ ଅବସର କାଳୀନ ନିରାମୟ ଜୀବନ କାମନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଜିତେନ୍ଦ୍ରିୟ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଶ୍ରୀ ମହାପାତ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । କାର୍ଯ୍ୟାଳୟ କର୍ମଚାରୀ ମେରିଲିନା ରାଉତରାୟ, ରଥିଆ ନାୟକ, ଦୀପାଳୀବାଳା ଦାସ, ରାମଚନ୍ଦ୍ର ପଳେଇ, ପ୍ରଦୀପ ମାନ୍ଧାତା ପ୍ରମୁଖ ଯୋଗଦେଇ ଶ୍ରୀ ମହାପାତ୍ରଙ୍କ ବିଗତ ଦିନର କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ବରିଷ୍ଠ କର୍ମଚାରୀ ଶକ୍ତି ରଞ୍ଜନ ରାଉତ ଏବଂ ନିକ୍ଷେପକ ଶ୍ରୀ ନଗେନ୍ଦ୍ର ସେଠୀ ପ୍ରମୁଖ ଏହି ଅବସର କାଳୀନ ସଭାରେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ମହାପାତ୍ରଙ୍କୁ ଅବସରକାଳୀନ କାଗଜପତ୍ର ପ୍ରଦାନ କରାଯାଇଥିଲା ।

Leave A Comment

All fields marked with an asterisk (*) are required