Search for:
  • Home/
  • ରାଜ୍ୟ/
  • ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ: ଡ.ଲେଖାଶ୍ରୀ

ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ: ଡ.ଲେଖାଶ୍ରୀ

Spread the love

Loading

ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ: ଡ.ଲେଖାଶ୍ରୀ

 ଏସଏଚଜି ମହିଳାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ରାଜ୍ୟ ସରକାର
 ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ ବରଂ ଏହା ସରକାର ପ୍ରାୟୋଜିତ ହତ୍ୟା
 ଅଭାବର ଫାଇଦା ନେଇ ଗରୀବ ଲୋକଙ୍କୁ ଶୋଷଣ କରାଯାଉଛି
 ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ହାତ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଋଣ ଯୋଗାଇ ଭୋଟ ହାତେଇବା ଅଭିନବ ପ୍ରୟାସ ଆଜି ବୁମେରାଂ ସାଜିଛି
 ସମ୍ବେଦନହୀନ ରାଜ୍ୟ ସରକାର ବେଆଇନ ଅର୍ଥ ଲଗାଣକାରିଙ୍କଠାରୁ କମିଶନ ଖାଇ ନୀରବ ରହୁଛନ୍ତି

ଭୁବନେଶ୍ୱର, ତା.୦୩/୦୭: ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ କବଜାରେ ରାଜ୍ୟବାସୀ । ଜମି, ବାଡି, ଡିହ, ସୁନା ଗହଣା ବନ୍ଧକ ରଖି ଅତି ଉଚ୍ଚ ସୁଧ ହାରରେ ଋଣ ପ୍ରଦାନ କରୁଥିବା ଏହି ବେଆଇନ ସଂସ୍ଥାଗୁଡିକ ଶାସକ ବିଜେଡିର ନେତା ଓ ମନ୍ତ୍ରୀ, ସ୍ଥାନୀୟ ପ୍ରଶାସନର ସହଯୋଗରେ ବେଆଇନ କାରବାର କରୁଛନ୍ତି । ଅଭାବର ଫାଇଦା ନେଇ ଗରୀବ ଲୋକଙ୍କୁ ଶୋଷଣ କରାଯାଉଛି । ସମ୍ବେଦନହୀନ ରାଜ୍ୟ ସରକାର ଏହି ଅର୍ଥ ଲଗାଣକାରିଙ୍କଠାରୁ କମିଶନ ଖାଇ ନୀରବ ରହୁଛନ୍ତି । ଗତ କାଲି ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡି ଗ୍ରାମର ବନିତା ବେହେରା ଓ ସ୍ୱାମ଼ୀ ବାନାମ୍ବର ବେହେରାଙ୍କ ମୃତ୍ୟୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବହୁର୍ଚ୍ଚିତ “ଛ ମାଣ ଆଠ ଗୁଣ୍ଠ”ର ରାମଚନ୍ଦ୍ର ମଙ୍ଗରାଜର ଚରିତ୍ର ଆଜି ବି ରାଜ୍ୟ ସରକାରଙ୍କ ଛତ୍ରଛାୟାରେ ଗାଁ ଗାଁରେ ପ୍ରଭାବ ବିସ୍ତାର କରୁଥିବାର ଅନୁଭବ ହୋଇଛି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଆଜି ଭାରତୀୟ ଜନତା ପାର୍ଟୀର ଏକ ପ୍ରତିନିଧି ଦଳ ଅଁଳାଯୋଡି ଗ୍ରାମକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ମୃତକ ପରିବାର ଓ ଗ୍ରାମବାସିଙ୍କ ସହ ଆଲୋଚନା କରିଥିଲେ । ଅଳାଁଯୋଡି ଗାଁର ଅଧିକାଂଶ ଲୋକ ଋଣଭାରରେ ମାନସିକ ଚାପଗ୍ରସ୍ତ ହୋଇ ରହିଛନ୍ତି । ବେସରକାରୀ କମ୍ପାନୀ ଓ ସଂସ୍ଥାମାନେ ଋଣ ଦେଇ ପରବର୍ତୀ ସମୟରେ ଲୋକପଠାଇ ସେମାନଙ୍କୁ ଅପମାନିତ କରିବା ସହ ତାଙ୍କ ପରିବାରକୁ ଧମକ ଦେଉଛନ୍ତି । ଯାହାର ଉଦାହରଣ ବନିତା ବେହେରା ଓ ବାନମ୍ବର ବେହେରା । ବନିତା ଋଣ ନସୁଝିବାରୁ ଘରୋଇ ସଂସ୍ଥାର ପ୍ରତିନିଧି ବର୍ଷା ରାଣୀ ସାହୁ ବିଭିନ୍ନ ଧମକ ଦେବା ସହିତ ‘ଭିକ ମାଗି ଋଣ ଟଙ୍କା ସୁଝ ନଚେତ ମଲେ ସୁଝିବାକୁ ପଡିବନି” ବୋଲି କହିଥିଲେ । ଅର୍ଥଲଗାଣକାରୀ ସଂସ୍ଥାର ପ୍ରତିନିଧି ବର୍ଷାର ବାରମ୍ବାର ଏଭଳି କଟୁ ମନ୍ତବ୍ୟ ସହି ନପାରି ଶେଷରେ ଆତ୍ମହତ୍ୟା କରିଥିବା ପରିବାର ଓ ଗ୍ରାମବାସୀ ପ୍ରତିନିଧର ଦଳକୁ କହିଛନ୍ତି । ଏହି ଅସ୍ୱାଭାବିକ ମୃତ୍ୟୁ ପାଇଁ ଦାୟୀ ଥିବା ବର୍ଷାକୁ ତୁରନ୍ତ ଗିରଫ କରି ରାଜ୍ୟ ସରକାର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ମୃତକଙ୍କ ପରିବାକୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦିଅନ୍ତୁ ରାଜ୍ୟ ସରକାର ବୋଲି ଡ. ଲେଖାଶ୍ରୀ ଦାବି କରିଛନ୍ତି ।
ରାଜ୍ୟ ସରକାର ଘରୋଇ ସଂସ୍ଥାକୁ ହାତ ବାରିସୀ କରି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମହିଳାମାନଙ୍କୁ ଋଣ ଯୋଗାଇ ଭୋଟ ହାତେଇବା ଅଭିନବ ପ୍ରୟାସ ଆଜି ବୁମେରାଂ ସାଜିଛି । ମହିଳାଙ୍କ ବିକାଶ ପରିବେର୍ତ ତାଙ୍କ ମୁଣ୍ଡ ଉପରେ ୫ଲକ୍ଷରୁ ଅଧିକ ଋଣଭାର ବଢ଼ିଲାଣି । ଫଳରେ ସେମାନେ ଚାପଗ୍ରସ୍ତ ହେଉଛନ୍ତି । ପ୍ରଥମେ ବିଭିନ୍ନ ଲୋଭ ଦେଖାଇ ଗରୀବ ଲୋକଙ୍କୁ ଋଣ ଦେବା ପରେ ଜୋରଜବରଦସ୍ତ ଓ ଧମକାଇ ଅର୍ଥ ଆଦାୟ କରାଯାଉଛି । ଭୟ ଓ ଲୋକଲଜ୍ଜାରେ ଅନେକ ଲୋକ ଗାଁ ଛାଡି ଅନ୍ୟତ୍ର ରହୁଛନ୍ତି । ଶାସକ ବିଜୁ ଜନତା ଦଳ ଦୀର୍ଘ ୨୩ବର୍ଷ ନିରଙ୍କୁଶ ଶାସନ କରିବା ପରେ ବି ସାଧାରଣ ଗରିବ ଲୋକ ଓ ଅନୁସୂଚିତ ଜାତି ଓ ଜନଜାତିବର୍ଗର ଲୋକଙ୍କ ଆର୍ôଥକ ସ୍ୱଚ୍ଛଳତା ପାଇଁ କୌଣସି କାର୍ଯ୍ୟକ୍ରମ କରିନାହାନ୍ତି । ଓଡିଶାର ମଧ୍ୟବିତ ଓ ଗରୀବ ଲୋକ ଋଣଭାରରେ ବୁଡି ରହିଛନ୍ତି । ରାଜ୍ୟ ସରକାର ଏସଏଚଜି ମାଧ୍ୟମରେ ମହିଳାମାନଙ୍କୁ ଘରୋଇ ୠଣ ଯୋଗାଇ ଦେଉଛନ୍ତି । ସେହି ଋଣ ମହିଳାମାନେ ସୁଝି ନପାରିବାରୁ ତାଙ୍କୁ ଚାପ ପକାଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ରାଜ୍ୟ ସରକାର । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଅଳାଁଯୋଡି ଗାଁର ସ୍ୱାମୀ, ସ୍ତ୍ରୀ ଆତ୍ମହତ୍ୟା ଘଟଣା । ଏହି ଅଭାବନୀୟ ମୃତ୍ୟୁର କାରଣ ଆତ୍ମହତ୍ୟା ନୁହେଁ ବରଂ ଏହା ସରକାର ପ୍ରାୟୋଜିତ ହତ୍ୟା ଅଟେ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ବେଆଇନ ଚିଟଫଣ୍ଡ କଂପାନୀ ଓ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ତଥା ମହାଜନୀମାନଙ୍କ ଦୈାରାତ୍ମ କେବଳ ଅଁଳାଯୋଡି ଗ୍ରାମରେ ନୁହେଁ ବରଂ ରାଜ୍ୟର ପ୍ରତ୍ୟେକ ଗ୍ରାମାଂଚଳରେ ଦେଖିବାକୁ ମିଳୁଛି । ରାଜ୍ୟ ସରକାର କ’ଣ କରୁଛନ୍ତି? ଗରୀବ ଲୋକଙ୍କର କ’ଣ ନ୍ୟାୟ ପାଇବାର ଅଧିକାର ନାହିଁ ? ରାଜ୍ୟ ସରକାରଙ୍କ ମହିଳା ସଶକ୍ତୀକରଣ ନାରା ପ୍ରଚାର କେବଳ ଏକ ବାହାସ୍ପୋଟ । ଶାସକ ଦଳର ଯେଉଁ ନେତାମାନେ ମହିଳା ସଶକ୍ତିକରଣର ଦ୍ୱାହି ଦେଇ ରଣହୂଙ୍କାର କରୁଛନ୍ତି ସେମାନେ ଥରେ ପୁରୀ ଜିଲ୍ଲା କଣାସ ବ୍ଲକ ଅଳାଁଯୋଡି ଗାଁକୁ ଆସି ମହିଳା ସଶକ୍ତିକରଣର ବାସ୍ତବିକ ରୂପ ଦେଖନ୍ତୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ରାଜ୍ୟ ସରକାର ଏଭଳି ବେନିୟମ ଅର୍ଥ ଲଗାଣକାରୀ ସଂସ୍ଥାଗୁଡିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ.ଲେଖାଶ୍ରୀ ଦାବୀ କରିଛନ୍ତି । ଏହି ପ୍ରତିନିଧର ଦଳରେ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ଡ.ବିଭୂପ୍ରସାଦ ତରାଇ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ କାର୍ଯ୍ୟକାରିଣୀ ଓମ୍‌ପ୍ରକାଶ ମିଶ୍ର, ରଶ୍ମିରଞ୍ଜନ କାନୁନଗୋ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Comment

All fields marked with an asterisk (*) are required